Home ଜିଲ୍ଲା ପରିକ୍ରମା କରୋନା ଭାଇରସ ପାଇଁ ଜାପାନ ରେ ଫସିଯାଇଥିବା ଓଡିଆ ଇଜିଂନିୟର ଶିବାଶିଷ ଙ୍କୁ ଓଡିଶାକୁ ଫେରାଇ...

କରୋନା ଭାଇରସ ପାଇଁ ଜାପାନ ରେ ଫସିଯାଇଥିବା ଓଡିଆ ଇଜିଂନିୟର ଶିବାଶିଷ ଙ୍କୁ ଓଡିଶାକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କଲେ ଭଉଣୀ

142

ମାଲକାନଗିରି,୨୦ା୨ (ଓଡିଆ ପୁଅ ) ଚିନ ରେ ଭୟାବହ କରୋନା ଭୁତାଣୁ ଦ୍ୱାରା ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବାସହିତ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଭୁତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଜଣେ ଓଡିଆ ଇଜିଂନିୟର ଏବେ ଜାପାନ ଜାହଜରେ ଫସିଯାଇଛନ୍ତି ,ତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କପରିବାର ସହିତ ମାଲକାନଗିରି ରେ ବିବାହ କରିଥିବା ସେ ଯୁବକର ଭଉଣୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି ଜଣାଇବାସହିତ ଭାଇଭଲରେ ଘରକୁ ଫେରିଆସିବା ପାଇଁ ବିଭିନ୍ନ ଦେବା ଦେବି ମନ୍ଦିରରେ ପୁଜାଅର୍ଚାନା ଚଳାଇଛନ୍ତି । ଓଡିଶାର ବ୍ରହ୍ମପୁର ସହରର ଶିବାଶିଷ ନାୟକ ନାମକ ଜଣେ ଯୁବକ ଦିଲ୍ଲୀର ଏକ ବିଦେଶି କମ୍ପାନିରେ ଇଜିଂନିୟର ଭାବେ କାମକରନ୍ତି,ସେ ଗତ କିଛି ଦିନତଳେ କମ୍ପାନି କାମରେ ପାଣିଜାହଜରେ ଜାପାନ ଯାଇଥିଲେ । ସେ ଜାପାନରେ ପହଁଚିବାପରେ ଜାଣାପଡିଲା ସେହି ଜାହଜରେ ଥିବା ଅନେକ ଯାତ୍ରୀ କରୋନା ଭାଇରାସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି,ସେମାନଙ୍କୁ ଜାହଜ ମଧ୍ୟରେ ଚିକିତ୍ସା ଆରମ୍ଭ କରାଯାଇ ସମସ୍ତଙ୍କ ରକ୍ତନମୁନା ପରୀକ୍ଷା କରାଯାଇଥିଲା, ଭାରତର ପ୍ରାୟ ଶହେରୁ ଉର୍ଦ୍ଦ ଯାତ୍ରୀଙ୍କୁ ମଧ୍ୟ ପରୀକ୍ଷା କରାଗଲା କାହା ଦେହରେ କରୋନା ଭାଇରାସ ନଥିବାର ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ଶିବାଶିଷ ଙ୍କ ରକ୍ତନମୁନାରେ ମଧ୍ୟ ନେଗେଟିଭ ଆସିଥିଲା,ଜାପାନ ସରକାର ଉକ୍ତ ଜାହାଜକୁ ୧୫ଦିନ ଧରି ସମୁଦ୍ର ମଧ୍ୟରେ ଅଟକ ରଖି କୌଣସି ଯାତ୍ରୀଙ୍କୁ ଓହ୍ଲାଇବାକୁ ଦେଇନଥିଲେ । ସେହି ଜାହଜରେ ଶିବାଶିଷ ନାୟକ ରହିଯାଇଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ଭିଡିଓ କଲ ମାଧ୍ୟମରେ ନିଜପରିବାର ଓ ସରକାରଙ୍କୁ ଜଣାଇଥିଲେ । ଏହି ଖବର ମାଲକାନଗିରି ସହରରେ ବିବାହ କରିଥିବା ଶିବାଶିଷ ଙ୍କ ଭଉଣୀ ସିମରନ ଜାଣିବାପରେ ସେ ଓ ତାଙ୍କ ସ୍ୱାମୀ ଶଶୂରଘର ଲୋକେ ତାଙ୍କ ଭାଇ ଶିବାଶିଷ ଙ୍କୁ ତୁରନ୍ତ ଓଡିଶାକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଗୁହାରୀ ଜଣାଇବା ସହିତ ଆଜି ମାଲକାନଗିରି ସହରରେ ଥିବା ଜଗନ୍ନାଥମନ୍ଦିର, ଦୁର୍ଗାମନ୍ଦିର,ଶିବ ମନ୍ଦିର ସହ ସମସ୍ତ ଦେବା ଦେବିପୀଠକୁ ଯାଇ ପୂଜାଅର୍ଚାନା କରି ଭାଇ ଶିବାଶିଷ ଭଲରେ ଘରକୁ ଫେରିଆସିବା ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନାକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.