Home ଓଡ଼ିଶା ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍ ମ୍ୟାଚ୍ ର ଦ୍ୱିତୀୟ ଦିନରେ ରଣପୁର ବିଜୟୀ

ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍ ମ୍ୟାଚ୍ ର ଦ୍ୱିତୀୟ ଦିନରେ ରଣପୁର ବିଜୟୀ

107

ନୟାଗଡ/୧୬/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁରରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍  ମ୍ୟାଚ୍ ୨ୟ ଦିବସରେ ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ବିଜୟ ଲାଭ କରିଥିବା ଜଣା ପଡିଛି । ଏହି ୨ୟ ଦିନରେ ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ସହ ୟାଜ୍‌ଧାନୀ ୭୩ ଭୁବନେଶ୍ୱର ମୁକାବିଲା କରିଥିଲା । ନିର୍ଦ୍ଧାରିତ ସମୟ ୧ଘଣ୍ଟା କାଳ ଦର୍ଶକ ମାନେ ବହୁ ସଙ୍ଘର୍ଷପୁର୍ଣ୍ଣ ରୋମାଂଚକର ଖେଳ ଦେଖିଥିଲେ । କିନ୍ତୁ ସମୟସୀମା ମଧ୍ୟରେ କେହି କାହାରିକୁ ଗୋଲ୍ ଦେଇ ପାରିନଥିଲେ । ଶେଷରେ ଟାଇ ବ୍ରେକ୍ ରେ ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ବିଜୟଲାଭ କରିଥିଲା ।

ଏଥିରେ ସମ୍ମାନିତ ଅତିଥି ଭାବେ ଓଡିଶା ଦୁର୍ନିତି ନିବାରଣ ଅପରାଧ ନିୟନ୍ତ୍ରଣ କମିଟିର ସଭାପତି ତଥା ଓଡିଶା ସାମ୍ବାଦିକ ୟୁନିଅନ୍ ର ଶୃଙ୍ଖଳା କମିଟି ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଂଜନ , ରଣପୁର ଡାକ୍ତର ଦୀପକ୍ କୁମାର ପାତ୍ର,ସମ୍ବାଦ ପ୍ରତିନିଧି ବ୍ରଜ ରଣସିଂ,ରଣପୁର କୃଷି ବିଭାଗ ଅଧିକାରୀ ଶୁଭେନ୍ଦୁ ସିଂ ଦେଓ, ଉପଦେଷ୍ଟା ନବକିଶୋର ରାୟ ଓ ଅନୁଷ୍ଠାନର ଉପସଭାପତି ଶୁଭେନ୍ଦ୍ର କୁମାର ସିଂ ଦେଓ,   କାଉନ୍‌ସିଲର୍ ସୁଧାକର ପ୍ରଧାନ ଯୋଗ ଦେଇଥିଲେ । ସମାଜସେବୀ ଇଂ.ଦେବାଶିଷ ପଟ୍ଟନାୟକ, ସ୍ୱରାଜ ମହାନ୍ତି ଖେଳକୁ ଶୃଙ୍ଖଳିତ କରିଥିଲେ । ଖେଳର ମୁଖ୍ୟ ପରିଚାଳକ ଭାବେ ରବିନାରାୟଣ ରଣା, ସହଯୋଗୀ ଭାବେ ଏମ୍‌.ଏସ୍‌.ବେଗ୍‌, ସୁଶାନ୍ତ ପ୍ରଧାନ ଓ ବ୍ରଜକିଶୋର ମହାପାତ୍ର ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.