Home ଅପରାଧ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ୪ ଟି ନିର୍ବାଚନରେ ସତ୍ୟପାଠରେ ୩ପ୍ରକାର ତଥ୍ୟ ଉଲ୍ଲେଖ କରିଥିବା ଅଭିଯୋଗ

ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ୪ ଟି ନିର୍ବାଚନରେ ସତ୍ୟପାଠରେ ୩ପ୍ରକାର ତଥ୍ୟ ଉଲ୍ଲେଖ କରିଥିବା ଅଭିଯୋଗ

156

ଭୁବନେଶ୍ୱର ୧୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ୪ ଟି ନିର୍ବାଚନ ସମୟରେ ସତ୍ୟପାଠରେ ୩ପ୍ରକାର ତଥ୍ୟ ଉଲ୍ଲେଖ କରିବାକୁ ନେଇ ଆଜି ମନ୍ତ୍ରୀ ପଦ୍ମନାଭଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଇସ୍ତଫା ଦେବାକୁ ଦାବି କରିଛି କଂଗ୍ରେସ । ଜନ ପ୍ରତିନିଧି ଆଇନ୍ ୧୯୫୧ର ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ପାଇଁ କୈାଣସି ନିଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକ ନଥିବା ସ୍ଥଳେ । ପ୍ରାର୍ଥୀମାନେ ବିଭିନ୍ନ ସମୟରେ ନିଜକୁ ବଡ ଦେଖାଇବାକୁ ଶିକ୍ଷାଗତ ଯୋଗ୍ୟତାର ଭୁଲ ତଥ୍ୟ ଦେଇ ନିଜକୁ ଆଇନର କାଠଗଡାକୁ ଟାଣିବା ଦେଖିବାକୁ ମିଳିଛି । ଏପରି ଏକ ଘଟଣାର କଂଗ୍ରେସ ଦଳ ପକ୍ଷରୁ ଆଜି କଂଗ୍ରେସ ଭବନରେ ପରଦା ଫ୍ଲାସ୍ କରାଯାଇଛି ।

 

ରାଜ୍ୟର ଜଣେ ଆଇନଜ୍ଞ ତଥା କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ତାଙ୍କର ଶିକ୍ଷାଗତ ଯୋଗ୍ୟତାର ୪ ଟି ନିର୍ବାଚନରେ ସତ୍ୟପାଠରେ  ୩ପ୍ରକାର ତଥ୍ୟ ପ୍ରଦାନ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କେଂଗ୍ରେସ ନେତା ଆଇନଜୀବି ନିଶିକାନ୍ତ ମିଶ୍ର ତଥ୍ୟ ରଖିବା ସହ ତୁରନ୍ତ ମନ୍ତ୍ରୀ ଶ୍ରୀବେହେରାଙ୍କୁ ମୂଖ୍ୟ ମନ୍ତ୍ରୀ ବହିଷ୍କାର କରିବାକୁ ଦାବି କରିଛନ୍ତି । ମନ୍ତ୍ରୀ ଶ୍ରୀବେହେରା ୨୦୦୪ ମସିହାରେ ଫୁଲବାଣୀ(ସଂରକ୍ଷିତ) ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତା HSC Form T and RW Hischool Katagarh Kandhamal.in-1972 ସତ୍ୟପାଠରେ ଦାଖଲ କରିଥିଲେ । ୨୦୦୯ ଓ ୨୦୧୪ ମସିହାରେ ବିରମହାରାଜପୁର(ସଂରକ୍ଷିତ) ବିଧାନସଭା ଆସନରୁ ନାମାଙ୍କନ ଦାଖଲ ବେଳେ ସତ୍ୟପାଠରେ ୧୯୭୩ ମସିହାରେ ୧୦ମ ପାସ କରିଥିବା ଉଲ୍ଲେଖ କରି ଦାଖଲ କରିଥିଲେ । ଯାହା ୨୦୦୪ ତଥ୍ୟ ଠାରୁ ସଂପୂର୍ଣ୍ଣ ଭିନ୍ନ । ୨୦୧୯ ମସିହାରେ ସତ୍ୟପାଠ ମାଧ୍ୟମରେ ମନ୍ତ୍ରୀ ଦାଖଲ କରିଥିବା ଶିକ୍ଷାଗତ ଯୋଗ୍ୟତା ଓ ୨୦୦୪,୨୦୦୯ ଓ ୨୦୧୪ମସିହାର ଦାଖଲ ହୋଇଥିବା ଶିକ୍ଷାଗତ ଯୋଗ୍ୟତାର ତାଳମେଳ ରହୁନଥିବା ଦେଖାଯାଇଛି । ଯାହା ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୨୫A ଅନୁଯାୟୀ ଆଇନତଃ ଦଣ୍ଡନିୟ ଅପରାଧ ଏବଂ ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା ୧୭୧G ଅନୁଯାୟୀ ମିଥ୍ୟା ସତ୍ୟପାଠ ଏକ ଦଣ୍ଡନୀୟ ଅପରାଧ । ମନ୍ତ୍ରୀ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ମାନ୍ୟବର ଉଚ୍ଚନ୍ୟାୟାଳୟ ଗତ ୯ା୧ା୨୦୨୦ରିଖରେ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିବା ସହ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବିରମହାରାଜପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେହେଁ ତାକୁ ସରକାର ଚାପି ରଖିଛନ୍ତି ବୋଲି ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ କେଂଗ୍ରେସ ନେତା ଆଇନଜୀବି ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ।
(୧)-ମନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଆଦେଶ କାର‌୍ୟ୍ୟକାରୀ କରିବାପାଇଁ କାହା ଠାରୁ ଅନୁମତିର ଆବଶ୍ୟକତା ପଡୁଛି ଆଉ କିଏ ମାଡିବସିଛନ୍ତି ଉଚ୍ଚନ୍ୟାୟାଳୟଙ୍କ ଆଦେଶ?
(୨)-ମୂଖ୍ୟ ମନ୍ତ୍ରୀଙ୍କ କ୍ୟାବିନେଟ ସହଯୋଗୀ ତଥା ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବିରୋଧରେ ଫୈାଜଦାରୀ ମାମଲା ରୁଜୁ ପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେବାପରେ ମନ୍ୟବର ମୂଖ୍ୟ ମନ୍ତ୍ରୀ ଚୁପହୋଇ ବସିଛନ୍ତି କାହିଁକି?
୍‌ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଦେବାର ଏକମାସ ବିତି ଯାଇଥିଲେ ମଧ୍ୟ ସୂବର୍ଣ୍ଣପୁର ଏସପି ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କାର‌୍ୟ୍ୟକାରୀ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରି ମୂଖ୍ୟ ମନ୍ତ୍ରୀ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କାର‌୍ୟ୍ୟକାରୀ କରି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ଫୈାଜଦାରୀ ମାମଲା ରୁଜୁ କରିବାପାଇଁ କଂଗ୍ରେସ ନେତା ଶ୍ରାମିଶ୍ର ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସୁରେନ୍ଦ୍ର ନାଥ କର,ଜିନେଶ ଦାସ,ଅମିତା ବିଶ୍ୱାଳ,ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.