Home ଓଡ଼ିଶା ରାଜ୍ୟ ସ୍ତରୀୟ ପଞ୍ଚସଖା ଯାତ୍ରା ଏକାଡେମୀର ପୁରସ୍କାର ଘୋଷଣା ଉତ୍ସବ

ରାଜ୍ୟ ସ୍ତରୀୟ ପଞ୍ଚସଖା ଯାତ୍ରା ଏକାଡେମୀର ପୁରସ୍କାର ଘୋଷଣା ଉତ୍ସବ

168

ବାହାନଗା/ବାଲେଶ୍ୱର,୦୮/୦୧(ଭଗବାନ ଦାସ/ ଓଡ଼ିଆପୁଅ)ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ସ୍ଥିତ ସତ୍ୟଭାମା କଲ୍ୟାଣ ମଣ୍ଡପ ପରିସରରେ ରାଜ୍ୟସ୍ତରୀୟ ସଂସ୍କୃତି ଅନୁଷ୍ଠାନ ପଞ୍ଚ ସଖା ଯାତ୍ରାଏକାଡେମୀ , ଓଡ଼ଶାଳ ତାର ୨୦୧୯ଓ ୨୦୨୦ ମସିହା ପାଇଁ ପୁରସ୍କାର ଘୋଷଣା କରିଛି । ଏକାଡେମୀର ଉପସଭାପତି ଲୋକନାଥ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମ୍ପାଦକ ଅନିରୁଦ୍ଧ ବାରିକ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କର ନାମ ଘୋଷଣା କରିଥିଲେ । ଓଡିଶା ଯାତ୍ରା ଗୌରବ ସମ୍ମାନ -ରସରାଜ ମଣିଭଦ୍ର ବିଶ୍ୱାଳ(ବାଲେଶ୍ୱର) ଓ ଅଭିନେତା ନିତ୍ୟାନନ୍ଦ ପାଢୀ । ନାଟ୍ୟାଚର୍ଯ୍ୟ ରଘୁନାଥ ପଣ୍ଡା ସମ୍ମାନ- ସୁରେଶ ସ୍ୱାଇଁ ଓ ସାରଥି ବେହେରା । ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ସମ୍ମାନ-କାହ୍ନୁ ଚରଣ ଚଣ୍ଡ ଓ ସୁଧାକର ନାୟକ । ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା ସମ୍ମାନ – କାର୍ତ୍ତିକ ସାଧୁଆ ଓ ରାଜକିଶୋର ଜେନା । ନାଟ୍ୟକାର ସମ୍ମାନ – ପ୍ରଦୀପ ବେହେରା ଓ ହିମାଶୁଂ ସାମଲ । ନିର୍ଦ୍ଦେଶକ ସମ୍ମାନ-ଗୁରୁ ମିଶ୍ର ଓ ତାପସ ସ୍ୱାଇଁ । ସଂଗୀତ ସମ୍ମାନ-ସପ୍ନା ରାଣୀ ସାମଲ ଓ ସୁଦାମ ବେହେରା । ଅଭିନେତା ସମ୍ମାନ-ବୈକୁଣ୍ଠ ବାରିକ ଓ କେଦାର ନାୟକ । ଅଭିନେତ୍ରୀ ସମ୍ମାନ ଡଲି ଭୂୟାଁ ଓ ବାସନ୍ତି ବାରେକ । ସାଂବାଦିକ ସମ୍ମାନ- ଶୁଭ୍ରମହାପାତ୍ର(ଧରିତ୍ରୀ) ଓ ରାଜାରାମ ମହାପାତ୍ର(ସମାଜ) । ସ୍ୱତନ୍ତ୍ର ସମ୍ମାନ ସଂଯୁକ୍ତା ଦାସ (ଟିକି)ଶିବାନୀ ଗଣନାଟ୍ୟ ଓ ସୁରେଶ ପଣ୍ଡା(କଳିଙ୍ଗଗଣନାଟ୍ୟ) । ଏକାଡେମୀ ସମ୍ମାନ – ରଘୁନାଥ ବିଶ୍ୱାଳ ଓ ସୀତାନାଥ ମିଶ୍ର । ହାସ୍ୟ ଅଭିନେତା ସମ୍ମାନ – ଗୋବିନ୍ଦ ସ୍ୱାଇଁ ଓ ଅରୁଣ ନାୟକ(ମକୁ)ଙ୍କ ନାମ ଘୋଷଣା କରାଯାଇଥିଲା । ଏଥିରେ ବର୍ଷିଆନ ଅଭିନେତା ଲୋକନାଥ ଲେଙ୍କା ସହ ସମ୍ପାଦକ ଅନନ୍ତ ଦାଶ, ବିକାଶ ଶତପଥି, ରମଣୀକାନ୍ତ ମିଶ୍ର ମଞ୍ଚାସୀନ ହେବା ସହ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.