Home ଓଡ଼ିଶା ଖଣି ମିଆଦ ପୁରିବା ପୂର୍ବରୁ ବେଧଡକ ଚାଲିଛି ଅବୈଧ ଲୁହାପଥର କାରବାର, ଲୁହାପଥର ବୋଝେଇ ହାଇୱା...

ଖଣି ମିଆଦ ପୁରିବା ପୂର୍ବରୁ ବେଧଡକ ଚାଲିଛି ଅବୈଧ ଲୁହାପଥର କାରବାର, ଲୁହାପଥର ବୋଝେଇ ହାଇୱା ଜବତ, ୬ ଗିରଫ

159

ଯୋଡା – ୦୮/୦୨ (ଓଡିଆ ପୁୁଅ / ସେକ୍ ଜାବିର ମହମ୍ମଦ) : ଚଳିତ ବର୍ଷ ମାର୍ଚ୍ଚ ମାସ ପୂର୍ବରୁ ଖଣି ଗୁଡିକରେ ଲିଜ୍ ଅବଧି ସରିବାକୁ ଯାଉଥିବା ବେଳେ ବିଭିନ୍ନ ଖଣିରେ ଗଚ୍ଛିତ ଲୁହାପଥର ଅବୈଧ ଚୋରା ଚାଲାଣ ବେଧଡକ ଚାଲିଥିବା ନଜରକୁ ଆସିଛି । ଏହି ଚୋରା ଚାଲାଣରେ ଖଣି ମାଲିକ ତଥା ପୁରୁଣା କ୍ରସର ମାଲିକମାନଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଏହିପରି ଏକ ର୍ୟାକେଟକୁ ଧରିବାରେ ବଡବିଲ ପୁଲିସ ସଫଳ ହୋଇଥିବା ଜଣାପଡିଛି । ବଡବିଲ ତହସିଲ ଅନ୍ତର୍ଗତ ଶଙ୍ଖଝର ଗ୍ରାମରେ ବନ୍ଦ ପଡିଥିବା ଏକ କ୍ରସର ପ୍ଲାଣ୍ଟରୁ ୨୬ ଟନ୍ ସାଇଜ ଲୁହାପଥର ହାଇୱା ନଂ. ଜେଏଚ୍-୦୫ଏଡବ୍ଲୁ-୦୩୨୦ରେ ଲୋଡ କରାଯାଇ ଚୋରା ଚାଲାଣ ହେଉଥିବା ବେଳେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଁ ବଡବିଲ ପୁଲିସ ଚଢଉ କରିଥିଲା । ଟଣ୍ଟୋସ୍ଥିତ ବି.ଆର.ପି.ଏଲ୍ ନିକଟରୁ ଏହି ହାଇୱା ଟ୍ରକକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ଜଣ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ସେମାନେ ହେଲେ ଯୋଡା ଅଞ୍ଚଳର ସମ୍ଭୁ ବାହାଦୁର ଏବଂ ରାଜେଶ ମୁଣ୍ଡା, ଝାରଖଣ୍ଡର ହାଇୱା ଡ୍ରାଇଭର ଲକ୍ଷଣ ମହାତୋ ଓ ହେଲଫର ବିକାଶ ମହାତୋ ତେବେ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ପରେ ଏହି ଚୋରା କାରବାରର କିଙ୍ଗପିଙ୍ଗ ମାଫିଆ ସମ୍ପତ କୁମାର କାଳନ୍ଦି ଓ ହାଇୱା ମାଲିକ ଉମେଶ କୁମାର ପାଠକଙ୍କୁ ଝାରଖଣ୍ଡରୁ ବଡବିଲ ପୁଲିସ ଗିରଫ କରିଥିଲା । ଏହି ଘଟଣାରେ ମୋଟ ୬ଜଣ ଗିରଫ ହୋଇଥିବା ବେଳେ ଜବତ ଲୁହାପଥର ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି । ତେବେ ମାଫିଆମାନେ ବିଭିନ୍ନ ବନ୍ଦ ଖଣି, କ୍ରସର ଗୁଡିକରୁ ଏହି ଚୋରାକାରବାର ନିର୍ଭୟରେ ଚଳାଉଥିବା ବେଳେ ପୁଲିସ କାଁ ଭାଁ ଗୋଟିଏ ଅଧେ ଘଟଣାରେ ସଫଳତା ଲାଭ କରୁଛି ବୋଲି ଅଭିଯୋଗ ହୁଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.