Home ଓଡ଼ିଶା ବାହାନଗା ବ୍ଲକରେ ଭାରତ ବନ୍ଦର ପ୍ରଭାବ

ବାହାନଗା ବ୍ଲକରେ ଭାରତ ବନ୍ଦର ପ୍ରଭାବ

199

ବାହାନଗା/ବାଲେଶ୍ୱର,୦୮/୦୧(ଭଗବାନ ଦାସ/ ଓଡ଼ିଆପୁଅ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ଓଡ଼ିଶା ବନ୍ଦର ସଫଳ ପ୍ରଭାବ ପଡ଼ିଥିବାର ଜଣାପଡ଼ିଛି । ଆଜି ସିଆଇଟିୟୁର ସଂଗଠନର ଆହ୍ୱାନରେ ବହୁ କର୍ମୀ ଏହି ବନ୍ଦରେ ସାମିଲ ହୋଇଥିଲେ । ମୁଖତ ସିପିଆଇ (ଏମ)ର କର୍ମକର୍ତ୍ତା ଓ ଅଙ୍ଗନୱାଡ଼ି ପାଚିକା ସଂଘର ମହିଳା ମାନେ ଯୋଗ ଦେଇ ଏହି ବନ୍ଦରେ ସ।।ମିଲ ହୋଇ ଥିଲେ । ସକାଳ ୭ଘଟିକାରୁ ବାହାନଗା ବଜାର , ଗୋପାଳପୁର ବଜାରରେ ବହୁ ସଂଖ୍ୟକ ଉପସ୍ଥିତ ରହି ଚାରି ଚକିଆ ଓ ତିନି ଚକିଆ ବନ୍ଦ କରିଥିଲେ । ଏହାପରେ ଫ୍ଲାଗମାର୍ଚ୍ଚ କରି ଗୋପାଳପୁର ବଜାର ପରିକ୍ରମା କରିବା ସହ ତହସିଲ ଅଫିସ,ବ୍ୟାଙ୍କ, ଦୋକାନ, ବଜାର ବନ୍ଦ କରିଥିଲେ । ଏହି ବନ୍ଦ ଶାନ୍ତି ଶୃଙ୍ଖଳାରେ ହୋଇଛି । ଏହି ବନ୍ଦରେ ଦନାର୍ଦ୍ଦନ ନାୟକ ଓ ସୁମନ୍ତ ନାୟକଙ୍କ ନେତୃତ୍ୱରେ ହୋଇ ଥିବା ବେଳେ ଅଙ୍ଗନୱାଡ଼ି ପାଚିକା ସହାୟିକା ସଙ୍ଘ ସାମିଲ ହୋଇଥିଲେ । ଏଥିରେ ଯାତାୟତ ପ୍ରଭାବ ହେବା ସହ ବନ୍ଦ ପ୍ରଭାବ ପରିଲକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.