Home ଓଡ଼ିଶା ରାଜ୍ୟ ସ୍କୁଲ ବ୍ୟାଡ଼ମିଣ୍ଟନ ଓ ସନ୍ତରଣ ପ୍ରତିଯୋଗିତା ଉଦଘାଟିତ

ରାଜ୍ୟ ସ୍କୁଲ ବ୍ୟାଡ଼ମିଣ୍ଟନ ଓ ସନ୍ତରଣ ପ୍ରତିଯୋଗିତା ଉଦଘାଟିତ

86

ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ୬୫ତମ ରାଜ୍ୟ ବ୍ୟାଡ଼ମିଂଟନ ଓ ସନ୍ତରଣ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଛି। ଏଥିରେ ରାଜ୍ୟର ଛବିଶଟି ଶିକ୍ଷା ଜିଲ୍ଲାରୁ ଚଉଦ ବର୍ଷ ବୟସ ବର୍ଗ ବିଭାଗରେ ୮୩ ଜଣ ବାଳକ ଏବଂ ୭୨ ଜଣ ବାଳିକା ଓ ସତର ବର୍ଷ ବୟସ ବର୍ଗରେ ୧୦୭ ଜଣ ବାଳକ ଏବଂ ୬୫ ଜଣ ବାଳିକା ଭାଗନେଉଛନ୍ତି। ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ହଲ ଠାରେ ବ୍ୟାଡ଼ମିଣ୍ଟନ ଏବଂ ପୈାର ସନ୍ତରଣାଗାର ଠାରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ପ୍ରତିଯୋଗିତାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳପତି ଡ଼. ଦୀପକ କୁମାର ବେହେରା ଉଦଘାଟନ କରିଥିଲେ। ଉତ୍ସବରେ ଜଲ୍ଲା ଶିକ୍ଷାଅଧିକାରୀ ସୁବୋଧ କୁମାର ଦାଶ, ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିିକା କଳ୍ପନା ପଣ୍ଡା, ପ୍ରାକ୍ତନ ଶିକ୍ଷା ଅଧିକାରୀ ଗିରିଧାରୀ ହୋତା, ଚନ୍ଦ୍ର ଶେଖର ବେହେରା ଜଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସା, ସଦର ବ୍ଲକ ଶିକ୍ଷା ଅଧିକାରୀ ମୂରଲୀଧର ବେହେରା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରତିଯୋଗିତାର ଉଦଯାପନୀ ସମାରୋହ ଏନସିସି ପଂଚମ ଓଡ଼ିଶା ବାଟାଲିୟନର ସିଓ କେ ଏସ ବିଷ୍ଟ ଅତିଥି ରୂପେ ଯୋଗଦବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.