Home ଓଡ଼ିଶା ରାଜ୍ୟ ସଭାପତିଙ୍କ କୋଟିଆ ଗସ୍ତ: କୋଟିଆ ଓଡିଶାର, ଭାବାବେଗକୁ ବୁଝିବୁ, ସଂପର୍କ ସୁଦୃଢ କରିବୁ :...

ରାଜ୍ୟ ସଭାପତିଙ୍କ କୋଟିଆ ଗସ୍ତ: କୋଟିଆ ଓଡିଶାର, ଭାବାବେଗକୁ ବୁଝିବୁ, ସଂପର୍କ ସୁଦୃଢ କରିବୁ : ସମୀର ମହାନ୍ତି

27

– କୋଟିଆବାସୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବା ପରେ ସେମାନଙ୍କ ସମସ୍ୟାକୁ ବିଧାନସଭାରେ ଉଠାଇବେ ବିରୋଧୀ ଦଳ ନେତା
– କୋଟିଆବାସୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରି ସେମାନଙ୍କ ସମସ୍ୟା ସଂପର୍କରେ ବୁଝିବ ବିଜେପି ପ୍ରତିନିଧୀ ଦଳ
– କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଂଚଳର କୋଟିଆ ପଂଚାୟତ ଓଡିଶା ଭୂଖଣ୍ଡରେ ରହିଛି
– ଆସନ୍ତାକାଲି କୋଟିଆରେ ପହଂଚିବେ ବିଜେପି ପ୍ରତିନିଧୀ ଦଳ
– ଆସନ୍ତାକାଲି ଦିନ ୧ ଟାରେ କୋଟିଆ ଠାରେ ସାମ୍ବାଦିକ ସମ୍ମିଳନୀ କରିବ ବିଜେପି

ଭୁବନେଶ୍ୱର, ୦୯/୦୨ (ଓଡ଼ିଆ ପୁଅ) : ୧୯୩୬ ମସିହା ଅର୍ଥାତ୍ ସ୍ୱାଧାନୀତା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଂଚଳର କୋଟିଆ ପଂଚାୟତ ଓଡିଶା ଭୂଖଣ୍ଡରେ ରହିଛି। କିନ୍ତୁ ଏବେ ସେଠି ଆନ୍ଧ୍ର ପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରିବା ଲାଗି ମସୁଧା ଚଲାଇଛନ୍ତି। ଦୀର୍ଘ ଦିନ ଧରି କୋଟିଆ ପଂଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିବାବେଳେ ରାଜ୍ୟ ସରକାର କୋଟିଆ ଅଂଚଳରେ ସରକାରୀ ସୁବିଧା ପହଂଚାଇବାରେ ବିଫଳ ହୋଇଛନ୍ତି। ଅନ୍ୟପଟେ ଓଡିଶା ସହ କୋଟିଆ ବାସୀଙ୍କର ଥିବା ଭାବାବେଗକୁ ସୁଦୃଢ କରବା ପାଇଁ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ କୋଟିଆ ଅଂଚଳକୁ ଗସ୍ତ କରିଛି।

କୋଟିଆ ଓଡିଶାର, ଭାବାବେଗକୁ ବୁଝିବୁ, ସଂପର୍କ ସୁଦୃଢ କରିବୁ। କୋଟିଆବାସୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରି ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ପାଇଁ ଏହି ପ୍ରତିନିଧୀ ଦଳ କୋଟିଆ ଗସ୍ତ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। କୋଟିଆବାସୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବା ପରେ ସେମାନଙ୍କ ସମସ୍ୟାକୁ ବିଧାନସଭାରେ ଉଠାଇବେ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ କହିଛନ୍ତି।

ଆସନ୍ତାକାଲି ଦିନ ୧ ଟା ସମୟରେ କୋଟିଆବାସୀଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସଭାପତି ଏବଂ ବିରୋଧୀ ଦଳ ନେତା କୋଟିଆ ଠାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ଭୋଧିତ କରିବେ। ଏହି ପ୍ରତିନିଧୀ ଦଳରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଏବଂ ରାଜ୍ୟ ମୁଖପାତ୍ର ବିରଂଚୀ ତ୍ରିପାଠୀ ପ୍ରମୁଖ ସାମିଲ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.