Home ଜିଲ୍ଲା ପରିକ୍ରମା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ହେଲେ ସୁଜାତା ଜେନା

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ହେଲେ ସୁଜାତା ଜେନା

52

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରୀ ନେତ୍ରୀ ସୁଜାତା ଜେନା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗତ ୨ ତାରିଖରେ ପ୍ରକାଶିତ ୧୯୩୮୯ ନଂ ବିଜ୍ଞପ୍ତି ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଗ୍ରାମର ବାସିନ୍ଦା ଶ୍ରୀମତୀ ଜେନାଙ୍କୁ ଦାଇତ୍ୱ ଗ୍ରହଣର ୩ ବର୍ଷ ପର୍ଯ୍ୟନ୍ତ ଆୟୋଗ ସଦସ୍ୟା ଭାବେ ଦାଇତ୍ୱ ଅର୍ପଣ କରାଯାଇଛି । ଏଥିସହ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ନୂଆସାହି ଗ୍ରାମର ଜଲିନା ପ୍ରିୟଦର୍ଶନୀ ଓ ଢେଙ୍କାନାଳ ଜିଲ୍ଲା ଦଧିସିଙ୍ଗା ଗ୍ରାମର ରୁବି ବିଶ୍ୱାଳଙ୍କୁ ସହ ସଦସ୍ୟା ଭାବେ ମଧ୍ୟ ଉକ୍ତ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ଦିଆଯାଇଛି । ୨୦୧୦ ମସିହା ନଭେମ୍ବର ମାସ ପହିଲାରେ ଆତ୍ମପ୍ରକାଶ କରିôତବା ଏହି ଆୟୋଗ ବୈଧାନିକ ଅଟେ । ରାଜ୍ୟ ତମାମ ଶିଶୁ ଅଧିକାର, ସରକାରଙ୍କ ଶିଶୁ ଅଧିକାର ସୁରକ୍ଷା ନୀତି, ଶିଶୁ ମଙ୍ଗଳ ଓ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଶିଶୁମାନଙ୍କ ପ୍ରତି ହିଂସାତ୍ମକ ଓ ନିର୍ଯ୍ୟାତନା, ବାଲ୍ୟବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶିଶୁ ଭିକ୍ଷା, ଶିଶୁ ଶୋଷଣ ଆଦିକୁ କାର୍ଯ୍ୟକଳାପକୁ ପ୍ରତିରୋଧ କରିବା, ଶିଶୁ ଶିକ୍ଷା, ସ୍ୱାସ୍ଥ୍ୟ ରକ୍ଷା ପ୍ରତି ସମର୍ପିତ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀମତୀ ଜେନା ପ୍ରକାଶ କରିଛନ୍ତି । ଏହି ଦାଇତ୍ୱ ଅର୍ପଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ସୁଜାତା କୃତଜ୍ଞତା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.