Home ଜିଲ୍ଲା ପରିକ୍ରମା ମହୁରାରେ ଗୁରୁଦିବସ ଓ ବୃକ୍ଷରୋପଣ

ମହୁରାରେ ଗୁରୁଦିବସ ଓ ବୃକ୍ଷରୋପଣ

14

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମହୁରା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ପୌରହିତ୍ୟରେ ଗୁରୁପୂଜନ ଓ ବୃକ୍ଷରୋପଣ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ବିଦ୍ୟାଳୟର ଗୁରୁମାନଙ୍କୁ ଛାତ୍ରଛାତ୍ରୀମାନେ ବନ୍ଦାପନା କରିଥିଲେ । ଏଥିରେ ଏବିଇଓ ଉମେଶ ଯେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରସନ୍ନ ମହାକୂଳ, ସୁକାନ୍ତ ଦାସ, ସୌମ୍ୟରଞ୍ଜନ ମଲ୍ଲିକ, ଶିକ୍ଷୟତ୍ରୀ ସଙ୍ଗୀତା ବେହେରା, ମନସ୍ୱନୀ ରାଉତ, ପୁଷ୍ପାଞ୍ଜଳୀ ପାଢୀ ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନଙ୍କୁ ଶୁଭାଶିଷ ପ୍ରଦାନ କରିଥିଲେ । ଏହି ଅବସରରେ ମୋ ସ୍କୁଲ ଅଭିଯାନ ସଭାପତି ସଞ୍ଜୟ ପଣ୍ଡା, ନିର୍ଗୁଣ୍ଡି ସମିତି ସଭ୍ୟ ରଞ୍ଜିତ କୁମାର ଜେନାଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ବର, ଅଶ୍ୱସ୍ଥ, ନିମ୍ନ, ଜାମ୍ବ, ଲେମ୍ବୁ, ନଡିଆ, କାଜୁ, ପିଜୁଳି, ପଣସ, ଟଗର ଆଦି ବୃକ୍ଷରୋପଣ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଚାରାଗଛର ସରଧା ପାଇଁ ଶପଥ କରିବା ସହ ରାକ୍ଷୀ ବାନ୍ଧିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.