Home ଜିଲ୍ଲା ପରିକ୍ରମା ଅଣବିଜେଡି ପଞ୍ଚାୟତ ପ୍ରତିନିଧିଙ୍କ ପ୍ରତି ପ୍ରଶାସନ ବୈମାତୃକ ମନୋଭାବକୁ ବ୍ରଦୀଙ୍କ ନିନ୍ଦା, ରହଣିଆରେ ବିଜେପିର ପଞ୍ଚାୟତସ୍ତରୀୟ...

ଅଣବିଜେଡି ପଞ୍ଚାୟତ ପ୍ରତିନିଧିଙ୍କ ପ୍ରତି ପ୍ରଶାସନ ବୈମାତୃକ ମନୋଭାବକୁ ବ୍ରଦୀଙ୍କ ନିନ୍ଦା, ରହଣିଆରେ ବିଜେପିର ପଞ୍ଚାୟତସ୍ତରୀୟ ଭ୍ରଷ୍ଟାଚାର ବିରୋଧି ସମାବେଶ

19

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ପ୍ରଶାସନ ଅଣବିଜେଡି ପଞ୍ଚାୟତ ପ୍ରତିନିଧିମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି । ଅଶବିଜେଡି ପଞ୍ଚାୟତର ବିକାଶକୁ ପ୍ରଶାସନ ସହାୟତାରେ ବିଜେଡି ପ୍ରତିରୋଧ କରୁଛି । ଏହା ଗଣତାନ୍ତ୍ରିକ କାର୍ଯ୍ୟଧାରାର ବିରୋଧି ଅଟେ ବୋଲି ମଙ୍ଗଳବାର ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅବସରରେ ବିଜେପି ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳ ଅଭିଯୋଗ କରିଛନ୍ତି । ଏହାସହ ସରକାରୀ ଯୋଜନାରେ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯିବା ଦ୍ୱାରା ବହୁ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରୁ ବଞ୍ôଚତ ହେଉଛନ୍ତି । ବ୍ଲକରେ ପିସି କାରବାର ସୀମା ଲଙ୍ଘିଛି । ଦଳର ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ପରିଡା, ସମିତି ସଭ୍ୟା ସୁପ୍ରିୟା ସେଠୀ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ମାଳଦା ପ୍ରାକ୍ତନ ସରପଞ୍ଚ ଚିତ୍ତ ମିଶ୍ର, ଭୀମସେନ ନାୟକ, ରାମଚନ୍ଦ୍ର ରାଉତ, ସନ୍ତୋଷ ଦାସ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟା ବିଜୟଲକ୍ଷ୍ମୀ ଧଳ, ପ୍ରକାଶ ନାୟକ, ଜଗନ୍ନାଥ ଦାସ, ବିଶ୍ୱନାଥ ତ୍ରିପାଠୀ, ଘନଶ୍ୟାମ ମଲ୍ଲିକ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶିବାନୀ ସ୍ୱାଇଁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁସୂୟା ବାରିକ, ଓବିସି ମୋର୍ଚ୍ଚା ସଭାପତି ଜଗନ୍ନାଥ ଦାସ ପ୍ରମୁଖ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନିନ୍ଦା କରିଥିଲେ । ଏହି ସମାବେଶରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.