Home ଜିଲ୍ଲା ପରିକ୍ରମା ରାଜ୍ୟ ବିଜେଡି ପକ୍ଷରୁ ଭଦ୍ରକ ଜିଲା କମିଟିର ନାମ ତାଲିକା ପ୍ରକାଶ

ରାଜ୍ୟ ବିଜେଡି ପକ୍ଷରୁ ଭଦ୍ରକ ଜିଲା କମିଟିର ନାମ ତାଲିକା ପ୍ରକାଶ

37

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ବିଜୁ ଜନତା ଦଳର ମିଡିଆ ଏଫୟାର୍ସର ଜେନେରାଲ ସେକ୍ରେଟାରୀ ମାନସ ରଂଜନ ମଙ୍ଗରାଜଙ୍କ ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ମୂଳେ ଭଦ୍ରକ ଜିଲା କମିଟି ଘୋଷଣା ହୋଇଛି । ଏଥିରେ ସଭାପତି ଭାବେ ଜଗନ୍ନାଥ ସ୍ୱାଇଁ ଓ ଉପସଭାପତି ଭାବେ ମୁକ୍ତିକାନ୍ତ ମଣ୍ଡଳ, ବିଜୟ କୁମାର ନାୟକ, ରାଜେନ୍ଦ୍ର ପ୍ରସାଦ ଦାସ, ମଳୟ କୁମାର ଜେନା, ପ୍ରତାପ ଚନ୍ଦ୍ର ଧଳ, ସୁରେନ୍ଦ୍ର ନାଥ ନାୟକ, ପ୍ରଶାନ୍ତ କୁମାର ନାୟକ ଓ ଅଶୋକ କୁମାର ବଳ ରହିଥିବାବେଳେ ଜେନେରାଲ ସେକ୍ରେଟାରୀ ଭାବେ ବଳଭଦ୍ର ଲେଙ୍କା, ଶରତ କୁମାର ସାହୁ, ସୁରେଶ ଚନ୍ଦ୍ର ମହାନ୍ତି, ପ୍ରଦୀପ କୁମାର ମଲ୍ଲିକ, ଅଶୋକ କୁମାର ନାୟକ, ହରେକୃଷ୍ଣ ପାଢୀ, ଯୋଗେନ୍ଦ୍ର କୁମାର ଘଡେଇ, ପ୍ରଣୟ କୁମାର ଦାସ, ପ୍ରବୀର କୁମାର ଜେନା, ଅମିତାବାଳା ଆଚାର୍ଯ୍ୟ, ମହମ୍ମଦ ଜକାଉଲ୍ଲା, ପ୍ରଫୁଲ୍ଲ କୁମାର ବିଶ୍ୱାଳ ଓ ଜଗନ୍ନାଥ ଭାରତୀ ରହିଛନ୍ତି । ସେହିଭଳି ସେକ୍ରେଟାରୀ ଭାବେ ଭାନୁପ୍ରସାଦ ପଲେଇ, ବିଜୟ କୁମାର ଖଟୁଆ, ସେକ୍ ଆୟୁବ ଅଲ୍ଲୀ ଖାନ୍‌, ଯୋଗେନ୍ଦ୍ର ପ୍ରସାଦ ସାହୁ, ପର୍ଶୁରାମ ପଣ୍ଡା ଓ ସେକ୍ରେଟାରୀ କମ୍ ଟ୍ରେଜରର ଭାବେ ପ୍ରଦୀପ କୁମାର ପଣ୍ଡା ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.