Home କୋରାପୁଟ  ରାଜ୍ୟ ବାହାରୁ ଆସିଲେ ୧୪ଦିନ କ୍ୱାରେନଟାଇନ

 ରାଜ୍ୟ ବାହାରୁ ଆସିଲେ ୧୪ଦିନ କ୍ୱାରେନଟାଇନ

88

କୋରାପୁଟ ୦୬-୦୫(ଓଡିଆ ପୁଅ /ରଂଜନ ଦାସ) ରାଜ୍ୟ ବାହାରୁ ଆସୁଥିବା ସମସ୍ତେ  ୧୪ ଦିନ କ୍ୱାରେନଟାଇନ ରହିବାକୁ ବାଧ୍ୟ ଓ  ଦ୍ୱିତୀୟ ଡୋଜ ଟୀକା ନେଇଥିବା ବ୍ୟକ୍ତି ୭ଦିନ ହୋମ କ୍ୱାରେନଟାଇନ ରହିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଭଡିଓ କନଫେରେନସିଂ  ମାଧ୍ୟମରେ ଆଲୋଚନା କରିବା ପରେ ଜିଲ୍ଲାପାଳ  ଅବଦ୍ଦାଲ ଏମ ଅଖତର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀ ଓଡିଆ ମାଲକାନଗିରି ଜିଲା ମୋଟୁରେ ପହଂଚିବା ପରେ  ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ନିଜ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା କରିବ ବୋଲି ସେ ସୂଚନା ଦେଇଛନ୍ତି । ତେଣୁ ସୀମାରେ ପହଂଚିବା ପରେ ପ୍ରବାସୀ ଓଡିଆ ଏଣେତେଣେ ବୁଲାବୁଲି  ନ କରିବାକୁ  ସେ ନିବେଦନ କରିଛନ୍ତି । ତେଣୁ ପ୍ରତି ବ୍ଲକରେ ଅତିରିକ୍ତ ଟିଏମସି ଖୋଲା ଯିବାକୁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ସଂକ୍ରମଣ ରୋକିବାକୁ  ରାଜ୍ୟ ସରକାର  ୧୯ ଯାଏ ଲକଡାଉନ ଘୋଷଣା କରିଥିବାରୁ ଜିଲ୍ଲାରେ ମଧ୍ୟ  ଲକଡାଉନ କଡାକଡି ଭାବେ ପାଳନ କରାଯାଉଛି । ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରା ଯାଇ ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ ଜୋରିମାନା ମଧ୍ୟ ଆଦାୟ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଭିଡିଓ କନଫେରେନସ କାର୍ଯ୍ୟକ୍ରମରେ ଜୟପୁର ଉପ-ଜିଲ୍ଲାପାଳ ହେମକାନ୍ତ ସାଏ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.