କୋରାପୁଟ ୦୬-୦୫(ଓଡିଆ ପୁଅ /ରଂଜନ ଦାସ) ରାଜ୍ୟ ବାହାରୁ ଆସୁଥିବା ସମସ୍ତେ ୧୪ ଦିନ କ୍ୱାରେନଟାଇନ ରହିବାକୁ ବାଧ୍ୟ ଓ ଦ୍ୱିତୀୟ ଡୋଜ ଟୀକା ନେଇଥିବା ବ୍ୟକ୍ତି ୭ଦିନ ହୋମ କ୍ୱାରେନଟାଇନ ରହିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଭଡିଓ କନଫେରେନସିଂ ମାଧ୍ୟମରେ ଆଲୋଚନା କରିବା ପରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀ ଓଡିଆ ମାଲକାନଗିରି ଜିଲା ମୋଟୁରେ ପହଂଚିବା ପରେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ନିଜ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା କରିବ ବୋଲି ସେ ସୂଚନା ଦେଇଛନ୍ତି । ତେଣୁ ସୀମାରେ ପହଂଚିବା ପରେ ପ୍ରବାସୀ ଓଡିଆ ଏଣେତେଣେ ବୁଲାବୁଲି ନ କରିବାକୁ ସେ ନିବେଦନ କରିଛନ୍ତି । ତେଣୁ ପ୍ରତି ବ୍ଲକରେ ଅତିରିକ୍ତ ଟିଏମସି ଖୋଲା ଯିବାକୁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ୧୯ ଯାଏ ଲକଡାଉନ ଘୋଷଣା କରିଥିବାରୁ ଜିଲ୍ଲାରେ ମଧ୍ୟ ଲକଡାଉନ କଡାକଡି ଭାବେ ପାଳନ କରାଯାଉଛି । ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରା ଯାଇ ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ ଜୋରିମାନା ମଧ୍ୟ ଆଦାୟ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଭିଡିଓ କନଫେରେନସ କାର୍ଯ୍ୟକ୍ରମରେ ଜୟପୁର ଉପ-ଜିଲ୍ଲାପାଳ ହେମକାନ୍ତ ସାଏ ଉପସ୍ଥିତ ଥିଲେ ।