Home ଓଡ଼ିଶା ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ ଅନୁଷ୍ଠିତ

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ ଅନୁଷ୍ଠିତ

30

କଟକ ୨୬.୧୦ (ଓଡ଼ିଆ ପୁଅ) – ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା, ସ୍ୱଚ୍ଛତା ବଜାୟ ରଖିବା ସହ ଜୀବନର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ମୂଳୋତ୍ପୋଟନ ପାଇଁ ବିନା ଦ୍ୱିଧାରେ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଆର୍‌.କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା), ଶ୍ରୀ ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ), ଶ୍ରୀ ଦେବଦତ୍ତ ସିଂ, ଆଇ.ଜି (ହେଡକ୍ୱାର୍ଟସ), ଶ୍ରୀ ୟତୀନ୍ଦ୍ର କୋଏଲ, ଆଇ.ଜି (ପ୍ରୋଭିଜନିଂ), ଶ୍ରୀ ପ୍ରବୀଣ କୁମାର, ଆଇ.ଜି (ପର୍ସୋନେଲ) ଓ ଶ୍ରୀ ଅମିତେନ୍ଦ୍ର ନାଥ ସ୍ନିହା, ଆଇ.ଜି (କ୍ରାଇମ ବ୍ରାଞ୍ଚ) ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ ମୁଖ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, ସଂସ୍ଥା ଅଧିକାରୀ, ଉପ ବିଭାଗ ଅଧିକାରୀ, ସହକାରୀ ଉପବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ। ସହକାରୀ ଦୁର୍ଗପତି ଶ୍ରୀ ପଙ୍କଜ କୁମାର ନାୟକ ଓ ସୁବେଦାର ଶ୍ରୀ ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.