Home ଓଡ଼ିଶା ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଦାବିରେ କଟକ ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଦାବିରେ କଟକ ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

55

କଟକ, ୨୬/୧୦ (ଓଡ଼ିଆ ପୁଅ/ଅଭୟ ଜେନା) ମମିତା ମେହେରକୁ ହତ୍ୟା ପ୍ରତିବାଦରେ କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ, ବ୍ଲକ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବ୍ଲକ କଂଗ୍ରେସ ସଭାପତି ପ୍ରତାପ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ବରିଷ୍ଠ ନେତା ଦୁର୍ଗାଶଙ୍କର ଦାଶ, ମାନସ ରଞ୍ଜନ ପ୍ରଧାନ, ଉଗ୍ରସେନ ଭୂୟାଁ, ପ୍ରଭାତ କୁମାର ଖଟୁଆ, ମିହିର ଦାସ, ଅଜୟ ମଲ୍ଲିକ, ରାଜ ଶିଖନ୍ ସ୍ୱାଇଁ, ଦିପୁନା ଲେଙ୍କା, ମହମ୍ମଦ ମେହେତାଜ, ନଳୀନ ଉଦଗତା, କପିଳ ସ୍ୱାଇଁ, ହେମନ୍ତ ସାହୁ, ପାର୍ଥ ସାରଥି ପାଣିଗ୍ରାହୀ, ପ୍ରଭାକର ମଲ୍ଲିକ, ସରୋଜ ଲେଙ୍କା, ରାମଚନ୍ଦ୍ର ଗୋଚ୍ଛାୟତ, ଆଲୋକ ପୃଷ୍ଟି, ସତ୍ୟବ୍ରତ ସାହୁ, ରବୀନ୍ଦ୍ର ସାହୁ, ରମାକାନ୍ତ ରାଉତ, ପ୍ରାଣକୃଷ୍ଣ ଭୋଇ, ଦିବାକର ନାୟକ, ମାନସ ସେଠୀ, ଉମା ସ୍ୱାଇଁ, ଶଙ୍କର ପଟ୍ଟନାୟକ ବିଭୂତି ଭୂଷଣ ଜେନା ପ୍ରମୁଖ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.