Home ଓଡ଼ିଶା ଏକ ଅନନ୍ୟ ବ୍ୟକ୍ତିତ୍ୱ …ପ୍ରଫୁଲ୍ଲ ଚନ୍ଦ୍ର ରଥ

ଏକ ଅନନ୍ୟ ବ୍ୟକ୍ତିତ୍ୱ …ପ୍ରଫୁଲ୍ଲ ଚନ୍ଦ୍ର ରଥ

187

– ଦେବପ୍ରସାଦ ମିଶ୍ର
ରାଜ୍ୟ ପୁଲିସ ପ୍ରଶାସନର ଜଣେ ଅନନ୍ୟ ପ୍ରତିଭାଶାଳୀ ବ୍ୟକ୍ତି ଅବସର ପ୍ରାପ୍ତ ପୁଲିସ ଡିଜି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ୮୫ ବର୍ଷ ବୟସରେ ଦେହାନ୍ତର ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ବିଶେଷ କରି ପୋଲିସ ପ୍ରଶାସନରେ ଶୋକର ଛାୟା ଖେଳି ଯାଇଛି।

ମୃତ୍ୟୁର ଖବର ପ୍ରଚାର ହେବାପରେ ହାଇକୋର୍ଟର ବିଚାରପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଏବଂ ପୁଲିସ ପ୍ରଶାସନ ଅଧିକାରୀଙ୍କ ସମେତ ବହୁ ଆଇନଜୀବୀ, ବହୁ ସଂସ୍ଥା ଓ ସଂଗଠନର ଅଧିକାରୀମାନେ ସ୍ୱର୍ଗତ ରଥଙ୍କୁ ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

ସ୍ୱର୍ଗତ ରଥ ଅଳ୍ପ ବୟସରୁ ଅର୍ଥାତ ମାତ୍ର ୨୦ ବର୍ଷ ବୟସରୁ ଭାରତୀୟ ପୁଲିସ ପ୍ରଶାସନରେ ଜଣେ ଆଇ.ପି.ଏସ. ଅଫିସର ଭାବରେ ଯୋଗ ଦେଇଥିଲେ। ଖୁବ କମ ବୟସରୁ ଓଡିଶା ପୁଲିସ ପ୍ରଶାସନରେ ନିଜକୁ ଜଣେ ଦକ୍ଷ, କର୍ତ୍ତବ୍ୟ ନିଷ୍ଟଓ ସଚ୍ଚୋଟ ଅଫିସର ଭାବରେ ନିଜର ପରିଚୟ ସୃଷ୍ଟି କରି ପାରି ଥିଲେ। କର୍ମ କ୍ଷେତ୍ରରେ ଅନେକ ସମୟରେ ସେ ଅନ୍ୟ କର୍ମଚାରୀଙ୍କ ଉପରେ ନିର୍ଭର କରୁନଥିଲେ ଅନେକ ସମୟରେ ସେ ନିଜେ ଘଟଣା ସ୍ଥଳ କ୍ଷେତ୍ରର ପରିଦର୍ଶନ କରି ଘଟଣାର ତଦନ୍ତ ପାଇଁ ଆବଶକୀୟ ପ୍ରମାଣ ଆଦି ସଂଗ୍ରହ କରି ଦୋଷୀ ଯେପରି ସହଜରେ ଖସି ପାରିବ ନାହିଁ ତାର ଦଫା ଆଦି ଲଗାଇବାରେ ତଦନ୍ତକାରୀ ଅଫିସରଙ୍କୁ ସହାୟତା କରୁଥିଲେ। ଦିନରେ ସେ ୧୨ ରୁ ୧୪ ଘଣ୍ଟା ପରିଶ୍ରମ କରୁଥିଲେ। ତାଙ୍କ ଚେହେରା ଯେପରି ବଳିଷ୍ଠ ଦେଖିବାକୁ ମଧ୍ୟ ସେହିପରି ସୁନ୍ଦର ଓ ଗୋରା ଚେହେରା ସାଙ୍ଗକୁ ପାନଖିଆ ନାଲି ଓଠ ନାକ ତଳେ ଦୁଇପଟ କଳା ମୁଛ ଖାନଦାନିଆ ଚାଲି ତାଙ୍କ ବ୍ୟକ୍ତିତ୍ୱ ର ପରିଚୟ ଦିଏ।ତାଙ୍କର ଲୋକପ୍ରିୟ ହେବାର କାରଣ ଯେ, କୌଣସି ବ୍ୟକ୍ତି ବିଶେଷ ଅଭିଯୋଗ ନେଇ ତାଙ୍କ ପାଖକୁ ଆସେ, ସେ କେବେ ନିରାସ ହୋଇ ଫେରେ ନାହିଁ, ସଙ୍ଗେ ସଙ୍ଗେ ତାର ଅଭିଯୋଗ ଶୁଣି ତତ୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଅନ୍ତି ସେଥିପାଇଁ ବିଭାଗୀୟ କର୍ମଚାରୀମାନେ ସଦା କର୍ମ ତତ୍‌ପର ଥାନ୍ତି। ସହର ବଜାରରୁ ଖବର ନେବାପାଇଁ ସେ ନିଜର ଗୋଟିଏ ସ୍ୱତନ୍ତ୍ର ୟୁନିଟ ରଖିଥାନ୍ତି, ତହିଁରେ ହୋମଗାଡ୍‌ର୍, କନେଷ୍ଟବଳ, ସ୍ପେସାଲ ବ୍ରାଞ୍ଚ କର୍ମଚାରୀ ଙ୍କୁ ସାଧା ପୋଷାକରେ ନିଯୁକ୍ତ କରିଥାନ୍ତି। ସେମାନେ କେବଳ ଡି.ଜି ସାହେବଙ୍କୁ ଖବର ଦେଇଥାଆନ୍ତି। ସକାଳ ହେଲେ ଖବର କାଗଜର ସାମ୍ବାଦିକ ମାନଙ୍କର ଭିଡ ତାଙ୍କ ଅଫିସ ଓ ଘର ଆଗରେ ଖବର ନେବା ପାଇଁ ଲାଗି ରହିଥାଏ। ଅନ୍ୟପଟେ ପ୍ରଫୁଲ୍ଲ ବାବୁଙ୍କ ନିଜ ଭଉଣୀ ସ୍ୱର୍ଗତା ପଦ୍ମାଳୟା ଦାସ ହେଉଛନ୍ତି ସେତେବେଳର ଇଂରାଜୀ ଖବର କାଗଜ ହିଦୁସ୍ତାନ ଷ୍ଟାଣ୍ଢାର୍ଡର ସାମ୍ବାଦିକା ଓ ସ୍ତମ୍ବକାର ତେଣୁକରି, ପ୍ରଫୁଲ୍ଲ ବାବୁଙ୍କ ପାଖେ ରାଜ୍ୟ ତମାମର ଖବର ଥାଏ, ଏପରିକି ରାଜ୍ୟ ପ୍ରମୁଖ ଜିଲ୍ଲା ଓ ସହରାଞ୍ଚଳ ପ୍ରମୁଖ, ପୁଲିସ ଥାନା, ଓ ଥାନାର କର୍ମଚାରୀଙ୍କ ଦୈନାନ୍ଦିନ କାର୍ଯ୍ୟ କଳାପର ବିବରଣୀ ତାଙ୍କ ପାଖେ ରହିଥାଏ, କେହି କର୍ମଚାରୀ ବେଆଇନ କାର୍ଯ୍ୟକଳାପରେ ଲିପ୍ତରହୁଥିଲେ ତାଙ୍କୁ ସଙ୍ଗେ ସଙ୍ଗେ ସେ ଚେତାଇ ଦେଇଥାଆନ୍ତି, ତାଙ୍କର କାର୍ଯ୍ୟକଳାପ ସ୍ୱତନ୍ତ୍ର ଧରଣର କାହା କଥାକୁ ବା ଶୁଣା କଥାକୁ ଶୁଣି ସେ ବିଚାର କରନ୍ତି ନାହିଁ ନିଜେ ସଠିକ ବିବରଣୀ ନପାଇଲା ପର୍ଯ୍ୟନ୍ତ ଅନୁସଂଧାନ ଜାରି ରଖନ୍ତି।

ପ୍ରଫୁଲ୍ଲ ବାବୁଙ୍କ ବାପା ତତ୍‌କାଳୀନ ବ୍ରିଟିଶ ଶାସନରେ ମାଡ୍ରସ ସ୍ଟେଟର ଜିଲ୍ଲାପାଳ ଥିଲେ, ଅତି ସମ୍ଭ୍ରାନ୍ତରୁ ପରିବାରରୁ ଆସିଥିଲେ ମଧ୍ୟ କୌଣସି ବ୍ୟକ୍ତି ବିଶେଷଙ୍କୁ ବ୍ୟବହାରରେ କାର୍ପଣ୍ୟ ପ୍ରକାଶ କରନ୍ତି ନାହିଁ। ଆଜି ଆମ ରାଜ୍ୟ ପ୍ରଶାସନରେ ଯେଉଁ ଫାଇଫ୍ ଟି. ର କଥା କୁହାଯାଉଛି ପ୍ରଫୁଲ୍ଲ ବାବୁ ବହୁ ଆଗରୁ ଏ କଥା ପ୍ରଥା ପ୍ରଚଳନ କରିଥିଲେ।

ପ୍ରତ୍ୟେକ ଥାନା ବାବୁ ଙ୍କୁ କେହି ଅଭିଯୋଗ କରିବାକୁ ଥାନା କୁ ଆସିଲେ ତାଙ୍କୁ ବସିବାକୁ ଦେଇ ତ୍ତ୍‌ୃଷାର୍ତ ଙ୍କୁ ପାଣି ଦେବା ପାଇଁ ତାଙ୍କ ସମୟରେ ଆଜିକାଲି ଯେପରି ପୁଲିସ କର୍ମଚାରୀ ମାନେ ଲୋକଙ୍କ ଠାରୁ ଲାଞ୍ଚ ଆଦି ନେଉଛନ୍ତି ବୋଲି ଅଭେିଯାଗ, ତାହା ସେତେବେଳେ ଦେଖା ଯାଉନଥିଲା, କିନ୍ତ ଧରା ପଡିଲେ ସେଥିରୁ କେହି ତ୍ରାହି ପାଉନଥିଲେ।

ତାଙ୍କର କର୍ମକ୍ଷେତ୍ର କି ବାହାରେ କାହା ପ୍ରତି ଛୋଟ ବଡ ମନୋଭାବ ନଥିଲା। ରାଜ୍ୟରେ ବିଭିନ୍ନ ପ୍ରାକୃତିକ ଦୃବିପାକ, ବାତ୍ୟା, ବନ୍ୟାରେ ପୁଲିସ େଓଲଫାୟାର ପାଣ୍ଠିରୁ ବିଭିନ୍ନ ବିପନ୍ନ ଅଞ୍ଚଳରେ ରନ୍ଧାଖାଦ୍ୟ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିଲେ, ବ୍ରିଟଶ ଅମଳର ଅନେକ ପୁରୁଣା ଆଇନର ସଂଶୋଧନ, ଅବକାରୀ ଆଇନରେ ପରିବର୍ତ୍ତନ ପାଇଁ, ଗ୍ରାମାଞ୍ଚଳରେ ଚୌକିଦାରୀ ପ୍ରଥା ଓ ସହରାଞ୍ଚଳର ସାହି ବସ୍ତି ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ନଜର ଦେବାପାଇଁ ଅନେକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଦେଇଥିଲେ। କୌଣସି ରାଜନୈତିକ ଦଳର ନେତା ବା ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଚାପରେ ପ୍ରଭାବିତ ହେଉନଥିଲେ ବରଂ ରାଜନୈତିକ ଦଳର ନେତା, ମନ୍ତ୍ରୀ ଓ ତାଙ୍କ ଦଳର କର୍ମୀଙ୍କ ପ୍ରଭାବ ଓ ଉଶୃଙ୍ଖଳିତ ବେଆଇନ କାର୍ଯ୍ୟକଳାପ ଉପରେ ନେତାଙ୍କୁ ସତର୍କ କରାଇ ଦେଉଥିଲେ। ବିଜୁବାବୁ ପ୍ରଫୁଲ୍ଲ ବାବୁଙ୍କୁ ‘ରଥୋ’ ବୋଲି ସମ୍ବୋଧନ କରୁଥିଲେ ତାଙ୍କ ସହିତ ଉପାନ୍ତ ଅଞ୍ଚଳରେ ଓଡିଆଙ୍କ ସୁରକ୍ଷା ଓ ଗମାନଗମନ ବ୍ୟବସ୍ଥା ଉପରେ ଆଲୋଚନା କରି କେଉଁଠାରେ ଫାଣ୍ଡି ଆଉଟ୍ ପୋଷ୍ଟ, ବିଟ ହାଉସ ଆଦି ପ୍ରତିଷ୍ଠା ହେବ ଏବଂ କେଉଁ ଅଫିସରଙ୍କୁ କେଉଁଠିକୁ ପଠାଇଲେ ଭଲ କାମ ହେବ ପରାମର୍ଶ ଦେଉଥିଲେ। ଜାନକୀ ବାବୁଙ୍କ ଅମଳରେ ସେ ପ୍ରଥମେ ରୋଡ ସେଫଟି୍ ଦିବସରେ ପ୍ରଥମେ ମଦ୍ୟପାନ କରି ଉଭୟ ହାଇେଓ୍ ଓ ସହର ମଧ୍ୟରେ ଗାଡି ଚଳାଉଥିବା ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବା, ଆର୍ଥିକ ଜରିମାନା ନିୟମ ପ୍ରଚଳନ କରିବାକୁ ସୁପାରିଶ କରିଥିଲେ। ପୁଲିସ ବିଭାଗରେ ସଂସ୍କାର ଓ ବିଭିନ୍ନ ଆଇନ ପ୍ରଚଳନ କରିବା ପାଇଁ ମଧ୍ୟ ସରକାରଙ୍କୁ ଅନେକ ପ୍ରସ୍ତାବ ଦେଇଥିଲେ, ମୋଟା ମୋଟି କହିବାକୁ ଗଲେ ପୁଲିସ ବିଭାଗକୁ ଶୃଙ୍ଖଳିତ ଏବଂ ଦୁର୍ନୀତି ମୁକ୍ତ, ଓ ଲୋକଙ୍କ ସେବାରେ ନିଯୋଗ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ, ଆଜି ପର୍ଯ୍ୟନ୍ତ ଯେଉଁ ପଦାଧିକାରୀମାନେ ତାଙ୍କ ନୀତିରେ ପରିଚାଳିତ ସେମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ପ୍ରଫୁଲ୍ଲ ବାବୁଙ୍କ ପରିବାରରେ ସମସ୍ତେ ଉଚ୍ଚ ଶିକ୍ଷିତ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ। ଆଜି କାଲିର ପୁଲିସ ପ୍ରଶାସନର ଯୁବପିଢୀମାନେ ପ୍ରଫୁଲ୍ଲ ବାବୁଙ୍କ ଦିଗ୍‌ଦର୍ଶନରେ ଅନୁପ୍ରାଣିତ ହେବା ଆବଶ୍ୟକ, ପ୍ରଫୁଲ୍ଲ ବାବୁଙ୍କ କାର୍ଯ୍ୟକଳାପ ଉପରେ ଲେଖିବାକୁ ଗଲେ ଅନେକ କଥା ଲେଖିହେବ, ଏ ଲେଖକର ତାଙ୍କ ସହିତ ଦୀର୍ଘ ଦିନର ସଂପର୍କ, ଯିଏ ତାଙ୍କ ସଂସ୍ପର୍ଷରେ ଥରେ ଆସିଛି ତାଙ୍କୁ ସହଜରେ ଭୁଲିପାରି ନାହିଁ।ସେ ପୋଲିସ ସେବାରୁ ଅବସର ନେବା ପରେ ବିଜୁବାବୁ ଓ ମନ୍ତ୍ରୀ ନଳିନୀ ମହାନ୍ତି ତାଙ୍କୁ ଅବସର ପରେ ସିଡିଏ ର ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିଲେ। ଉଦ୍ଦେଶ୍ୟ ଥିଲା କଟକ ସହରରୁ ଜବର ଦଖଲ ଉଚ୍ଛେଦ କରି ନିୟମ ମୁତାବକ ଏକ ମଡେଲ ସହର ପ୍ରତିଷ୍ଠା କରିବା, ପୋଲିସ ପ୍ରଶାସନର କର୍ମଚାରୀମାନେ କୁହନ୍ତି ପ୍ରଫୁଲ୍ଲବାବୁଙ୍କର ଆଖି ଚିଲ ପରି ଆଖି ସେ ଚଉକିରେ ବସିଲେ ସମଗ୍ର ରାଜ୍ୟର ପୋଲିସ ପ୍ରଶାସନର ପ୍ରତ୍ୟେକ କଥା ତାଙ୍କ ଆଖି ଆଗରେ ଥାଏ। ଭଗବାନ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଏ ଦୁଃଖ ସହିବା ପାଇଁ ଧର୍ଯ୍ୟ ଦିଅନ୍ତୁ। ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ ପାଖରେ ପ୍ରାଥନା।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.