Home ଓଡ଼ିଶା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଗଂଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲା ଗସ୍ତ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଗଂଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲା ଗସ୍ତ

366

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଗଂଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲା ଗସ୍ତ କରି ସେଠାରେ କୋଭିଡ୍-୧୯ ପାଇଁ ଲାଗୁହୋଇଥିବା “ଲକ୍ ଡାଉନ” ସ୍ଥିତିର ସମୀକ୍ଷା କରିବା ସହ ତନଖ୍ ଫାଟକ, ଅସ୍ଥାୟୀ ମେଡିକାଲ ଶିବିରରେ କରାଯାଇଥିବା ବ୍ୟବସ୍ଥା ଓ ପୋଲିସ କର୍ମଚାରୀଙ୍କ କଲ୍ୟାଣ କାର୍ଯ୍ୟକ୍ରମର ଆନୁଧ୍ୟାନ କରିଥିଲେ। ଆରକ୍ଷୀ ମହାନିର୍ଦ୍ଦେଶକ ଗିରିଗୋଳା ତନଖି ଫାଟକ ସ୍ଥଳ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଦକ୍ଷୀଣାଞ୍ଚଳ ରେଞ୍ଜ ଡି.ଆଇ.ଜି, ଆରକ୍ଷୀ ଅଧ୍ୟକ୍ଷକ ଗଂଜାମ ଓ ବ୍ରହ୍ମପୁର ଡି.ଜିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରେ ଗଜାମ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଡି.ଜିଙ୍କୁ ସାକ୍ଷାତ କରି ଜିଲ୍ଲାରେ କୋଭିଡ଼-୧୯ ସ୍ଥିତି ବାବଦରେ ଅବଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.