Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତର ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥରକରି ଭାଗନେବେ ୧୮ଜଣ ଆଦିମ ବଣ୍ଡା ଜନଜାତି

ରାଜ୍ୟସ୍ତର ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥରକରି ଭାଗନେବେ ୧୮ଜଣ ଆଦିମ ବଣ୍ଡା ଜନଜାତି

397

ମାଲକାନଗିରି,୨୫ା୧ (ଓଡିଆ ପୁଅ ) ଆସନ୍ତାକାଲି ରାଜ୍ୟସ୍ତର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଥମ ଥରକରି ଭାଗନେବେ ମାଲକାନଗିରି ଜିଲ୍ଲା ଖଇରପୁଟ ଦୁର୍ଗମ ଅପହଁଚ ଇଲାକା ମାଓପ୍ରବଣ ବଣ୍ଡାଘାଟିର ୧୮ଜଣ ଆଦିମ ବଣ୍ଡାଜନଜାତି । ଏମାନଙ୍କ ମଧ୍ୟରେ ତିନିଜଣ ବଣ୍ଡା ଯୁବକ ଓ ୧୫ଜଣ ବଣ୍ଡା ଯୁବତୀ ଅଛନ୍ତି । ସେମାନେ ହେଲେ ମୁଦୁଲିପଡା ପଚାଂୟତ ବନ୍ଧଗୁଡା ଗ୍ରାମର ଆଦିବାରୀ ଧାଙ୍ଗଡାମାଝୀ,ଆଦିବାସୀ ସିସା,ବୁଦେଇ ଧାଙ୍ଗଡା ମାଝୀ,ଛନିକି ଧାଙ୍ଗଡା ମାଝୀ,ଅନିତା ମୁଦୁଲି,ମିନୁସିସା,ମଙ୍ଗଲି ଧାଙ୍ଗଡା ମାଝୀ,ଝୁନୁ ଧାଙ୍ଗଡା ମାଝୀ,ବୁଦେଇ କ୍ରୀସାନୀ,ସମ୍ବାରୀ ସିସା, ଗୌରୀ ଧାଙ୍ଗଡା ମାଝୀ,ଚନକି ଧାଙ୍ଗଡା ମାଝୀ, ବି.କ୍ରୀସାନୀ,ଅର୍ଜୁନକ୍ରିସାନୀ,ସନିଆ ଧାଙ୍ଗଡା ମାଝୀ,ଲଛିମ ଧାଙ୍ଗଡାମାଝୀ ,ଏହି ବଣ୍ଡା ଯୁବତୀ ଓ ଯୁବକ ମାନେ ରାଜ୍ୟସ୍ତର ସାଧାରଣ ତନ୍ତ୍ରଦିବସ ପ୍ୟାରେଡରେ ଭାଗନେଇ ପାରମ୍ପାରିକ ବଣ୍ଡା ନୃତ୍ୟପରିବେଷଣ କରିବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଡାକରା ହୋଇଥିବା ରୁ କେବଳ ବଣ୍ଡା ଘାଟୀ ନୁହଁ ସମଗ୍ର ମାଲକାନଗିରି ଜିଲ୍ଲାରେ ଖୁସିର ଲହରି ଖେଲି ଯାଇଛି ।ସମୁଦ୍ର ପତନ ଠାରୁ ପ୍ରାୟ୬ହଜାର ଫୁଟ ଉଚ୍ଚରେ ରହିଛି ବଣ୍ଡା ଘାଟି, ଏହି ଦୁର୍ଗମ ବଣ୍ଡା ଘାଟିରୁ ଗତ ୨୦୧୬ମସିହାରେ ପ୍ରଧାନମନ୍ତ୍ରୀ ଙ୍କ ନିମନ୍ତ୍ରଣ ପାଇ ବଣ୍ଡା ଦମ୍ପତି ଦବୁଲୁସିସା ଓ ସମାରୀ ସିସା ଭାରତର ରାଜଧାନୀ ଦିଲ୍ଲୀର ଲାଲକିଲା ଠାରେ ପାଳିତ ହେଉଥିବା ଜାତୀୟସ୍ତର ସାଧାରଣ ତନ୍ତ୍ର ଦିବସ ପ୍ୟାରେଡରେ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ଗୈରବ ଆଣିଥିଲେ । ପୁଣି ଚଳିତ ବର୍ଷ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ବଣ୍ଡାଉନ୍ନୟନ ପ୍ରକଳ୍ପ ଡବ୍ଲ୍ୟୁଓ ଜୁଗଳକିଶୋର ରଣସିଂ ଓ ଟିମଲିଡର ପ୍ରତିମାରଥ ଙ୍କ ନେତୃତ୍ୱରେ ୧୫ଜଣ ବଣ୍ଡା ଯୁବତୀ,୩ଜଣ ଯୁବକ ନିଜର ପାରମ୍ପାରିକ ପୋଷାକ ଓ ବାଦ୍ୟ ଯନ୍ତ୍ର ଧରି ଗତକାଲି ଭୁବନେଶ୍ୱର ଯାତ୍ର କରି ଆଜି ସେଠାରେ ପହଁଚି ସାରିଛନ୍ତି ।ରାଜଯ଼ସ୍ତର  ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସେମାନେ ପାରମ୍ପାରିକ ବଣ୍ଡାନୃତ୍ୟ ପରିବେଶଷଣ କରିବେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.