Home ଜିଲ୍ଲା ପରିକ୍ରମା ଆମ ବ୍ୟଙ୍ଗ ପସରାର ଶାରଦିଆ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି

ଆମ ବ୍ୟଙ୍ଗ ପସରାର ଶାରଦିଆ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି

56

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡ. ଗୋଲକ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ, ସାବିତ୍ରୀ ସଦନ, ସାବନ ବଜାର, ଭଦ୍ରକଠାରେ ଶ୍ରୀମତୀ ବସନ୍ତ ମିଶ୍ରଙ୍କ ସମ୍ପାଦିତ ହାସ୍ୟ ଓ ବ୍ୟଙ୍ଗ ପତ୍ରିକା ‘ଆମ ବ୍ୟଙ୍ଗ ପସରା’ ଉନ୍ମୋଚିତ ହୋଇଯାଇଛି । ଏତତ୍ ବ୍ୟତୀତ ଶ୍ରୀମତୀ ମିଶ୍ରଙ୍କ ଲିଖିତ ଏକପଦୀ ସଂକଳନ ‘ଗାରେ ହସ ଧାରେ ଲୁହ’ ଓ ଶିଶୁ ଗଳ୍ପ ସଂକଳନ ‘ଗପଟିଏ ସେତ ଶିଖାଟିଏ’ ଉନ୍ମୋଚନ ମଧ୍ୟ ମୁଖ୍ୟ ଅତିଥି ଅମୃତ ଦର୍ଶନର ପତ୍ରିକାର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟବକ୍ତା ଡ. କ୍ଷୀରୋଦ କୁମାର ସାମଲଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇ ଯାଇଛି । ‘ଗପଟିଏ ସେତ ଶିଖାଟିଏ’କୁ ସମୀକ୍ଷା କରିବାକୁ ଯାଇ ଗୌତମ ମହାରଣା ବହିଟିରେ ସଂଯୁକ୍ତ ୧୫ଟି ଯାକ ଗଳ୍ପ ଶିଶୁ ମନଭିତ୍ତିକ ଓ ଶିଶୁମାନଙ୍କ ପାଇଁ ଶିକ୍ଷଣୀୟ ହୋଇ ପାରିଛି ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଡ. କ୍ଷୀରୋଦ କୁମାର ସାମଲ ‘ଗାରେ ହସ ଧାରେ ଲୁହ’କୁ ସମୀକ୍ଷା ପୂର୍ବକ ୩୦୩ଟି ଏକପଦୀ ୪/୫ ଗୋଟିକୁୁ ଛାଡି ଦେଲେ ଅନ୍ୟ ସବୁଗୁଡିକ ଅତି ଉଚ୍ଚକୋଟୀର ହୋଇ ପାରିଛି ଓ ଏହା ଏକ ଉତ୍କୃଷ୍ଟ ମାନର ପୁସ୍ତକ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ବ୍ୟଙ୍ଗ ହାସ୍ୟ ପତ୍ରିକା ହିସାବରେ ‘ଆମ ବ୍ୟଙ୍ଗ ପସରା’ ସମଗ୍ର ଓଡ଼ିଶାରେ ତା’ର ସ୍ଥିତି ସୁଦୃଢ କରି ପାରିଛି ଓ ଏହା ସମାଜରେ ଦେଖା ଦେଉଥିବା ଅନୀତି, ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱରୋତ୍ତଳନ କରିବାରେ ଓଡ଼ିଶାର ଏକମାତ୍ର ପତ୍ରିକା ଏବଂ ଏହା ସମାଜର ଦୋଷ ଦୁର୍ବଳତା ଦୂର କରିପାରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଇତ୍ୟବସରରେ ଡ. ରାଧାରାଣୀ ମହାପାତ୍ରଙ୍କୁ ଆମ ବ୍ୟଙ୍ଗ ପସରା ପରିବାର ତରଫରୁ ‘ଆମ ବ୍ୟଙ୍ଗ ପସରା’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ଦିପ୍ତିମୟୀ ସାହୁ । ମନୋରମା ରାୟ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରି ଆଣିଥିବା ବେଳେ ପ୍ରଦୀପ ପ୍ରଜ୍ଜ୍ୱଳନ ସମୟରେ ବେଦପାଠ କରିଥିଲେ ସାଈ କଳ୍ପିତା । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଚ ପ୍ରଦାନ କରିଥିଲେ ଚୈତାଳୀ ଖିଲାର । ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ । ମଞ୍ଚ ପରିଚାଳନା କରିଥିଲେ ଗଙ୍ଗାଧର ପତି, ନିର୍ମଳ ଚନ୍ଦ୍ର ରାଉତ, ହରମୋହନ କୁଅଁର, ରତିକାନ୍ତ ବେହେରା, ପ୍ରୀତିଲତା ପଣ୍ଡା ପ୍ରମୁଖ । ଉପରୋକ୍ତ ସମାରୋହରେ ରାମଚନ୍ଦ୍ର ପଣ୍ଡା, ଜାନକୀ ପାଢୀ, ରଶ୍ମିତା ଦାସ, ଶରତ କୁମାର ନାୟକ, ଗୌରାଙ୍ଗ ବାରିକ, ଖଗେଶ୍ୱର ଯେନା, ମୀନତୀ ନାୟକ, ଗୟାଧର ପଣ୍ଡା, ରବିନାରାୟଣ ଖିଲାର, ଅନୁରାଧା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଆମ ବ୍ୟଙ୍ଗ ପସରାର ସହସମ୍ପାଦକ ବିଜୟ କୁମାର ବହଳୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.