Home ଓଡ଼ିଶା ରାଜ୍ୟସ୍ତରୀୟ ମାଟିଲଗ୍ନା ଛାତ୍ର ମେଧାବୃତି ସମ୍ମାନ କାର୍ଯ୍ୟକ୍ରମ ଶାଭାରମ୍ଭ

ରାଜ୍ୟସ୍ତରୀୟ ମାଟିଲଗ୍ନା ଛାତ୍ର ମେଧାବୃତି ସମ୍ମାନ କାର୍ଯ୍ୟକ୍ରମ ଶାଭାରମ୍ଭ

28

ମାଲକାନଗିରି,୨୫ା୯ (ଓଡିଆ ପୁଅ ) ରାଜ୍ୟସ୍ତରୀୟ ମାଟିଲଗ୍ନା ଛାତ୍ର ମେଧ।।ବୃତି କାର୍ଯ୍ୟକ୍ରମ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ ହୋଇଛି । ଆଜି ଜିଲ୍ଲାସଦର ମହକୁମା ଠାରେ ଥିବା ଦିପ୍ତୀକନଭେଟଂ ବିଦ୍ୟାଳୟ ପରିସରରେ ମାଟିଲଗ୍ନା ସାହିତ୍ୟ ସଂସଦ ର ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମାଲକାନଗିରି ବନାଚଂଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋୟୀ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟସ୍ତରୀୟ ଛାତ୍ର ମେଧାବୃତି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ଅଧ୍ୟାପକ ସରୋଜ କୁମାର ଦାସ,ସମ୍ମାନିତ ଅତିଥି ଭାବେ ପୁବ ର୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ବରିଷ୍ଟ ସାମ୍ବାଦିକ ରତ୍ନାକରଦାଶ,ବିଦ୍ୟାଳୟର ପ୍ରିନ୍ସପାଲ ସିଷ୍ଟର ଗ୍ରେସ ଓ ଅନ୍ୟାତମ ଅତିଥି ଭାବେ ସାମ୍ବାଦିକ ଗୋପିକୃଷ୍ଣ ପଟନାୟକ,ଶିକ୍ଷାବିତ ସିମାଚଂଳ ପଣ୍ଡା,ଜିଲ୍ଲା ଶିକ୍ଷକ ସଂଘ ସଭାପତି ନିଳକଠଂ ବେହେରା,ସମାଜ ସେବୀ ଓମପ୍ରକାଶ ତାଓ୍ୟାରୀ,ଅନନ୍ତ କିଶୋର ନନ୍ଦ,ରମେଶ ଚନ୍ଦ୍ର ମଲ୍ଲ ଯୋଗଦେଇଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଏ ଭଳି ସାହିତ୍ୟ ଅନୁଷ୍ଟାନ ଛାତ୍ର ମେଧାବୃତି ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟିକରିଛି । ମା,ମାତୃଭାଷୀ ଓ ମାତୃଭୂମି ସୁରକ୍ଷା ପାଇଁ ଓଡିଶା ର ବିଭିନ୍ନ ସ୍ଥାନରେ ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ମେଧା ବୃତି ପ୍ରଦାନ କରିଥିବାରୁ ଛାତ୍ର ଛାତ୍ରୀ ମାନେ ଓଡିଆ ଭାଷା ସଂସ୍କୃତି ପ୍ରତି ଆଗ୍ରହ ପ୍ରକାଶ କରିବା ସହ ଓଡିଆ ଭାଷାପ୍ରତି ଗୁରୁତ୍ୱ ଦିଅନ୍ତୁ ବୋଲି ମଚାଂଶିନଅତିଥି ମାନେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ସଭାପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷକ ଉମାଶଙ୍କର ମହାରଣା ପ୍ରାରମ୍ଭିକ ସୁଚନା ସହିତ ଅତିଥି ମାନଙ୍କର ପରିଚାୟ ପ୍ରଦାନ କରିଥିଲେ ଏହି ଅବସରେ ୧୫ଜଣ ଛାତ୍ର ଛାତ୍ରୀ ମାନଙ୍କୁ ମେଧାବୃତି ପ୍ରଦାନ କରାଯିବା ସହିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.