Home ଜିଲ୍ଲା ପରିକ୍ରମା ଧାମନଗରରେ ଅସ୍ଥାୟୀ ତହସିଲଦାର କ୍ଷୀରୋଦ ପଣ୍ଡାଙ୍କ କାର୍ଯ୍ୟଭାର ଗ୍ରହଣ

ଧାମନଗରରେ ଅସ୍ଥାୟୀ ତହସିଲଦାର କ୍ଷୀରୋଦ ପଣ୍ଡାଙ୍କ କାର୍ଯ୍ୟଭାର ଗ୍ରହଣ

30

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳଙ୍କ ଚିଠି ନଂ ୮୧୬୭ ତା ୨୧/୯/୨୦୨୧ ମୂଳେ ଧାମନଗରର ଆଇ/ସି ତହସିଲଦାର ଭାବେ କ୍ଷୀରୋଦ କୁମାର ପଣ୍ଡା ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଉକ୍ତ କାର୍ଯ୍ୟାଳୟର ଚିଠି ନଂ ୪୪୦୬ ଅନୁସାରେ ଧାମନଗର ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ଗତ ୩୦.୦୫.୨୦୨୧ ଠାରୁ ଅତିରିକ୍ତ ଦାୟିତ୍ୱରେ ଥିଲେ । ତେବେ ନିର୍ଦ୍ଦେଶ ପାଇବାପରେ ଶ୍ରୀ ପଣ୍ଡା ଗୁରୁବାର ପୁର୍ବାହ୍ନରେ ଧାମନଗର ଆଇ/ସି ତହସିଲରଦାର ଭାବେ ସ୍ଥାୟୀ ତହସିଲଦାର ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ୱରେ ତୁଲାଇବେ । କାର୍ଯ୍ୟଭାର ଗ୍ରହଣପରେ ଶ୍ରୀ ପଣ୍ଡାଙ୍କୁ ଅତିରିକ୍ତ ତହସିଲଦାର ଅରୁପ କୁମାର ବେହେରା, ରାଜସ୍ୱ ସୁପରଭାଇଜର, ବରିଷ୍ଠ ରାଜସ୍ୱ ସହାୟକ ନିତ୍ୟାନନ୍ଦ ନାୟକଙ୍କ ସମେତ ସମସ୍ତ ତହସିଲ କର୍ମଚାରୀ ମାନେ ପୁଷ୍ପଗୁଚ୍ଛଦେଇ ସ୍ୱାଗତ କରିଥିବା ଜଣାଯାଇଛି । ତେବେ ଧାମନଗର ଅଂଚଳରେ ତହସିଲ, ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପନିବନ୍ଧକ କାର୍ଯ୍ୟାଳୟରେ ସ୍ଥାୟୀ ଅଧିକାରୀ ତୁରନ୍ତ ନିଯୁକ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.