Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ମହାବୀରକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ସେମିରେ କଟକ ଜୁଭେନାଇଲ

ରାଜ୍ୟସ୍ତରୀୟ ମହାବୀରକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ସେମିରେ କଟକ ଜୁଭେନାଇଲ

19

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ଯଶୋଟିକିରି କ୍ରିକେଟ ପଡିଆରେ ୨୪ତମ ରାଜ୍ୟସ୍ତରୀୟ ମହାବୀର କପ କ୍ରିକେଟ ମେଗା ଟୁର୍ଣ୍ଣାମେଣ୍ଟର ଆଜି ଅନୁଷ୍ଠିତ ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କଟକ ଜୁଭେନାଇଲ କ୍ଲବ ଓ ଭଦ୍ରକ ୟୁନକ୍ ଇଲେଭେନ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ୟୁନିକ୍ ଇଲେଭେନ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୨୨ ଓଭରରେ ସମସ୍ତ ଉଇକେଟ ହରାଇ ୧୫୭ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ଅଂଶୁମାନ ମହାନ୍ତି ୩୪ ବଲରୁ ୫୬ ରନ ଓ ସତ୍ୟରଞ୍ଜନ ସାମଲ ୨୦ ବଲରୁ ୨୯ ରନ ସ୍କୋର କରିଥିଲେ । ପ୍ରତିପକ୍ଷର ବୋଲର ସୁମିତ ଶର୍ମା ୪.୫ ଓଭର ବୋଲିଂ କରି ୩୬ ବିନିମୟରେ ୪ ଉଇକେଟ ହାସଲ କରିଥିଲେ । ଜବାବରେ ଜୁଭେନାଇଲ ଦଳ ୨୪.୪ ଓଭରରେ ୯ ଉଇକେଟ ହରାଇ ୧୬୦ରନ କରି ବିଜୟୀ ହୋଇଥିଲା । ଦଳର ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ ୩୭ ବଲରେ ଓ ମାନସ ଭଟ୍ଟାଚାର୍ଯ୍ୟ୨୬ ବଲ ରେ ୨୫ ରନ ସ୍କୋର କରିଥିଲେ । ପ୍ରତିପକ୍ଷର ବୋଲର କିସନ ମନୋହର ୫ ଓଭର ବୋଲିଂ କରି ୨୯ ରନ ବିନିମୟରେ ୪ ଉଇକେଟ ହାସଲ କରିଥିଲେ । ବିଜୟୀ ଦଳର ବ୍ୟାଟ୍ସମ୍ୟାନ ସୁମିତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଜିର ମ୍ୟାଚକୁ ଅମ୍ପାୟାର କାଳନ୍ଦୀ ପଣ୍ଡା ଓ ଦୁର୍ଗାପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ । ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ମାନସ ନନ୍ଦ, ଦେବାଶିଷ ରଥ ଓ ସୌମ୍ୟ ବର୍ଦ୍ଧନ ସ୍କୋରର ଦାଇତ୍ୱ ତୁଲାଇଥିଲେ । ଆସନ୍ତାକାଲି ଯାଜପୁର ଇଲେଭେନ ଷ୍ଟାର ସହ କେଉଁଝର ୟୁନିକ୍ ଇଲେଭେନର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.