Home ଜିଲ୍ଲା ପରିକ୍ରମା ଉତ୍କଳମଣି ସ୍ୱାସ୍ଥ୍ୟ ଓ ଶିକ୍ଷା ଟ୍ରଷ୍ଟ ବାର୍ଷିକୋତ୍ôସବ

ଉତ୍କଳମଣି ସ୍ୱାସ୍ଥ୍ୟ ଓ ଶିକ୍ଷା ଟ୍ରଷ୍ଟ ବାର୍ଷିକୋତ୍ôସବ

23

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ଉତ୍କଳମଣି ସ୍ୱାସ୍ଥ୍ୟ ଓ ଶିକ୍ଷା ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକୋତ୍ସବ ଯଶୋଟିକିରି ସୁବର୍ଣର୍ମୁଖି ସ୍କୁଲ ପଡିଆରେ ଆଜି ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ବନମାଳୀ ପୃଷ୍ଟିଙ୍କ ସଭାପତିତ୍ୱରେ ଓ ବାଇଚଢେଇ ସମ୍ପାଦକ ବିକାଶ କୁମାର ଶତପଥିଙ୍କ ସଂଚାଳନାରେ ଅନୁଷ୍ଠିତ ବାର୍ଷିକୋତ୍ସବକୁ ମୁଖ୍ୟଅତିଥି ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ । ପୂର୍ବତନ ମନ୍ତ୍ରୀ ଓ ସାଂସଦ ତଥା କବି ଡଃ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟବକ୍ତା, ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ସ୍ଥାନୀୟ ସହକାରୀ ଗୋଷ୍ଠୀଶିକ୍ଷା ଅଧିକାରୀ ପୁରୁଷୋତ୍ତମ ଧଳ ଓ ସ୍ଥାନୀୟ ସରପଞ୍ଚ ବଦ୍ରୀନାରାୟଣ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗତ ଦୁଇ ବର୍ଷ ଧରି ଟ୍ରଷ୍ଟ ଚଳାଇଥିବା ସେବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଗଜେନ୍ଦ୍ର ବେହେରା ଟ୍ରଷ୍ଟର ବିବରଣୀ ପାଠ କରି ସେବା ଓ ସହାୟତା କାର୍ଯ୍ୟ ଉପସ୍ଥାପନ କରିଥିଲେ । ଗରିବା ଓ ଅସହାୟ ରୋଗୀଙ୍କୁ ଚିକିତ୍ସା ସହାୟତା ସହ ଦୁର୍ଘଟଣା ଜନିତ ସହାୟତା ଓ ଗରିବ ପରିବାରକୁ ଶୀତବସ୍ତ୍ର ଓ କମ୍ବଳ ବିତରଣର ଲମ୍ବା ତାଲିକା ଉପସ୍ଥାପନ କରାଯାଇଥିଲା । ଏହାସହ ଶିକ୍ଷା କ୍ଷେତ୍ରରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ତାଲିକା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ଉଦଘାଟନ କରିଥିଲେ । ଭଦ୍ରକ ରେଡକ୍ରସ ରକ୍ତଭଣ୍ଡାର ପକ୍ଷରୁ ଶିବିରରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉତ୍ସବରେ କୃତୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିଭା ସମ୍ମାନ ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅସହାୟ ବ୍ୟକ୍ତିଙ୍କୁ ସାଇକେଲ ଓ କମ୍ବଳ ବିତରଣ ସହ ଶ୍ରେଷ୍ଠ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଟ୍ରଷ୍ଟ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଆରମ୍ଭରେ ଭଣ୍ଡାରିପୋଖରୀ କଲଚରାଲ ଏକାଡେମୀର ଛାତ୍ରଛାତ୍ରୀମାନେ ଭରତ କରଣଙ୍କ ନେତୃତ୍ୱରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଶଷ କରିଥିଲେ । ସଦାନନ୍ଦ ପାଣିଗ୍ରାହୀ ଅତିଥି ପରିଚୟ ଓ ଗଜେନ୍ଦ୍ର କୁମାର ବେହେରା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଭ୍ୟ ସଭ୍ୟାମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.