Home ଜିଲ୍ଲା ପରିକ୍ରମା କଳାବ୍ୟାଜ୍ ପରିଧାନ ଓ ନିରବ ପ୍ରତିବାଦ

କଳାବ୍ୟାଜ୍ ପରିଧାନ ଓ ନିରବ ପ୍ରତିବାଦ

14

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ଼ ଅଧ୍ୟାପକ ସଂଘର ନିଷ୍ପତି ଅନୁସାରେ ବାଲେଶ୍ୱର ଜିଲ୍ଲାର ଡ.ହରେକୃଷ୍ଣ ମହତାବ କଲେଜ କୁପାରିର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଗତ ସାତ ଦିନ ହେଲା ଗ୍ରେଡ଼ ପେ ସଂଶୋଧନ ଦାବିରେ କଳାବ୍ୟାଜ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିକାତ୍ମକ ପ୍ରତିବାଦ କରିଆସୁଛନ୍ତି । ସୂଚନା ମୁତାବକ ଗତ ୨୦୧୬ ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟ ସିଲେକ୍ସନ ବୋର୍ଡ଼ ଦ୍ୱାରା ରାଜ୍ୟରେ ଥିବା ବିଭିନ୍ନ ବେଶରକାରୀ ଅନୁଦାନ ପ୍ରାପ୍ତ କଲେଜରେ ଖାଲି ଥିବା ଅଧ୍ୟାପକ ପଦ ପୂରଣ କରାଯାଇ ପ୍ରାୟ ୩ହଜାର ରୁ ଉର୍ଦ୍ଧ୍ୱ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଏହି ବର୍ଗର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ୪୬ସହ ଗ୍ରେର୍ଡ଼ ପରେ ଦରମା ମିଳୁଥିବାରୁ ଏହାକୁ ୫୪ସହ ଗ୍ରେର୍ଡ଼ କୁ ବୃଦ୍ଧି କରିବା ପାଇଁ ଦୀର୍ଘ ୮ବର୍ଷ ଧରି ସରକାରଙ୍କ ନିକଟରେ ଦାବି କରାଯାଇ ଆସୁଥିଲେ ହେଁ ସରକାର ଏ ଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନକରିବା ଦୁଃଖର ବିଷୟ । କାରଣ ନିକଟରେ ଗଣ ଶିକ୍ଷା ବିଭାଗ ଦ୍ୱାରା ଯୁକ୍ତ ଦୁଇ ଶିକ୍ଷାଦାନ ନିମନ୍ତେ ନିଯୁକ୍ତି ପାଇଥିବା ପି.ଜି.ଟି(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ)ଙ୍କ ଗ୍ରେର୍ଡ଼ ୪୬ସହ ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ ଅଧନରେ ନିଯୁକ୍ତି ହୋଇଥିବା ଏସ୍‌ଏସ୍‌ବି ଅଧ୍ୟାପକ ମାନେ ସ୍ନାତକ ଓ ସ୍ନାତକା ରେ ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଙ୍କ ଦରମା ସହିତ ସମାନ ଗ୍ରେର୍ଡ଼ ପେ ପ୍ରଦାନ କରାଯାଇ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଯଥା ଶିଘ୍ର ଦାବି ପୂରଣ ନେଇ ସୁବିଚାର କରାନଗଲେ କଲମ ଛାଡ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ସଭାପତି ଜଣାଇଛନ୍ତି । ଆଜିର ଏହି କଳାବ୍ୟାଜ ପରିଧାନ ଦିପକ ଦାସଙ୍କ ନେତୃତ୍ତ୍ୱରେ କରାଯାଇଥିବା ବେଳେ ଅଜୟ କୁମାର ସାହୁ,ଲଲାଟେନ୍ଦୁ ମଲ୍ଲିକ,ଚିରଞ୍ଜିବି ଦାସ,ମାଳତିଲତା ହାତି,ଆଭା ଦାସ,ଦତାତ୍ରୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.