Home କନ୍ଧମାଳ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

223

ବାଲିଗୁଡା, ୨/୧୨ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାଲିଗୁଡାର ଉପଖଣ୍ଡ କ୍ରୀଡା ସଂଘ ଦ୍ୱାରା ଏସଡିଏଏ କପ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଚଳିତ ମାସ ୮ ତାରିଖରୁଆରମ୍ଭ ହୋଇ ୧୫ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଅଛି। ଏଥି ନିମନ୍ତେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ହଲ ଠାରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଖଣ୍ଡ କ୍ରୀଡା ସଂସଦର ସମ୍ପାଦକ ଅଧ୍ୟାପକ ଡ ଶୁଶାନ୍ତ କୁମାର ଦାସ ଓ ବି ଶୁବାହ ଚନ୍ଦର ପାତ୍ରଙ୍କ ଅଧକ୍ଷତା କରିଥିଲେ। ମୁଖ୍ୟତଃ ଏହିରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାାଇଁ ବିଭିନ୍ନ ବିଭାଗ ପାଇଁ ସଂସଦର ସଦସ୍ୟ ମାନଙ୍କ ମଧ୍ୟରେ ଦ୍ୱାୟୀତ୍ୱ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ କିଭଳି ସଫଳତା ହେବ ସେଥିପାଇଁ ସମସ୍ତ ବିଭାଗରେ ଥିବା ଟିମଲିଡରଙ୍କ ସହ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରାଯାଇଛି। ମିଡିଆହାଉସ ଉକ୍ତ ରାଜ୍ୟସ୍ତରୀୟ ନୁର୍ଣ୍ଣାମେଣ୍ଟକୁ ବହୁଳ ଭାବରେ ପ୍ରଚାରପ୍ରସାର କରିବାକୁ ଅନୁରୋଧ କରାଯାଇଛି। ଉଦଘାଟନୀ ଓ ଉଦଯାପନୀ ଦିବସକୁ ଉତ୍ସବ ମୁଖର କରିବାପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଛି।ଉଦଯାପନୀ ଦିବସରେ ବା ଫାଇନାଲ ମ୍ୟାଚ ଦିନ ପରିବହନ ମନ୍ତ୍ରୀ ଓ ଯୁବକ୍ରୀଡା ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଅଛି। ଏହି ପ୍ରସ୍ତୁତି ବୈଠକରେ ଉପଖଣ୍ଡ କ୍ରୀଡା ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.