Home କନ୍ଧମାଳ ମିଶନ ଇନ୍ଦ୍ରଧନୁ

ମିଶନ ଇନ୍ଦ୍ରଧନୁ

153

ବାଲିଗୁଡା, ୨/୧୨ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଶୁନ ବର୍ଷଠାରୁ ଦୁଇ ବର୍ଷ ଶିଶୁଙ୍କୁ ସଂପୁର୍ଣ୍ଣ ଟିକାକରଣ କରିବାକୁ ଜିଲ୍ଲାପ୍ରଶାସନ ଏବଂ ସ୍ୱ୍ୟାସ୍ଥ ମିଶନ ଲକ୍ଷ ରଖିଛନ୍ତି ଏକ ଟିମ ବାଲିଗୁଡାର ଖଜୁରୀନାଳ ସାହିକୁ ଗ୍ରସ୍ତ କରଥିଲେ। ଏହି ସାହିର ଶିଶିର ବିନ୍ଧାଣି ଓ ସଂଯୁକ୍ତା ବଳିଆରସିଂଙ୍କ ଘରେ ପହଁଚିଥିଲେ। ଉକ୍ତ ଦମ୍ପତି ତାଙ୍କ ଶିଶୁକୁ ଟିକାକରଣ ପାଇଁ ଅନିଛା ପ୍ରକାଶ କରୁଥିଲେ। ପରେ ପରେ ଅବୁଝା ଦମ୍ପତିଙ୍କୁ ସମସ୍ୟାର ସମାଧାନ କରିବା ସହ ପୁର୍ବକ କାର୍ଯ୍ୟକ୍ରମର ଉପାଦେୟତାକୁ ବୁଝାଇଥଲେ ଏହାପରେ ଦମ୍ପତି ସହମତି ପ୍ରକାଶ କରିବାପରେ ଶିଶୁଙ୍କୁ ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ସଂପୁର୍ଣ୍ଣ ଟିକାକରଣ କରାଯାଇଥିଲା।ସଂଯୁକ୍ତା ବଳିଆରସିଂ ଜଣେ ବଧିର ମହିଳା ଅଟନ୍ତି। ଏଣୁ ତାଙ୍କର ଭିନ୍ନକ୍ଷମ ଭତା ନିମନ୍ତେ ଉଦ୍ୟମ କରାଯାଇଥିଲା।ପ୍ରସାସନ ଏହି ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ।ଆଜିର ଏହି ଟିମରେ ଖଜୁରିନାଳକୁ ଗ୍ରସ୍ତ ଏଡିଡବ୍ଲୁଓ କନ୍ଧମାଲ ଅରବିନ୍ଦ ପଟ୍ଟନାୟକ ଏନଏଚଏମର ଡିଡିଏମ ପ୍ରେମଜିତ ତ୍ରୀପାଠି, ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, କାଉଁସିଲର ସସ୍ମିତା ବେହେରା, ଆଶାକର୍ମି, ଅଙ୍ଗନବାଡି କର୍ମି ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.