Home ଜିଲ୍ଲା ପରିକ୍ରମା ରାଜ୍ୟସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପିର ପଞ୍ଚାୟତସ୍ତରୀୟ ଗଣଧାରଣା

ରାଜ୍ୟସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପିର ପଞ୍ଚାୟତସ୍ତରୀୟ ଗଣଧାରଣା

36

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜପେି ପକ୍ଷରୁ ପଞ୍ଚାୟତସ୍ତରୀୟ ଗଣଧାରଣା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଶୁକବ୍ରାର ବିଜେପି ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବଟେଶ୍ୱର ମନ୍ଦିର ନିକଟରୁ ବାହାରି ବାଲିପୋଖରୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଥିଲା । ଦଳର ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଧାରଣାରେ ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ନରନାରାୟଣ ପରିଡା, ପ୍ରକାଶ ମହାପାତ୍ର, ରଶ୍ମିରଞ୍ଜନ ମହାପାତ୍ର, ହରିହର ଗୋଚ୍ଛାୟତ, ଅଜୟ ରାଉତ, ସୁରେଶ ପତି ପ୍ରମୁଖ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ତୃଣମୂଳସ୍ତରରେ ହେଉଥିବା ଦୁର୍ନୀତି, ହିତାଧିକାରୀ ଚୟନରେ ଅନୀୟମିତତା, ଲାଞ୍ଚ ଓ ପିସି କାରବାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଯୋଗାଣ, ମନରେଗା ଯୋଜନା, ଚାଷୀଙ୍କ ଠାରୁ ଧାନକିଣାରେ ହେଉଥିବା ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ସମ୍ପର୍କରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଏବେ ବିଦ୍ୟାଳୟ ରୂପାନ୍ତରିକରଣ ନାମରେ ନିର୍ବାଚନ ପାଣ୍ଠି ସଂଗ୍ରହ ହେଉଛି ବୋଲି ରାଜ୍ୟ ସରକାରଙ୍କୁ ଆରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମକୃଷ୍ଣ ମହାପାତ୍ର, ସୁଧିର ସାହୁ, ଉପେନ୍ଦ୍ର ସେନାପତି, ନନ୍ଦ ସାହୁ, ବସନ୍ତ ନାୟକ, ପ୍ରେମଲତା ବେହେରା, ସାବିତ୍ରୀ ନାଥ, ମିତାଲି ସେଠୀ ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ କର୍ମୀ ଏହି ଧାରଣାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.