Home ଜିଲ୍ଲା ପରିକ୍ରମା ଜବରଦଖଲକାରୀଙ୍କ ଚାଲାଖି, ଛତାବର-ଛଞ୍ôଛଣା ରାସ୍ତାରୁ ଶନିବାର ହେବ ଉଚ୍ଛେଦ ଅଭିଯାନ

ଜବରଦଖଲକାରୀଙ୍କ ଚାଲାଖି, ଛତାବର-ଛଞ୍ôଛଣା ରାସ୍ତାରୁ ଶନିବାର ହେବ ଉଚ୍ଛେଦ ଅଭିଯାନ

28

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଛତାବର-ଛଞ୍ôଛଣା ପୁର୍ତ୍ତ ରାସ୍ତା ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନିମନ୍ତେ ପ୍ରଶାସନର ସମସ୍ତ ପ୍ରସ୍ତୁତିକୁ ବିଫଳ କରିଦେଇଛନ୍ତି ଜବରଦଖଲକାରୀ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରଶାସନ ଛତାବର ଛକରେ ପହଞ୍ôଚଥିଲା । ରାସ୍ତା ପାଶ୍ୱର୍ର ଉଚ୍ଛେଦ ସୀମା ଚିହ୍ନଟକାରୀ ଖମ୍ବ ନଥିବାରୁ ସଂଶୟରେ ପଡିଥିଲା ପ୍ରଶାସନ । ମାପଚୁପ କରାଯାଇ ଲଗାଯାଇଥିବା ଚିହ୍ନଟକୁ ଜବରଦଖଲକାରୀମାନେ ଉପାଡି ଦେଇଥିଲେ । ବିଭାଗ ମଧ୍ୟ କୌଣସି ସୀମା ଚିହ୍ନ ଫଟୋ ଉତ୍ତୋଳନ କରିନଥିଲା । ଫଳରେ ପ୍ରଶାସନ ଉଚ୍ଛେଦ କରିବା ପରିବର୍ତ୍ତେ ପୁନର୍ବାର ଚିହ୍ନଟ କରି ଜିପିଆରଏସରେ ଅପଲୋଡ କରିଥିଲା । ଏଥିସହ ଶୁକ୍ରବାର ମଧ୍ୟରାତ୍ର ସୁଦ୍ଧା ଜବରଦଖଲ ନହଟାଇଲେ ଶନିବାର ଉଚ୍ଛେଦ ହେବ ବୋଲି ତହସିଲ ପକ୍ଷରୁ ଡାକବାଜି ପ୍ରଚାର କରାଯାଇଥିଲା । ତେଣୁ ଶନିବାର ଉଚ୍ଛେଦ ଅଭିଯାନ ଆରମ୍ଭ ହେବ ବୋଲି ତହସିଲଦାର ସୂଚନା ଦେଇଥିଲେ । ୨ଟି ପର୍ଯ୍ୟାୟରେ ଛତାବର ଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇ କୁଲଣା ଦେଇ ମଞ୍ଜୁରୀରୋଡ ଓ ଛଞ୍ôଛଣା ପର୍ଯ୍ୟନ୍ତ ହେବ । ଏହି ଅଭିଯାନରେ ଉଭୟ ପାଶ୍ୱର୍ରେ ଅଢେଇ ମିଟର ଉଚ୍ଛେଦ ହେବ । ୩ ଶହରୁ ଅଧିକ ଦୋକାନ ଓ ଘର ଭଙ୍ଗାଯିବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.