Home ଓଡ଼ିଶା ରାଜ୍ୟସଭା କୁ ନିର୍ବାଚିତ ହେଲେ ବିଜେଡିର ୪ଜଣ ପ୍ରାର୍ଥୀ

ରାଜ୍ୟସଭା କୁ ନିର୍ବାଚିତ ହେଲେ ବିଜେଡିର ୪ଜଣ ପ୍ରାର୍ଥୀ

112

ଭୁବନେଶ୍ୱର୧୮ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଆସନ୍ତା ଏପ୍ରିଲ ୨ରୁ ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।ବିଜେଡି ଦଳ ପକ୍ଷରୁ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ନିଦ୍ୱର୍ନ୍ଦରେ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅବଧି ସରିବା ପରେ ରାଜ୍ୟସଭାକୁ ବିଜେଡିର ୪ଜଣ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର। ଅନ୍ୟ ଦଳ ପକ୍ଷରୁ ଅର୍ଥାତ ବିଜେପି ଓ କଂଗ୍ରେସ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରି ନଥିବାରୁ ଏହି ୪ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଏହି ୪ଜଣ ପ୍ରାର୍ଥୀ ଆସନ୍ତା ଏପ୍ରିଲ ୩ ତାରିଖରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ବୋଲି ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା ବିଧାନସଭା ସଚିବ ଦାଶରଥୀ ଶତପଥୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.