Home ଓଡ଼ିଶା କରୋନା ଆଡଭାଇଜରୀକୁ ବେଖାତିର୍‌………….. ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସ

କରୋନା ଆଡଭାଇଜରୀକୁ ବେଖାତିର୍‌………….. ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସ

140

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୩-ସରକାର ଭୟାଭହ କରୋନାକୁ ମୁକାବିଲା କରିବା ପାଇଁ ଆଡଭାଇଜରୀ ଜାରି କରିଛନ୍ତି । ଅନେକ ସରକାରୀ ଡାକ୍ତରଖାନାରେ ସରକାରୀ ଆଡଭାଇଜରୀକୁ ବେଖାତିର୍ କରି ଚାଲିଛନ୍ତି । ସେ ମଧ୍ୟରେ ରହିଛି ନୟାଗଡ ଜିଲ୍ଲା ଚାନ୍ଦପୁରଠାରେ ଅବସ୍ଥିତ ବସନ୍ତ ମଂଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ । ନୟାଗଡ ଜିଲ୍ଲା ରଣପୁରର ଚାନ୍ଦପୁରଠାରେ ଓଡିଶାର ପ୍ରଥମ ନାରୀ ସ୍ୱାସ୍ଥ୍ୟମନ୍ତ୍ରୀ ୰ ବସନ୍ତ ମଂଜରୀ ଦେବୀ ଆରମ୍ଭ କରିଥିଲେ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସ । ସରକାରଙ୍କ ଡଟସ୍ ଯୋଜନା ମାଧ୍ୟମରେ ଯକ୍ଷ୍ମା ରୋଗ ନିୟନ୍ତ୍ରଣ ହେଲା ପରେ ଏହି ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସ ସାଧାରଣ ସ୍ୱାସ୍ଥ୍ୟ ନିବାସରେ ପରିଣତ ହୋଇଛି । ପ୍ରାୟତଃ କାଶ, ଥଣ୍ଡା ଓ ଜ୍ୱରରେ ପୀଡିତ ରୋଗୀମାନେ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ନୟାଗଡ ଜିଲ୍ଲା, ଗଂଜାମ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା ଓ କନ୍ଧମାଳ ଜିଲ୍ଲା ରୋଗୀମାନେ ଏଠାକୁ ଆସିଥାନ୍ତି । ସରକାର କରୋନା ସଚେତନତା ପାଇଁ ଜାରି କରିଥିବା ଆଡଭାଇଜରୀକୁ ଏଠାରେ ବେଖାତିର କରାଯାଉଥିବା ଦେଖିବାକୁ ମିଳିଛି ।

ଆଉଟ୍ ଡୋର୍ କୁ ଆସୁଥିବା ଶହ ଶହ ରୋଗୀ ବିନା ମାସ୍କ, ବିନା ଦୁରତ୍ୱରେ ଧାଡି ଲମ୍ବାଇଥାନ୍ତି । ସାନିଟାଇଜେସନ୍ ର ବ୍ୟବହାର କରାଯାଇନଥାଏ । ୱାର୍ଡରେ ଥିବା  ଜ୍ୱର, କାଶ, ଥଣ୍ଡା ଓ ଶ୍ୱାସ ରୋଗୀମାନେ ବିନା ମାସ୍କରେ ରହିଥାନ୍ତି । ଯାହା ଦ୍ୱାରାକି ଭାଇରସ୍ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି । ଏହି ସଚେତନତା ବେଖାତିର ସମ୍ପର୍କେ ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସ ସୁପରିଟେଣ୍ଡେଟ୍ ବି.ସୁର୍‌ୟ ରାଓ ଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଆଉଟ୍ ଡୋର୍ ରେ ଭିଡ କମାଇବା ପାଇଁ ଆମ୍ଭେ କାଲିଠାରୁ ୩ଟି କାଉଣ୍ଟର୍ କରିଛୁ । ଡାକ୍ତର ୩ଟି ଯାଗାରେ ଅଲଗା ଅଲଗା ବସିବେ । ତେଣୁ ରୋଗୀଙ୍କ ଭିଡ କମିବ । ଆଉଟ୍ ଡୋର୍ ଓ ଇନ୍ ଡୋର୍ ରେ ସମସ୍ତେ ମାସ୍କ ପିନ୍ଧିବା ସମ୍ପର୍କରେ କିଛିବି କହି ନଥିଲେ ।  ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ୱେତ ମହାପାତ୍ରଙ୍କ ସହ ଫୋନ୍ ଯୋଗେ ଯୋଗା ଯୋଗ କରିବାରେ କୁହନ୍ତି ସଚେତନତା ନିହାତି ଆବଶ୍ୟକ ଯଦି ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସରେ ସଚେତନତାରେ ଅଭାବ ରହୁଛି ସେଥିପାଇଁ ତଦନ୍ତ କରାଯାଇ ଦୃଢ ପଦକ୍ଷେପ ନିଆଯିବ । ଥଣ୍ଡା, ଜ୍ୱର, କାଶ ଓ ଶ୍ୱାସ ରୋଗୀଙ୍କର ଶାହା ଭରଷାର ମୁଖ୍ୟ ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସ ପ୍ରତି ଜିଲ୍ଲା ଉଚ୍ଚ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବାପାଇଁ ଜନସାଧାରଣରେ ଅନୁରୋଧ କରାଯାଉଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.