Home ଓଡ଼ିଶା ରାଜ୍ୟସଭା ଉପ-ନିର୍ବାଚନ ନିର୍ବାଚନ ସ୍ଥଗିତ

ରାଜ୍ୟସଭା ଉପ-ନିର୍ବାଚନ ନିର୍ବାଚନ ସ୍ଥଗିତ

56

ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ ର ଧାରା ୧୫୧(କ) ଅନୁଯାୟୀ, ଯଦି ଖାଲିଥିବା ଅବସ୍ଥାରେ ଅବଶିଷ୍ଟ କାର୍ଯ୍ୟକାଳ ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ହେବ ତେବେ ଆସନ ଖାଲିଥିବା ଦିନଠାରୁ ୬ ମାସ ମଧ୍ୟରେ ଖାଲିଥିବା ପଦବୀ ପୂରଣ ହେବା ଆବଶ୍ୟକ।

ଉପରୋକ୍ତ ନିୟମାନୁଯାୟୀ, ରାଜ୍ୟସଭାରେ କେରଳରୁ ରାଜ୍ୟସଭା ସାଂସଦ ଶ୍ରୀ ଜୋସ୍ କେ.ମଣି ୧୧.୦୧.୨୦୨୧ ରେ କାର୍ଯ୍ୟକାଳ (୦୧.୦୭.୨୦୨୪ ପର୍ଯ୍ୟନ୍ତ) ଶେଷ ହେବାପୂର୍ବରୁ ଇସ୍ତଫା ପତ୍ର ଦେଇଥିଲେ। ଉପରୋକ୍ ନିୟମାନୁଯାୟୀ, ଆସନ ଖାଲିଥିବା ଦିନଠାରୁ ୬ ମାସ ମଧ୍ୟରେ ଖାଲିଥିବା ପଦବୀ ପୂରଣ ହେବା ଆବଶ୍ୟକ।

କିନ୍ତୁ ନିର୍ବାଚନ ଆୟୋଗ ଆଜି ଏହି ବିଷୟରେ ସମୀକ୍ଷା କରିଛନ୍ତି ଏବଂ ନିଷ୍ପତ୍ତି ନେଇଛନ୍ତି ଯେ ଦେଶରେ କୋଭିଡ -୧୯ ର ଦ୍ୱିତୀୟ ଲହର ହେତୁ ମହାମାରୀ ସ୍ଥିତିରେ ଉନ୍ନତି ନହେବା ପର୍ଯ୍ୟନ୍ତ ଏବଂ ଉପ-ନିର୍ବାଚନ କରିବା ଠିକ୍ ହେବ ନାହିଁ।

ଭବିଷ୍ୟତରେ ସଂପୃକ୍ତ ରାଜ୍ୟ ତଥା NDMA / SDMA ପରି ପ୍ରାଧିକୃତ ଅଧିକାରୀଙ୍କ ସହ ମହାମାରୀର ସ୍ଥିତିର ମୂଲ୍ୟାଙ୍କନ କରି ଆୟୋଗ ଭବିଷ୍ୟତରେ ଉପଯୁକ୍ତ ସମୟରେ ନିଷ୍ପତ୍ତି ନେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.