Home ଜିଲ୍ଲା ପରିକ୍ରମା କମିଲା ବୈତରଣୀର ଜଳସ୍ତର, ଲୋକେ ଆଶ୍ୱସ୍ତ

କମିଲା ବୈତରଣୀର ଜଳସ୍ତର, ଲୋକେ ଆଶ୍ୱସ୍ତ

36

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଜନିତ ବୈତରଣୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣାଧୀନ ରହିଛି । ନଦୀର ଜଳସ୍ତରରେ ଲଗାତର ହ୍ରାସ ଘଟୁଥିବାର ବନ୍ୟା ଆଶଙ୍କା ଟଳିଯାଇଛି । ଯାହା ନେଇ ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି । ତେବେ ନଦୀର ଜଳ ପତ୍ତନ ବିଳମ୍ବିତ ରାତିରେ ଆଖୁଆପଦା ଠାରେ ବିପଦ ସଂକେତର ବହୁ ଉର୍ଦ୍ଧ୍ୱରେ ପ୍ରବାହିତ ହୋଇଥିବାରୁ ବିଭିନ୍ନ ମାହାରା, ଘାଇ ଦ୍ୱାରା ନଦୀର ଜଳ ବାହାରି ଯାଇ ଶହଶହ ହେକ୍ଟର ଚାଷ ଜମି ବୁଡି ରହିଛି । କିଛି ଖାଲୁଆ ଅଞ୍ଚଳର ଘର ମଧ୍ୟ ପାଣି ଘେରରେ ରହିଛି । ସେହିଭଳି ଭଣ୍ଡାରିପୋଖରୀ ବ୍ଳକ ଅଞ୍ଚଳରେ ୭ଜଣ ଲୋକ ପାଣି ଘେରରେ ରହିଥିବା ଖବର ପାଇ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି । ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଆଜି ସନ୍ଧ୍ୟା ୫ଟା ବେଳେ ଜଳପତ୍ତନ ୧୮. ୦୮ ମିଟର ରହିଛି । ଉପଜିଲ୍ଲପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧାମନଗର ବ୍ଳକ ଓ ଭଦ୍ରକ ତହସିଲଦାରଙ୍କ ନେତୃତ୍ୱରେ ଭଣ୍ଡାରିପୋଖରୀ ବ୍ଳକ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପରିଚାଳନା କରାଯାଉଛି । ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ମାଳଦା, ଷୋଳମପୁର ଆଦି ଗ୍ରାମ ବୁଲି ଦେଖିଥିଲେ । ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ସରକାରୀ ଅଧିକାରୀଙ୍କ ସହିତ ବନ୍ୟା ସମ୍ପର୍କିତ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.