Home ଓଡ଼ିଶା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନୁହେଁ ପାଣ୍ଡିଆନ ରାଜ୍ୟ ଚଲାଉଛନ୍ତି : ଶିବରାଜ ସିଂହ ଚୌହାନ

ରାଜ୍ୟରେ ମୁଖ୍ୟମନ୍ତ୍ରୀ ନୁହେଁ ପାଣ୍ଡିଆନ ରାଜ୍ୟ ଚଲାଉଛନ୍ତି : ଶିବରାଜ ସିଂହ ଚୌହାନ

262

– ବିଜେପିକୁ ରାଜ୍ୟରେ ସୁଦୃଢ ଏବଂ ସଶକ୍ତ କରିବା
– ଖୋର୍ଦ୍ଧାର ଗୀତା ଭବନ ପଡିଆରେ ଏକ ବିଶାଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଲେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ
– ଦଳୀୟ ଉତରୀୟ ଦେଇ ବିଭିନ୍ନ ବର୍ଗର ଲୋକଙ୍କୁ ବିଜେପିର ସଦସ୍ୟ କରାଇବା ସହ ଦେଶ ନିର୍ମାଣ କରିବା ପାଇଁ ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ହେଲେ ଶ୍ରୀ ଚୌହ୍ୱାନ
– କ୍ଷମତା କି ସରକାର ପାଇଁ ନୁହେଁ ବରଂ ଦେଶ ନିର୍ମାଣ କରିବା ପାଇଁ ବିଜେପି ସର୍ବଦା କାର୍ଯ୍ୟ କରୁଛି
– ଏକ ଭାରତ ଏବଂ ଶ୍ରେଷ୍ଠ ଭାରତ ବନାଇବା ପାଇଁ ଆମେ ସଂକଳ୍ପ ନେବା
– ଭାରତକୁ ଭାଗ ଭାଗ କରିବାରେ କଂଗ୍ରେସର ବଡ ଭୂମିକା ରହିଛି
– କାଶ୍ମିରୀର ଏଭଳି ସ୍ଥିତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହୁରୁ ଦାୟୀ ଏବଂ ସେ ଜଣେ ଅପରାଧୀ
– ଧାରା ୩୭୦ ଉଚ୍ଛେଦ ପରେ ଏବେ କାଶ୍ମିରୀବାସୀଙ୍କୁ ସ୍ୱାଧୀନତା ମିଳିଛି
– ତିନି ତଲାକ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁସଲିମ ମହିଳାଙ୍କୁ ତାଙ୍କ ଅଧିକାର ପ୍ରଦାନ କରିଛନ୍ତି
– ମୋଦି ସରକାର ଆତଙ୍କବାଦ ବିରୁଦ୍ଧରେ ଲଢେଇ କରୁଛି
– ଦେଶରେ କଂଗ୍ରେସର କୌଣସି ନେତା କିମ୍ବା ନେତା ନାହାଁନ୍ତି
– ରାଜ୍ୟରେ କୁପୋଷଣ, ଦାରିଦ୍ର, ବେରୋଜଗାର ପାଇଁ ବିଜେଡି ସରକାର ଦାୟୀ

ଭୁବନେଶ୍ୱର, ୧୧/୦୮ (ଓଡ଼ିଆ ପୁଅ) : ସାରା ରାଜ୍ୟରେ ବିଜେପିର ଏହି ସଦସ୍ୟତା ଅଭିଯାନକୁ ସଠିକ୍ ଭାବରେ କ୍ରିୟାନ୍ୱିତ କରିବା ସହ ବ୍ୟାପକ କରାଯିବ। ରାଜ୍ୟରେ ୫୦ ଲକ୍ଷ ନୂତନ ସଦସ୍ୟତା ସଂଗ୍ରହ କରାଯିବା ସହ ଦେଶର ପୁନଃ ନିର୍ମାଣରେ ସହଭାଗିତା ହେବା ସହ ଏକ ନୂଆ ଭାରତ ଏବଂ ନୂତନ ଓଡିଶା ଗଠନ କରିବା ନେଇ ଆରମ୍ଭ ହୋଇଛି ବିଜେପି ସଙ୍ଗଠନ ପର୍ବ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଖୋର୍ଦ୍ଧା ଗୀତା ଭବନ ପଡିଆରେ ଠାରେ ପହଂଚି ସଙ୍ଗଠନ ପର୍ବ ସଦସ୍ୟତା ଅଭିଯାନକୁ ସମ୍ବୋଧିତ କରିବା ସହ ସଦସ୍ୟତା ଗ୍ରହଣ ଓ ବୃକ୍ଷରୋପଣ କରିଛନ୍ତି। ଏହି ଅବସରରେ ମୋବାଇଲ ନମ୍ବରରେ ମିସକଲ ଦେଇ ସମସ୍ତ ଜନତା ସଦସ୍ୟତା ଗ୍ରହଣ କରିଥିଲେ। ଅଫଲାଇନରେ ବି ସଦସ୍ୟତା ସଂପର୍କରେ ଶ୍ରୀ ଚୌହାନ ବୁଝାଇଥିଲେ। ଶ୍ରୀ ଚୌହ୍ୱାନ ଦଳୀୟ ଉତରୀୟ ଦେଇ ବିଭିନ୍ନ ବର୍ଗର ଲୋକଙ୍କୁ ବିଜେପିର ସଦସ୍ୟ କରାଇବା ସହ ଦେଶ ନିର୍ମାଣ କରିବା ପାଇଁ ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

ଓଡିଶା ଆଗକୁ ବଢିବା ସହ ସମସ୍ତ ଜନତା ଆଗକୁ ବଢିବା ଦରକାର। ନରେନ୍ଦ୍ରମୋଦିଙ୍କୁ ଦିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବନାଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ହେବା ସହ ଏକ ଭାରତ ଏବଂ ଶ୍ରେଷ୍ଠ ଭାରତ ବନାଇବା ପାଇଁ ଆମେ ସଂକଳ୍ପ ନେବା ପାଇଁ ଶ୍ରୀ ଚୌହ୍ୱାନ ଆହ୍ୱାନ ଦେଇଥିଲେ।

ଶ୍ରୀ ଚୌହ୍ୱାନ କହିଛନ୍ତି ଯେ, ଇଂରେଜମାନେ ଆମ ଦେଶକୁ ଭାଗ ଭାଗ କରିଥଲେ। ପରେ କଂଗ୍ରେସ ସରକାର ଭାରତକୁ ପୂରା ବରବାଦ କରିଦେଇଛି। ଭାରତକୁ ଭାଗ ଭାଗ କରିବାରେ କଂଗ୍ରେସର ବଡ ଭୂମିକା ରହିଛି। ଭାରତ ସ୍ୱାଧୀନତା ପାଇବାରେ ଖୋର୍ଦ୍ଧା ପାଇକମାନଙ୍କର ଯୋଗଦାନ ଅତୁଳନୀୟ। ଆଜି କାଶ୍ମିରୀର ଏଭଳି ସ୍ଥିତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହୁରୁ ଦାୟୀ ଏବଂ ସେ ଜଣେ ଅପରାଧୀ। ସର୍ଦ୍ଦାର ବଲେଭ ଭାଇ ପଟେଲ ସାରା ରାଜ୍ୟକୁ ଭାରତରେ ମିଶାଇଥିଲେ। କିନ୍ତୁ ନେହେରୁ କାଶ୍ମିରୀ କଥା ବୁଝିବେ ବୋଲି କହି ଏକ ଭାଗ କାଶ୍ମିରୀ ପାକିସ୍ତାନକୁ ଦେଇଦେଲେ। ସର୍ଦ୍ଦାର ବଲେଭ ଭାଇ ପଟେଲଙ୍କ ନେତୃତ୍ୱ ଥିଲେ ଆଜି ପୂରା କାଶ୍ମିରୀ ଆମର ହୋଇଥାନ୍ତା।

ଧାରା ୩୭୦ ଉଚ୍ଛେଦ ପରେ ଏବେ କାଶ୍ମିରୀବାସୀଙ୍କୁ ସ୍ୱାଧୀନତା ମିଳିଛି। ସେହିପରି ତିନି ତଲାକ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁସଲିମ ମହିଳାଙ୍କୁ ତାଙ୍କ ଅଧିକାର ପ୍ରଦାନ କରିଛନ୍ତି। କଂଗ୍ରେସ ପ୍ରଧାନମନ୍ତ୍ରୀ ଯେଉଁ ଦେଶକୁ ଯାଉଥିଲେ ତାଙ୍କୁ ସମ୍ମାନ ମିଳୁନଥିଲା। କଂଗ୍ରେସ ସରକାର ସମୟରେ ଆତଙ୍କବାଦୀ ଆସି ଭାରତର ସୈନ୍ୟଙ୍କୁ ମାରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ଯେଉଁ ଦେଶକୁ ଯାଉଛନ୍ତି ତାଙ୍କୁ ସମ୍ମାନ ମିଳୁଛି। ମୋଦି ସରକାର ଆତଙ୍କବାଦ ବିରୁଦ୍ଧରେ ଲଢେଇ କରୁଛି। ଶତ୍ରୁପକ୍ଷକୁ ମୁହଁ ତୋଡ ଜବାବ ଦିଆଯାଉଛି। ଚନ୍ଦ୍ରଯାନ -୨ ପଠାଇ ଭାରତ ବିଶ୍ୱରେ ଆଉ ଏକ ରେକର୍ଡ କରିଛି ବୋଲି ଶ୍ରୀ ଚୌହ୍ୱାନ କହିଛନ୍ତି।

ଦେଶରେ କଂଗ୍ରେସର କୌଣସି ନେତା କିମ୍ବା ନେତା ନାହାଁନ୍ତି। ଓଡିଶାରେ କଂଗ୍ରେସ ସମାପ୍ତ ହୋଇସାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ରହି ଓଡିଆରେ କଥା ନହୋଇପାରୁ ନାହଁନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନୁହେଁ ପାଣ୍ଡିଆନ ରାଜ୍ୟ ଚଲାଉଛନ୍ତି। ସେ ବି ବିଜେଡି ଦଳର ପ୍ରମୁଖ ଭାବେ ସବୁ ଦାୟୀତ୍ୱ ବୁଝୁଛନ୍ତି। ରାଜ୍ୟରେ କୁପୋଷଣ, ଦାରିଦ୍ର, ବେରୋଜଗାର ପାଇଁ କଂଗ୍ରେସ ସରକାର ଯେତିକି ଦାୟୀ ଥିଲା ତାହାଠୁ ଅଧିକ ଏବେ ବିଜେଡି ସରକାର ଦାୟୀ। ଦାର୍ଘ ୨୦ ବର୍ଷ ପରେ ବି ରାଜ୍ୟରେ ବିକାଶ ହୋଇପାରି ନାହିଁ। ରାଜ୍ୟରେ ନବୀନ ସରକାର ଏବଂ ତାଙ୍କ ଅଫିସରମାନେ ଭ୍ରଷ୍ଟାଚାରରେ ବୁଡି ରହିଛନ୍ତି। ଆୟୁଷ୍ମାନ ଭାରତ ସାରା ଦେଶରେ ଲାଗୁ ହୋଇଥିବାବେଳେ ନବୀନ ବାବୁ ଓଡିଶାରେ ଏହାକୁ ଲାଗୁ କରିପାରିଲେ ନାହିଁ। ସ୍ୱଚ୍ଛତା ଅଭିଯାନ ସାରା ଦେଶରେ ଚାଲିଛି। ମଧ୍ୟପ୍ରଦେଶ ଗତ ୩ ବର୍ଷ ଧରି ୧ ନମ୍ବର ସ୍ଥାନ ବଜାୟ ରଖିଛି। କିନ୍ତୁ ଏଠି ଓଡିଶା ସ୍ୱଚ୍ଛତା ଅଭିଯାନରେ ପୂରା ପଛରେ ରହିଛି। ନବୀନ ବାବୁ ଯୁବକଙ୍କ ମାନନଙ୍କୁ ରୋଜଗାର ଦେଇପାରୁ ନାହଁନ୍ତି ବୋଲି ଶ୍ରୀ ଚୌହ୍ୱାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୂରା ଦେଶରେ ନୂଆ ପରିବର୍ତ୍ତନ ଦେଖା ଦେଇଛି। ଆମ ସଂକଳ୍ପ ହେଉଛି କି, ୨୦୨୨ ମସିହାରେ ସମସ୍ତ କଚ୍ଚା ଘରକୁ ପକ୍କା ଘର କରାହେବ। ମୋଦି ସରକାର ପ୍ରତି ଗରୀବ ପରିବାରକୁ ଗ୍ୟାସ ସଂଯୋଗ, ଚାଷୀ ଭାଇମାନଙ୍କୁ ଆର୍ଥୀକ ସହୟତା ପ୍ରଦାନ କରିବା, ୬୦ ବର୍ଷ ପରେ ଛୋଟ ଦୋକନୀ ଠୁ ଆରମ୍ଭ କରି ଶ୍ରମିକମାନଙ୍କ ପାଇଁ ପେନସନ ବ୍ୟବସ୍ଥା ଆଦି ଅନେକ ଯୋଜନା ଲାଗୁ କରିଛନ୍ତି। ଏଠି ନବୀନ ସରକାର ଏହାକୁ ଲାଗୁ ନକରିବା କାରଣରୁ ଓଡିଶାବାସୀ ଏହି ଯୋଜନା ଗୁଡିକର ଲାଭ ପାଇପାରୁ ନାହାଁନ୍ତି। ଆଜିଠୁ ପ୍ରସ୍ତୁତ ହୋଇଯାଅ, ଆଗାମୀ ନିର୍ବାଚନରେ ବିଜେଡିକୁ ଉପାଡିକୁ ଫିଙ୍ଗି ବିଜେପି ସରକାର ବନେଇବା। ସାରା ଦେଶରେ ସଙ୍ଗଠନ ପର୍ବ ଆରମ୍ଭ ହୋଇଛି। ବିଜେପିର ସଦସ୍ୟତା ଗ୍ରହଣ କରି ନୂଆ ଭାରତ ସହ ନୂଆ ଓଡିଶା ଗଠନ କରିବା ସଂକଳ୍ପ ନେବା। କ୍ଷମତା କି ସରକାର ପାଇଁ ନୁହେଁ ବରଂ ଦେଶ ନିର୍ମାଣ କରିବା ପାଇଁ ବିଜେପି ସର୍ବଦା କାର୍ଯ୍ୟ କରୁଛି ବୋଲି ଶ୍ରୀ ଚୌହ୍ୱାନ କହିଛନ୍ତି।

ବିଜେପିକୁ ରାଜ୍ୟରେ ସୁଦୃଢ ଏବଂ ସଶକ୍ତ କରିବାର ସଂକଳ୍ପ ନେବା। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ କାର୍ଯ୍ୟ କରି ରାଜ୍ୟକୁ ବିକାଶର ସ୍ରୋତରେ ସାମିଲ କରିବା। ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର ଆଣିବାକୁ ହେଲେ ସଦସ୍ୟତା କାର୍ଯ୍ୟକ୍ରମକୁ ବ୍ୟାପକ କରାଇବା ଦରକାର ବୋଲି ଭୁବନେଶ୍ୱର ସାସଂଦ ଶ୍ରୀମତୀ ଅପରାଜାତି ଷଡଙ୍ଗୀ କହିଛନ୍ତି।

ରାଜ୍ୟରେ ବିଜେପିକୁ ସୁଦୃଢ କରିବା ପାଇଁ ଆମକୁ ମିଳମିଶି କାର୍ଯ୍ୟ କରିବାକୁ ପଡିବ। ସବକା ସାଥ ସବକା ବିକାଶରେ ଭାରତୀୟ ଜନତା ପାର୍ଟି ବିଶ୍ୱାସ କରେ। ସଙ୍ଗଠିତ ଓ ଏକଜୁଟ ହୋଇ କାର୍ଯ୍ୟ କଲେ ଆଗାମୀ ଦିନରେ ନିଶ୍ଚିତ ରୂପେ ବିଜେପି ସରକାର ବନିବ ଏଥିରେ ସନ୍ଦେହ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ କାର୍ଯ୍ୟ କରି ବିଜେପିକୁ ବିଶ୍ୱର ଶ୍ରେଷ୍ଠ ସ୍ଥାନରେ ପହଂଚାଇବା ବୋଲି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଆହ୍ୱାନ ଦେଇଥିଲେ।

ଏହି ସଙ୍ଗଠନ ପର୍ବ ସଦସ୍ୟତା ଗ୍ରହଣ ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସଦସ୍ୟତା ପ୍ରଭାରି ଅନନ୍ତ ନାୟକ, ଡ.ଯତୀନ ମହାନ୍ତି, ସୁଦୀପ୍ତ ରୟ, ଜିଲ୍ଲା ସଭାପତି ସୁବାଷ ଜେନା, କାଳୁ ଖଣ୍ଡାୟତ ରାୟ, ବିଶ୍ୱରଂଜନ ବଡଜେନା, ନରେନ୍ଦ୍ର ନାୟକ, ରିଷଭ ନନ୍ଦଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.