Home ଜିଲ୍ଲା ପରିକ୍ରମା ରାଜ୍ୟରେ ମନ୍ଦିର ଖୋଲିବା ପ୍ରସଙ୍ଗ, କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲ, ନଚେତ ଆନ୍ଦୋଳନ -ଭିଏଚ୍‌ପି

ରାଜ୍ୟରେ ମନ୍ଦିର ଖୋଲିବା ପ୍ରସଙ୍ଗ, କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲ, ନଚେତ ଆନ୍ଦୋଳନ -ଭିଏଚ୍‌ପି

47

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଟି କୋଟି ଓଡ଼ିଆଙ୍କ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାକୁ ସମ୍ମାନ ଜଣାଇ କରୋନା କଟକଣା ମଧ୍ୟରେ ରାଜ୍ୟରେ ସମସ୍ତ ଧର୍ମ ଅନୁଷ୍ଠାନ, ମଠ-ମନ୍ଦିର ଖୋଲିବା ଦାବୀ ନେଇ ବିଶ୍ୱ ହିନ୍ଦୁ ପରିଷଦ ଭଦ୍ରକ ଜିଲ୍ଲା ପକ୍ଷରୁ ଏକ ଦାବୀପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆ ଯାଇଛି । କରୋନା ସଂକ୍ରମଣର ହାର ଦିନକୁ ଦିନ କମୁଛି । ସୁସ୍ଥ ମଧ୍ୟ ଅଧିକ ରୋଗୀ ହେଉଛନ୍ତି । ଏପରି ସ୍ଥିତିରେ ରାଜ୍ୟ ସରକାର କରୋନା କଟକଣାରେ କୋହଳ ଆଣି ପାର୍କ, ପର୍ଯ୍ୟଟନସ୍ଥଳୀ, ସ୍ୱର୍ଗଦ୍ୱାର ଆଦି ଖୋଲିଲେଣି । ବିଭିନ୍ନ ରାଜନୈତିକ ଦଳରେ ଧାରଣା, ସଭା-ସମିତି ଏବଂ ଆନ୍ଦୋଳନ ମଧ୍ୟ ହେଉଛି । କିନ୍ତୁ ପରିତାପର ବିଷୟ ମନ୍ଦିରରେ ତାଲା ଝୁଲୁଛି । ପରିଷଦ ରାଜ୍ୟ ସରକାରଙ୍କ ପାଖରେ ଦାବି ଜଣାଉଛି, ରାଜ୍ୟର ସମସ୍ତ ଦେବାଳୟକୁ କରୋନା କଟକଣା ମାଧ୍ୟମରେ ଖୋଲାଯାଉ । ମନ୍ଦିରକୁ ଭରସା କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ଗୋଷ୍ଠୀ ଏବଂ ପୂଜକ ପରିବାରର ଆର୍ôଥକ ସ୍ଥିତିର ବିକାଶ ହେଉ । ସରକାରଙ୍କ ରାଜସ୍ୱ ବଢୁ । ସରକାର କାହା ଇଙ୍ଗିତରେ ସମସ୍ତ ମନ୍ଦିରରେ ତାଲା ବନ୍ଦ କରି ରଖିଛନ୍ତି ବୋଲି ପରିଷଦ ପ୍ରଶ୍ନ ଉଠାଇଛି । ଯେତେ ଶୀଘ୍ର ସମ୍ଭବ ମନ୍ଦିର ଖୋଲାଯାଉ, ନଚେତ କୋଟିକୋଟି ଓଡ଼ିଆଙ୍କୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଆନ୍ଦୋଳନ କରିବ ବୋଲି ଚେତାବନୀ ଦାବୀପତ୍ର ମାଧ୍ୟମରେ ଦିଆ ଯାଇଛି । ଲୋକଙ୍କ ଆଧ୍ୟାତ୍ମିକ ଭାବନାକୁ ସମ୍ମାନ ଜଣାଇ ସରକାର ମନ୍ଦିର ଖୋଲିବାକୁ ପ୍ରଯତ୍ନ କରୁ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ସମୟରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ସତ୍‌ସଂଗ ପ୍ରମୁଖ ଗୋବିନ୍ଦ ଚନ୍ଦ୍ର ରାଉତ, ବଜରଂଗ ଦଳର ବାଲେଶ୍ୱର ବିଭାଗ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ, ପରିଷଦର ଜିଲ୍ଳା ସଭାପତି ବିଜୟ ସିନ୍‌ହା, ଉପସଭାପତି ନିରଞ୍ଜନ ସାହୁ, ମାତୃଶକ୍ତିର ସରୋଜିନୀ ଦାସ, ନଗର ସଭାପତି ପୁନିଲ ସାମନ୍ତ, ସହସମ୍ପାଦକ ମହେଶ୍ୱର ବେହେରା, ବଜରଂଗ ଦଳର ଚନ୍ଦନ ଦାସ, ସନ୍ତୋଷ ନାୟକ, କାହ୍ନା ପ୍ରସାଦ ଖୁଣ୍ଟିଆ, ଦୁର୍ଗାଶଙ୍କର ଜେନା, ବାପୁନ ମହାପାତ୍ର, ତାପଜ ସାହୁ, ହେମନ୍ତ ବୈଶାଖ, ସମ୍ବିତ ନାୟକ, ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.