Home ଓଡ଼ିଶା ରାଜ୍ୟରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଛି!

ରାଜ୍ୟରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଛି!

296

ଭୁବନେଶ୍ୱର୨୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦିଲ୍ଲୀର ଏକ ବସ ମଧ୍ୟରେ ନିର୍ଭୟା ଗଣ ଦୁଷ୍କର୍ମ ପରେ ହତ୍ୟା ଘଟଣା ପରେ ଦେଶରେ ମହିଳା ମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଓ ଦୁଷ୍କର୍ମକୁ ଦେଶରେ ନହେବାକୁ ସେତେବେଳେ ୟୁପିଏ ସରକାର ଓ ପରେ ସଂସଦରେ ମହିଳା ସୁରକ୍ଷା ବିଲ୍ ଆଗତ କରି ମହିଳା ମାନଙ୍କ ସୁରକ୍ଷା ପ୍ରତି କରାଯାଇଥିବା ସଂଶୋଧନର ନିୟମ ଖାଲି କାଗଜ କଲମରେ ରହିଥିବା ଦେଖିବାକୁ ମିଳିଛି। ସଂଶୋଧନ ପରେ ଅପରାଧି ମାନଙ୍କୁ କଠୋର ଶାସ୍ତି ମିଳୁଥିଲା ବେଳେ ଅପରାଧ ନକମିବା ଆଜି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୯ ଜାନୁଆରୀରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେ ୧ ହଜାର ୮୬୫ଟି ଦୁଷ୍କର୍ମ ମାମଲା ଦାଏର ହୋଇଛିଥିବା ବିଧାନସଭାରେ ନାରୀ ନିର୍ଯ୍ୟାତନା ଓ ସୁରକ୍ଷା ଉପରେ ଆସିଥିବା ପ୍ରଶ୍ନର ଜବାବରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ପ୍ରଦାନ କହିଛନ୍ତି। ଦାଏର ହୋଇଥିବା ମାମଲା ମଧ୍ୟରୁ ୯୫୬ ଜଣ ନାବାଳିକା ରହିଥିବା ବେଳେ ୭ ହଜାର ୭୦୬ ଜଣ ନାରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି ଏବଂ ୩୩୭ ଜଣଙ୍କର ଯୌତୁକ ନିର୍ଯ୍ୟାତନାରେ ମୃତ୍ୟୁ ଘଟିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.