Home ଜିଲ୍ଲା ପରିକ୍ରମା ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ୨୫ତମ ଯୁବ ଉତ୍ସବ ଉଦ୍ଘାଟିତ

ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ୨୫ତମ ଯୁବ ଉତ୍ସବ ଉଦ୍ଘାଟିତ

191

ବାରିପଦା ୧୯.୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ତତ୍ୱାବଧାନରେ ଜିଲ୍ଲା ସଦର ମହକୁମା ବାରିପଦା ସହିଦ୍ ସ୍ମୃତି ଭବନଠାରେ ଚଳିତ ନଭେମ୍ବର୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜବନ୍ଧୁ ଭୋଳ ଓ.ପ୍ର.ସେ. ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ କଳା ସଂସ୍କୃତି ସଂମ୍ପନ୍ନ ମୟୁରଭଞ୍ଜ ଜିଲ୍ଲାର ଲୋକ ସଙ୍ଗୀତ ଓ ଲୋକନୃତ୍ୟ ବାଦ୍ୟଯନ୍ତ୍ର କଳା ସଂସ୍କୃତିର ଗୌରବ ଦେଶ ବିଦେଶରେ ସୁପରିଚିତ ବୋଲି ଉଲ୍ଲେଖ କରିବା ସହ ଯୁବ ପ୍ରତିଭାର ବିକାଶ ତଥା ସର୍ବୋପରି କଳା ସଂସ୍କୃତି ଐତିହ୍ୟ ସମ୍ଭାରକୁ ରାଜ୍ୟ ଜାତୀୟ, ଆନ୍ତର୍ଜାତୀୟସ୍ତରରେ ପ୍ରତିପାଦନ କରାଇବା ଆଭିମୁଖ୍ୟ ନେଇ ପ୍ରତିବର୍ଷ ଆୟୋଜିତ ହେଉଅଛି। ଯୁବ ଉତ୍ସବରେ ନିଜର କଳା ପ୍ରତିଭାର ସଫଳତା ଆଣିବା ପାଇଁ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥିଭାବେ ସହକାରୀ ଜିଲ୍ଲାପାଳ ଶ୍ରୀ ସୁଜୟ କୁମାର ପତି ଯୋଗ ଦେଇ ଯୁବଶକ୍ତିର ପ୍ରତିକ ସ୍ୱାମୀ ବିବେକାନନ୍ଦଙ୍କ ଯୁବ ସୁଲଭ ପ୍ରତିଭାର ମାର୍ଗ ଦର୍ଶନକୁ ନିଜ ଜୀବନରେ ପ୍ରତିଫଳିତ ଦିଗରେ ଆଗେଇ ଯିବାକୁ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ତନୁଜା ସିର୍କା ଯୋଗ ଦେଇଥିବାବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଭୋଜରାଜ ମହାପାତ୍ର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ସୂଚନା ପ୍ରଦାନ ପୂର୍ବକ ଜିଲ୍ଲା ଯୁବ ଉତ୍ସବ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଅବସରପ୍ରାପ୍ତ କ୍ରୀଡାବୀତ୍ କୁମାର ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଦୁଇଦିନ ଧରି ଅନୁଷ୍ଠିତ ଏହି ଜିଲ୍ଲା ଉତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳର ସାଂସ୍କୃତିକ ଅନୁଷ୍ଠାନର ୧୩ ରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୭୦୦ ରୁ ଉର୍ଦ୍ଧ ଯୁବକଳାକାର ପ୍ରତିଭା ମାନେ ଅଂଶଗ୍ରହଣ କରୁଥିବାବେଳେ ଉଦ୍ଘାଟନୀ ଉତ୍ସବରେ ୪୦୦ ରୁ ଉର୍ଦ୍ଧ କଳାକାର ଯୋଗ ଦେଇ ଓଡଶୀ, ଲୋକସଂଗୀତ, ଶାସ୍ତ୍ରୀୟ ସଂଗୀତ, ବାଦ୍ୟଯନ୍ତ୍ର, ସୀତାର, ବଂଶି, ତବଲା, ବୀଣା ମୃଦଙ୍ଗ, ହାରମାନିୟନ, ଗିଟାର ଏବଂ ବାଗ୍ମିତା ଆଦି ସ୍ତରରେ ଦଳଗତ ଓ ଏକକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ୨୦ ତାରିଖରେ ପ୍ରାୟ ୩୦୦ ରୁ ଉଦ୍ଧ ଯୁବ କଳାକାର ଲୋକନୃତ୍ୟ ଏବଂ ୱାନ୍ଆକ୍ଟପ୍ଲେ ନୃତ୍ୟ ପରିବେଶଣ କରାଯିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଯୋଗ୍ୟ କି ଅନୁଷ୍ଠିତ ଏହି ଦୁଇ ଦିନିଆ ଯୁବ ଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ପ୍ରତିଭାବାନ ଯୁବ କଳାକାର ମାନଙ୍କୁ ରାଜ୍ୟସ୍ତରୀୟ ଉତ୍ସବରେ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲାରୁ ମନୋନୀତ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.