Home ଓଡ଼ିଶା ରାଜ୍ୟରେ ଆଇନ୍ ଅବାଟରେ ଯାଉଛି : କଂଗ୍ରେସ

ରାଜ୍ୟରେ ଆଇନ୍ ଅବାଟରେ ଯାଉଛି : କଂଗ୍ରେସ

58

ଭୁବନେଶ୍ୱର, ୦୬/୦୫ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ବାରମ୍ବାର କୁହନ୍ତି ଆଇନ୍ ତା’ ବାଟରେ ଯିବ। କିନ୍ତୁ ଆଇନ ନା ତା’ ବାଟରେ ଯାଉଛି ନା ଅପରାଧିମାନଙ୍କୁ ଧରିବା ବାଟରେ ଯାଉଛି। ରାଜ୍ୟରେ ସଂଗଠିତ ହେଉଥିବା ଅପରାଧିଗୁଡ଼ିକରେ ଶାସକ ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନଙ୍କର ସମ୍ପ୍ରତି ଯୋଗୁଁ ଆଇନ ରାଜ୍ୟରେ ସଂପୂର୍ଣ୍ଣ ଭାବେ ଅବଟାରେ ଯାଉଛି ବୋଲି ଆଜି ବିଜୁ ଜନତା ଦଳ ଓ ସରକାରଙ୍କୁ କଡ଼ା ଟାର୍ଗେଟ କରିଛି କଂଗ୍ରେସ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା’ ବାଟରେ ଯିବ ବୋଲି କହନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ବିଜୁ ଜନତା ଦଳର ବରିଷ୍ଠ ନେତା ମନ୍ତ୍ରୀ ଓ ସାଧାରଣ ସଦସ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଏହି ଉକ୍ତିକୁ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରନ୍ତି। ବୋଧହୁଏ ଶାସକ ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନେ ଭାବନ୍ତି ଯେ, ଆଇନ୍ ତା’ ବାଟରେ ପଳେଇବ କିନ୍ତୁ ସେଥିପାଇଁ ବିଜୁ ଜନତା ଦଳର ନେତା, କର୍ମୀମାନେ ଅପରାଧ କରିବାକୁ ପଛଉନାହାଁନ୍ତି। ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପୁଲିସ୍ ପ୍ରଶାସନ ଏହି ଶାସକ ଦଳ ସମର୍ଥିତ ଗୁଣ୍ଡାମାନଙ୍କର ସମର୍ଥକ ହୋଇଥିବା ସେ ଅଭିଯୋଗ କରିଥିଲେ।

ରାଜ୍ୟ ସରକାର ମାନ୍ୟବର ସୁପ୍ରିମ୍‌କୋର୍ଟରେ ଆଫିଡେବିଟ୍ ଦେଇ ପରୋକ୍ଷରେ ସ୍ୱୀକାର କରିଛନ୍ତି ନାରୀ ନିର୍ଯ୍ୟାତନା, ଧର୍ଷଣ, ହତ୍ୟା ଓ ନାବାଳିକା ନିର୍ଯ୍ୟାତନାରେ ଓଡ଼ିଶା ଦେଶରେ ସର୍ବାଗ୍ରେ। ନାରୀ ନିର୍ଯ୍ୟାତନାରେ ଅପବାଦ ମୁଣ୍ଡାଇଥିବା ଓଡ଼ିଶା ଯୋଗୁଁ ବୋଧହୁଏ ରାଜ୍ୟ ସରକାର ନାରୀ ପ୍ରତି ହେଉଥିବା ନିର୍ଯ୍ୟାତନା ମାମଲାରେ କେସ୍ ଦରଦ ନ କରିବାକୁ ପୁଲିସ୍ ପ୍ରଶାସନକୁ ଅଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ରାଜ୍ୟର ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ୍ ଏତଲାକୁ ଦରଜ କରିନଥିଲା। ଅନ୍ୟପଟେ ଶାସକ ଦଳର ବିଧାୟକଙ୍କ ବିରୋଧି ଯୌନ ଶୋଷଣ ମାମଲା ଭୁବନେଶ୍ୱର ଖଣ୍ଡଗିରି ଥାନାରେ ପଞ୍ଜିକୃତ ହୋଇପାରୁନାହିଁ। ମାନ୍ୟବର ସୁପ୍ରିମ୍‌କୋର୍ଟ ସ୍ପଷ୍ଟଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ସଙ୍ଗିନ୍ ଦଫା ମାମଲାରେ ପୁଲିସ୍ ଏତଲା ପଞ୍ଜିକରଣ କରିବାକୁ ବାଧ୍ୟ। କିନ୍ତୁ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଧର୍ଷଣ, ହତ୍ୟା, ମହିଳା ଓ ଶିଶୁ ନିର୍ଯ୍ୟାତନା, ଅପହରଣ ମାମଲାରେ ମଧ୍ୟ ପୁଲିସ୍ ଜାଣିଶୁଣି ଅଭିଯୋଗଗୁଡ଼ିକର ପଞ୍ଜିକରଣ କରୁନାହିଁ, ଯାହା ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶନାମାର ଖୋଲା ଉଲଘଂନ ଏବଂ ପୁଲିସର ଏତାଦୃଶ ମନୋଭାବ ଜାରି ରହିଲେ ରାଜ୍ୟରେ ମହିଳା ଓ ନାବାଳିକାମାନେ ସୁରକ୍ଷିତ ନୁହଁନ୍ତି। ଯେଉଁଥିପାଇଁ ଅସନ୍ତୋଷସ୍ୱରୂପ ରାଜ୍ୟରେ ବି.ଜେ.ଡ଼ି ସେ ବେଟି ବଚାଓ ଭଳି ସ୍ଲୋଗାନ ଆରମ୍ଭ ହୋଇଗଲାଣି। ମହିଳା ସଶକ୍ତିକରଣର ନାରା ଦେଉଥିବା ରାଜ୍ୟ ସରକାର ପ୍ରକୃତରେ ମହିଳାଙ୍କୁ ଶୋଷଣ କରୁଛି। ମମିତା, ମାଧବୀଲତା, ଇତିଶ୍ରୀ, କୁନ୍ଦୁଲି, ବେବିନା ଭଳି ବହୁ ଯୁବତୀଙ୍କୁ ହତ୍ୟା କରାଯାଉଛି ଏବଂ ଏ ଘଟଣାର ହତ୍ୟାକାରୀମାନେ ଆଇନର ପରିଧି ଭିତରେ ଆସୁନାହାନ୍ତି। ପ୍ରତ୍ୟେକ ଅପରାଧି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ଉପରେ ଶାସକ ବିଜୁ ଜନତା ଦଳର ନେତାମନ୍ତ୍ରୀ, ପ୍ରଶାସନ ଓ ପୁଲିସ୍‌ର ପ୍ରସନ୍ନ ଆର୍ଶିବାଦ ଥିବା ଭଳି ମନେ ହେଉଛି। ଅପରାଧିଙ୍କୁ ଦଣ୍ଡିତ କରିବାକୁ ଗଠିତ ହେଉଥିବା ଏ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁଁ ଆମ ପୂର୍ବ ପୁରୁଷମାନେ ଦୁଃଖିତ ହେଉଥିବେ। ଏହି ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଓ ମୁଖପାତ୍ର ମନୋରଞ୍ଜନ ଦାସ ଓ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.