Home Top News ଯୁଗଳ କିଶୋର ବୋରା ଏମସିଏଲର ନୂତନ ନିର୍ଦ୍ଦେଶକ ବୈଷୟିକ (ଯୋଜନା ଓ ପରିଯୋଜନା)

ଯୁଗଳ କିଶୋର ବୋରା ଏମସିଏଲର ନୂତନ ନିର୍ଦ୍ଦେଶକ ବୈଷୟିକ (ଯୋଜନା ଓ ପରିଯୋଜନା)

52

ତାଳଚେର, ୬/୫ (ଓଡ଼ିଆ ପୁଅ) : ଯୁଗଳ କିଶୋର ବୋରା ମହାନଦୀ କୋଲଫିଲ୍ଡସର ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଦାୟିତ୍ୱ ଗହଣ କରିଛନ୍ତି। ଏମସିଏଲରେ ନିର୍ଦ୍ଦେଶକ ବୈଷୟିକ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ଶ୍ରୀଯୁକ୍ତ ବୋରା ଏମସିଏଲର ଅଧିନସ୍ଥ ବିଭିନ୍ନ କୋଇଲାଖଣି ପରିଦର୍ଶନ କରି ସମ୍ପୃକ୍ତ କୋଲଫିଲ୍ଡସ ଏରିଆର ବରିଷ୍ଠ ଅଧିକାରୀମାନଙ୍କ ସହ ମାଇନିଂ ଅପରେସନ ବିଷୟରେ ଆଲୋଚନା କରିଥିଲେ। ଏମସିଏଲର ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଦାୟିତ୍ୱ ଗହଣ କରିବା ପୂର୍ବରୁ ଶ୍ରୀଯୁକ୍ତ ବୋରା କୋଲକାତା ସ୍ଥିତ କୋଲ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟରେ ମହାପ୍ରବନ୍ଧକ (ଉତ୍ପାଦନ) ଭାବେ ଅବସ୍ଥାପିତ ଥିଲେ। ଅଣ୍ଡର ଗ୍ରାଉଣ୍ଡ ଓ ଓପନକାଷ୍ଟ ମାଇନ୍‌ସରେ ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ସହିତ ଶ୍ରୀ ବୋରା ନର୍ଥ ଇଷ୍ଟ କୋଲଫିଲ୍ଡସ ଓ ଧାନବାଦ ସ୍ଥିତ ଭାରତ କୋକିଂ କୋଲ ଲିମିଟେଡ଼ରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟଭାର ତୁଲାଇଛନ୍ତି। ଆସାମର ନୋଗାଓଁ ଜିଲ୍ଲାର ନିବାସୀ ଶ୍ରୀ ବୋରା ସୈନିକ ସ୍କୁଲ ଗୋଲପାରା ଠାରେ ନିଜର ସ୍କୁଲ ଶିକ୍ଷା ଏବଂ ଏନଆଇଟି ନାଗପୁରରେ ମାଇନିଂରେ ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ ଉପାଧି ପ୍ରାପ୍ତ କରିଛନ୍ତି। ଏଥିସହିତ ଶ୍ରୀଯୁକ୍ତ ବୋରା ଡିଜିଏମଏସରୁ ପ୍ରଥମ ଶ୍ରେୀରେ ମାଇନିଂ ମ୍ୟାନେଜର ପ୍ରମାଣପତ୍ର ଏବଂ କମ୍ପିଟାନ୍ସି ସାର୍ଟିଫିକେଟ ଇନ୍ ମାଇନ ସେଫ୍ଟି ଫ୍ରମ୍ ଜେଆଇସି, ଜାପାନ ଏବଂ ୟୁଏସଏର ଜର୍ଜ ୱାଶିଂଟନ୍ ୟୁନିଭରସିଟିରୁ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଡିପ୍ଲୋମାର ଉପାଧି ହାସଲ କରିଛନ୍ତି। ପ୍ରକାଶଥାଉକି, କୋଲଇଣ୍ଡିଆର ଆନୁସଙ୍ଗିକ କମ୍ପାନୀ ଏମସିଏଲ ଦେଶର ସର୍ବାଧିକ କୋଇଲା ଉତ୍ପାଦନକାରୀ କମ୍ପାନୀ ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.