Home Top News ଅଙ୍ଗାରକାମ୍ଲ ଗ୍ୟାସ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ

ଅଙ୍ଗାରକାମ୍ଲ ଗ୍ୟାସ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ

56

ନୟାଗଡ଼ ୦୬/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ବିନୋଦପଡା ଚକ ଠାରେ ମେ ୬ ତାରିଖ ଅପରାହ୍ନରେ ଏକ ଗ୍ୟାସ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ଟ୍ୟାଙ୍କରଟି ବୈାଦ୍ଧ ରୁ ଭୁବନେଶ୍ୱର ଅଭିମୁଖେ ଗ୍ୟାସ ବୋଝେଇ କରି ଯାଉଥିଲା। ଟ୍ୟାଙ୍କରରେ ୧୩ ହଜାର ଲିଟର ଅଙ୍ଗାରକାମ୍ଲ ଗ୍ୟାସ ରହିଥିଲା। ବିନୋଦପଡା ଛକରେ ଏକ ହାଇୱା ଗାଡିକୁ ପଛପଟୁ ଟ୍ୟାଙ୍କରଟି ଧକ୍କା ଦେଇଥିଲା। ଟ୍ୟାଙ୍କରର ଚାଳକ ଓ ସହଯୋଗୀ ସାମାନ୍ୟ ଆହାତ ହୋଇଛନ୍ତି।

ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଅଙ୍ଗାରକାମ୍ଲ ଗ୍ୟାସ ନିଷ୍କାସନ କରାଯାଉଥିବା ରଣପୁର ଅଗ୍ନିଶମ ବାହିନୀର ଅଧିକାରୀ ସରୋଜ କୁମାର ଦାସ ସୂଚନା ଦେଇଛନ୍ତି। ଗ୍ୟାସ ଟ୍ୟାଙ୍କରଟି ଫାଟିଯିବା ଭୟ ଥିବାରୁ ଟ୍ୟାଙ୍କରରୁ ଅଙ୍ଗାରକାମ୍ଲ ଗ୍ୟାସକୁ ଧିରେ ଧିରେ ନିଷ୍କାସନ କରାଯାଉଥିବା ଜଣାପଡିଛି। ଗ୍ୟାସ ନିଷ୍କାସନ ଯୋଗୁଁ ନିକଟରେ ଥିବା ଲୋକମାନଙ୍କର ଆଖି ପୋଡିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି ହେଉଛି। ରଣପୁର ଥାନା ରାଜସୁନାଖଳା ଫାଣ୍ଡି ପୋଲିସ ଅଧିକାରୀ ଓ ଦମକଳ ବାହିନୀ ଉପସ୍ଥିତ ରହି ସହାୟତା କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.