Home ଓଡ଼ିଶା ରାଜ୍ୟପାଳଙ୍କୁ ସାକ୍ଷାତ କଲା ମହିଳା ମୋର୍ଚ୍ଚା

ରାଜ୍ୟପାଳଙ୍କୁ ସାକ୍ଷାତ କଲା ମହିଳା ମୋର୍ଚ୍ଚା

92

ଭୁବନେଶ୍ୱର;୦୭,୦୫,୨୦୧୮(ଦେବଦତ୍ତ ରଥ):ରାଜ୍ୟରେ ବଢିଚାଲିଥିବା ଦୁଷ୍କର୍ମ ଘଟଣା ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋଏର ପିଏମଜି ଛକ ନିକଟରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ବିକ୍ଷୋଭ ସମାବେଶ ଆୟୋଜିତ ହୋଇ ଯାଇଛି।ଏହି ଅବସରରେ ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଉପସଭାପତି ସୁଷମା ବିଶ୍ୱାଳ,ସ୍ମୃତି ପଟ୍ଟନାୟକ,ପିଙ୍କି ପ୍ରଧାନ, ଡଃ:ଲେଖାଶ୍ରୀ ସାମନ୍ତସିଂହାର,ସୁରମା ପାଢ଼ୀ, ସଙ୍ଗୀତା ସିଂଦେଓ,ଡା:ଐଶ୍ୱର୍ଯ୍ୟା ବିଶ୍ୱାଳ,ସଂପାଦିକା ସବିତା ନନ୍ଦ,ସୀମିତିନି ଜେନା ଆଦି ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ରାଜ୍ୟରେ ନାରୀ ମାନଙ୍କର ସୁରକ୍ଷା ପାଇଁ ଏପରି ଆନ୍ଦୋଳନ ଜାରି ରହିବ ଏବଂ ଆବଶ୍ୟକ ପଡ଼ିଲେ ମହିଳା ମୋର୍ଚ୍ଚା ଏନେଇ ରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.