Home କଳାହାଣ୍ଡି ରାଜସ୍ଥାନ କୋଟାରେ କୋଚିଂ କରୁଥିବା ଅବିଭକ୍ତ କଳାହାଣ୍ଡିର ୪୫ ଛାତ୍ରଛାତ୍ରୀ ଫେରୁଛନ୍ତି

ରାଜସ୍ଥାନ କୋଟାରେ କୋଚିଂ କରୁଥିବା ଅବିଭକ୍ତ କଳାହାଣ୍ଡିର ୪୫ ଛାତ୍ରଛାତ୍ରୀ ଫେରୁଛନ୍ତି

316

କଳାହାଣ୍ଡି-ତା୦୨.୦୫.୨୦୨୦ (ଓଡିଆପୁଅ) ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୪୫ ଜଣ ଛାତ୍ରଛାତ୍ରୀ ରାଜସ୍ଥାନର କୋଟା ରୁ କଳାହାଣ୍ଡି ଓ ନୂଆପଡା ଅଭିମୁଖେ ୨ଟି ବସ ଯୋଗେ ଫେରୁଥିବା ଜଣାପଡିଛି । ଅଭିଭାବକ, ସାମ୍ବାଦିକ, ପ୍ରଶାସକ, ଶିକ୍ଷାବିତ, ରାଜନେତା ତଥା ସରକାରୀ ପଦାଧିକାରୀ ମାନଙ୍କ ସହାୟତାରେ ଏହି ଛାତ୍ରଛାତ୍ରୀ ମାନେ ସଂପ୍ରତି ନିଜ ନିଜ ଘରକୁ ଫେରୁଥିବା ପ୍ରକାଶ । ସମଗ୍ର ଦେଶର ଅନେକ ଛାତ୍ର ଛାତ୍ରୀ ମାନଙ୍କ ସମେତ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଛାତ୍ରଛାତ୍ରୀ ମାନେ ମଧ୍ୟ ରାଜସ୍ଥାନର କୋଟା ସହରରେ କୋଚିଂ ପାଇ ଯାଇଥିବା ବେଳେ ସାଂପ୍ରତିକ ଲକଡାଉନ ପରିସ୍ଥିତିରେ ସେଠାରେ ଅଟକି ରହି ଯାଇଥିଲେ । ରାଜସ୍ଥାନରେ କରୋନା ଭୟ ଥିବା ହେତୁ ଅନ୍ୟାନ୍ୟ ରାଜ୍ୟର ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ରାଜ୍ୟକୁ ଚାଲିଯିବା ପରେ ଓଡିଶାର ଅନ୍ୟାନ୍ୟ ଜିଲ୍ଲା ସମେତ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀ ମାନେହିଁ ସେଠାରେ ଅଟକି ରହିଥିବା ଏପରିକି ଗୋଟିଏ ଗୋଟିଏ ହଷ୍ଟେଲରେ ଜଣେ ଲେଖାଏଁ ପୁଅ କିମ୍ବା ଝୀଅ ରହିଥିବା ବିଷୟରେ ସଂପୃକ୍ତ ଛାତ୍ରଛାତ୍ରୀମାନେ ଭିଡିଓ ମାଧ୍ୟମରେ ଜଣାଉଥିଲେ । ଅଭିଭାବକ ମାନେ ନିଜ ନିଜ ପୁଅଝୀଅ ମାନଙ୍କ ପାଇଁ ବ୍ୟସ୍ତ ବିବ୍ରତ ହୋଇପଡିଥିବା ବେଳେ ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ଆଣିବାକୁ ଅଭିଭାବକ ମହଲରେ ଉଦ୍ୟମ ଆରମ୍ଭ ହୋଇଯାଇଥିଲା ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ ରାସ୍ଥାନର ମୂଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଯୋଗାଯୋଗ କରି ଓଡିଶା ସମେତ ଅବିଭକ୍ତ କଳାହାଣ୍ଡିର ପିଲାଙ୍କ ପ୍ରତି ଦୃଷ୍ଟିଦେବାକୁ ନିବେଦନ କରିବା ସହିତ ଓଡିଶା ସରକାର ସେମାନଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରିବାକୁ ଜଣାଇଥିଲେ । ସେହିପରି ବଲାଙ୍ଗୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଅବିଭକ୍ତ କଳାହାଣ୍ଡିର ପିଲାଙ୍କୁ କୋଟାରୁ ଫେରାଇ ଆଣିବା ବ୍ୟବସ୍ଥା କରିବାକ ଓଡିଶା ସରକାରଙ୍କୁ ଲିଖିତ ଭାବେ ନିବେଦନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ଦିଗାମ୍ବର ପାତ୍ର ବିଦେଶରେ ଥାଇ ମଧ୍ୟ ଭାରତ ସରକାର ଓ ଓଡିଶା ସରକାରଙ୍କୁ ଯୋଗାଯୋଗ କରିଥିଲେ । ଓଡିଶା ସରକାର ଦୁଇଜଣ ବରିଷ୍ଠ ଆଇପିଏସ ପଦାଧିକାରୀଙ୍କୁ କୋଟାରୁ ଓଡିଶାର ୯୭୫ ଜଣ ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରାଇ ଅଣିବା ପାଇଁ ସ୍ୱତନ୍ତ୍ର ପଦାଧିକାରୀ ଭାବେ ନିଯୁକ୍ତ କରିଥିଲେ ଏବଂ ପର୍ଯ୍ୟାୟ କ୍ରମେ ଓଡିଶା ପିଲା ନିଜ ନିଜ ଜିଲ୍ଲାକୁ ଫେରିବା ପ୍ରକ୍ରୀ୍ୟା ଆରମ୍ଭ ହୋଇଥିବାର ଜଣାପଡିଛି ।

ଓଡିଶା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନର ପଦାଧିକାରୀ ତଥା ସମାଜସେବୀ ହୃଷିକେଶ ମିଶ୍ର ପ୍ରତ୍ୟେକ ସ୍ତରରେ ସମନ୍ୱୟ ରକ୍ଷା କରି ପ୍ରଶାସନ, ସରକାର ଓ ଛାତ୍ରଛାତ୍ରୀ ମାନଙ୍କ ସହ ଯୋଗସୂତ୍ର ରକ୍ଷା କରି ଶେଷରେ ପିଲାଙ୍କୁ ଫେରାଇ ଆଣିବା ଉଦ୍ୟମରେ ସଫଳ ହୋଇଥିବା ଜଣାପଡିବା ପରେ ଅଭିଭାବକ ମହଲରେ ଖୁସିର ବାତାବରଣ ସୃଷ୍ଟି ହୋଇଛି ।

ଛାତ୍ରଛାତ୍ର ମାନଙ୍କ ପକ୍ଷରୁ ଗସ୍ତ ଖର୍ଚ୍ଚ ଡିପୋଜିଟ କରାଯିବା ପରେ କୋଟା ଆରଟିଓ ଦୁଇଟି ବସ ଯୋଗାଡ କରିଦେଇଥିବା ପ୍ରକାଶ । କୋଟା ଜିଲ୍ଲା ମାଜିଷ୍ଟ୍ରେଟ ପତ୍ର ସଂଖ୍ୟା ୪୦୬୭ ଓ ୪୦୬୮ ତା.୦୧.୦୫.୨୦ ଯୋଗେ ଆରଜେ୨୦-ପିବି-୧୨୨୧ ଓ ଆରଜେ୨୦-ପିବି-୧୨୧୭ ଦୁଇଟି ବସ ଯୋଗାଡ କରିଦେଇ କଳାହାଣ୍ଡି ଅଭିମୁଖେ ପଠାଉଥିବା ଜଣାପଡିଛି । ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ଆଦେଶ ସଂଖ୍ୟା ୪୦-୩/୨୦୨୦-ଡିଏମ-୧ (ଏ) ୨୯.୦୪.୨୦୨୦ ଅନୁସାରେ କଳାହାଣ୍ଡି ଜିଲ୍ଲାପାଳ ଆଦେଶ ସଂଖ୍ୟା ୬୧୨ ତା.୦୧.୦୫.୨୦୨୦ ରେ ସଂପୃକ୍ତ ବସ ଦ୍ୱୟର ଟ୍ରାନଜିଟ ପାଶ ଇସୁ୍ୟ କରିଥିବା ଜଣାପଡିଛି । ଦୀର୍ଘ ପ୍ରଚେଷ୍ଟା ପରେ ଶେଷରେ ଧର୍ମଗଡ ଉପଖଣ୍ଡ ଅଂଚଳର ୨୨ ଜଣ, ଭବାନୀପାଟଣା ଉପଖଣ୍ଡ ଅଂଚଳର ୧୩ ଜଣ ଓ ନୂଆପଡା ଜିଲ୍ଲାର ୧୦ ଜଣ ଛାତ୍ରଡଛାତ୍ରୀ ଦୁଇଟି ବସ ଯୋଗେ ଫେରୁଥିବା ଜଣାପଡିଛି । ଛାତ୍ର ଛାତ୍ର ଓ ଅଭିଭାବକ ମହଲରେ ସେମାନଙ୍କୁ ସହେଯାଗ କରିଥିବା ସମସ୍ତଙ୍କୁ ତଥା ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.