Home Coronavirus Outbreak ଯାଜପୁରରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ – ସଂଖ୍ୟା ୧୫୪କୁ ବୃଦ୍ଧି

ଯାଜପୁରରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ – ସଂଖ୍ୟା ୧୫୪କୁ ବୃଦ୍ଧି

392

ଭୁବନେଶ୍ୱର ୨-୫ (ଓଡ଼ିଆ ପୁଅ): ଯାଜପୁର ଜିଲ୍ଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହୋଇଥିବା ବେଳେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଯାଜପୁର ଜିଲ୍ଲା ରାଜ୍ୟର ଦ୍ୱିତୀୟ ସର୍ବାଧିକ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୭ ଆକ୍ରାନ୍ତ ସହିତ ତାଲିକାର ଏବେ ବି ଶୀର୍ଷରେ ରହିଛି।

ଯାଜପୁରର ପାଞ୍ଚ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଯାଜପୁର ବ୍ଲକର ଓ ଜଣେ ବରୀ ଏବଂ ଅନ୍ୟ ଜଣଏ ବିଂଝାରପୁର ବ୍ଲକର ବୋଲି ଜଣା ପଡ଼ିଛି। ନୂଆ ୫ ଆକ୍ରାନ୍ତ କୋଲକାତାରୁ ଫେରନ୍ତା ତଥା ସେମାନଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ କଥା କୁହାଯାଇଛି। ଏମାନଙ୍କ ମଧ୍ୟରେ ୨୮, ୫୬ ଓ ୬୩ ବର୍ଷର ୩ ଜଣ ପୁରୁଷ ଥିବା ବେଳେ ୨୪ ଓ ୬୦ ବର୍ଷର ୨ ଜଣ ମହିଳା ଅଛନ୍ତି।

ବର୍ତ୍ତମାନ ରାଜ୍ୟରେ ୯୮ ଟି ସକ୍ରିୟ ମାମଲା ଥିବା ବେଳେ ୫୫ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.