Home ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା କାହାପାଇଁ …ପ୍ରକୃତ ହିତାଧିକାରିଣୀ ଖାଦ୍ୟ ବିନା ଛଟପଟ ନକଲି ହିତାଧିକାରିଣୀ ଖୁସ୍‌

ଖାଦ୍ୟ ସୁରକ୍ଷା ଯୋଜନା କାହାପାଇଁ …ପ୍ରକୃତ ହିତାଧିକାରିଣୀ ଖାଦ୍ୟ ବିନା ଛଟପଟ ନକଲି ହିତାଧିକାରିଣୀ ଖୁସ୍‌

96

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୭- ରାଜ୍ୟ ଓ କେନ୍ଦ୍ର ସରକାର ଖାଦ୍ୟ ବିନା କାହାକୁ ମରିବାକୁ ଦିଆଯିବ ନାହିଁ କହି ଆଣିଛନ୍ତି ଖାଦ୍ୟ ସୁରକ୍ଷା ଆଇନ୍ । କିନ୍ତୁ ଅନେକ ଯାଗାରେ ଏହି ଆଇନ୍ ବାଟବଣା ହେଉଥିବା ଦେଖିବାକୁ ମିଳୁଛି । ପ୍ରକୃତ ହିତାଧିକାରିଣୀ ଖାଦ୍ୟ ବିନା ଛଟପଟ ହେଉଥିବା ବେଳେ ନକଲି ହିତାଧିକାରୀ ଖାଦ୍ୟ ଯୋଜନା ଖାଦ୍ୟ ହଡପ୍ କରିବାରେ ଲାଗିଛନ୍ତି । ସେଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମପଞ୍ଚାୟତ ଜଙ୍କିଆ ଗ୍ରାମରେ  । ଗ୍ରାମର ଲିପିକା ସେଠୀ ସ୍ୱାମୀ – ସୂର୍ଯ୍ୟ ରଞ୍ଜନ ସେଠୀ ଖାଦ୍ୟ ବିନା ପିଲାଛୁଆ ଙ୍କୁ ଧରି ଛଟପଟ ହେଉଛନ୍ତି । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରଣପୁର ବ୍ଲକ କୁ ଦୀର୍ଘ ୮ ବର୍ଷ ହେଲା ଦଉଡି ବାରେ ଲାଗିଛନ୍ତି ।

ହେଲେ ବ୍ଲକ କର୍ତ୍ତୁପକ୍ଷ କହୁଛନ୍ତି ତୁମ୍ଭ ନାମରେ ବାଣପୁର ବ୍ଲକ ରେ ଅନ୍ୟ ଏକ ହିତାଧିକାରୀ ଖାଦ୍ୟ ଯୋଜନା ରେ ସାମିଲ୍ ହୋଇ ରାସନ୍ କାର୍ଡ ପାଇ ଖାଦ୍ୟ ସାମଗ୍ରୀ ନେଉଛନ୍ତି । ସେଠାରୁ ନାଁ କଟିଲେ ତୁମେ ଏଠାରେ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ୍ ହୋଇ ରାସନ୍ ସାମଗ୍ରୀ ପାଇବ । ହିତାଧିକାରିଣୀ ବାଣପୁର ବ୍ଲକ କୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଜନସାଧାରଣରେ ପ୍ରଶ୍ନ ଲିପିକା ସେଠୀ ଙ୍କର ଆଧାରକାର୍ଡ ରାଜ ଜଙ୍କିଆ ରେ ଥିଲା ବେଳେ ବାଣପୁର ବ୍ଲକରେ ନକଲି ହିତାଧିକାରିଣୀ କିପରି ରାସନ୍ ସାମଗ୍ରୀ ପାଉଛନ୍ତି । ଏ ସର୍ମ୍ପକେ ରଣପୁର ବ୍ଲକ ଯୋଗାଣ ଅଧିକାରୀ ଚନ୍ଦ୍ର ଶେଖର ନାହାକ ଙ୍କ ସହ ବାରମ୍ବାର ଫୋନ୍ ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଉ ନାହାଁନ୍ତି । ରଣପୁର ବ୍ଲକ ରେ ରହିବା ପାଇଁ ଘରଭଡା ପାଉଥିଲେ ମଧ୍ୟ ରଣପୁୁର ରେ ନରହିବା ଯୋଗୁଁ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନେ ବହୁ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.