Home ଓଡ଼ିଶା ରାଜସୁନାଖଳା କପ୍ ଫୁଟ୍‌ବଲ୍ ଦ୍ୱିତୀୟ ଦିନ……… ଉତ୍କଳ ସ୍ପୋର୍ଟିଂ ବିଜୟୀ

ରାଜସୁନାଖଳା କପ୍ ଫୁଟ୍‌ବଲ୍ ଦ୍ୱିତୀୟ ଦିନ……… ଉତ୍କଳ ସ୍ପୋର୍ଟିଂ ବିଜୟୀ

72

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୨-ନୟାଗଡ ଜିଲ୍ଲା ରାଜସୁନାଖଳା ହାଇସ୍କୁଲ୍ ପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ ରାଜସୁନାଖଳା କପ୍ ଫୁଟ୍‌ବଲ୍ ୨୦୨୦ ଦ୍ୱିତୀୟ ଦିବସଟି କଟକ ମାରୁ ଏଫ୍‌.ସି ସହ ଉତ୍କଳ ସ୍ପୋର୍ଟିଁ ଖୋର୍ଦ୍ଧାରୋଡ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଙ୍ଘର୍ଷପୁର୍ଣ୍ଣ ଖେଳ ହେବାସହ ୩-୧ ଗୋଲ୍ ରେ ଖୋର୍ଦ୍ଧା ରୋଡ୍ ଉତ୍କଳ ସ୍ପୋର୍ଟିଂ ବିଜୟଲାଭ କରିଥିବା ଜଣା ପଡିଛି ।

ମୁଖ୍ୟ ଅତିଥି ଭାବରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରାଜସୁନାଖଳା ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ରମେଶ କୁମାର ବଳବନ୍ତରାୟ, ବୋଲଗଡ ବ୍ଲକ୍ ବିଜେଡି ସଭାପତି ରବିନ୍ଦ୍ରନାଥ ସୁବୁଦ୍ଧି ଓ ଶିଳ୍ପପତି ପ୍ରକାଶ ମାର୍ଥା ଯୋଗ ଦେଇଥିଲେ । ସୁଶାନ୍ତ କୁମାର ମିଶ୍ର ମୁଖ୍ୟ ପରିଚାଳକ ଭାବରେ ପରିଚାଳନା କରିଥିବାବେଳେ ରବିନାରାୟଣ ରଣା ଓ ଲକ୍ଷ୍ମୀଧର ଚୌଧୁରୀ  ଲାଇନ୍ ରେ ସହଯୋଗ କରିଥିଲେ । ଫ୍ରେଣ୍ଡସ୍ କ୍ଲବ୍ ର ସମାଜସେବୀ ଇଂ.ଦେବାଶିଷ ପଟ୍ଟନାୟ, ପୁର୍ଣ୍ଣଚନ୍ଦ୍ର ନାୟକ  ଓ ସଚ୍ଚିକାନ୍ତ ଷଡଙ୍ଗୀ ଉପସ୍ଥିତ ରହି ଖେଳକୁ ଶୃଙ୍ଖଳିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.