Home ଓଡ଼ିଶା ରଣପୁର ଏନ୍‌.ଏ.ସି ଅଫିସ୍ ଆଗରେ ମହିଳାଙ୍କ ବିକ୍ଷୋଭ

ରଣପୁର ଏନ୍‌.ଏ.ସି ଅଫିସ୍ ଆଗରେ ମହିଳାଙ୍କ ବିକ୍ଷୋଭ

73

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୨-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି କୁ ୫ବର୍ଷ ବିତିବାକୁ ବସିଥିଲାବେଳେ ବହୁ ଅନିୟମିତତା ଦେଖିବାକୁ ମିଳୁଛି । ଯାହା ଫଳରେ ୱାର୍ଡବାସୀମାନେ ହନ୍ତସନ୍ତ ହେଉଛନ୍ତି । ସେହିଭଳି ଏକ ଅନିୟମିତତା ହୋଇଛି ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ଓ ଆବାସ ଯୋଜନା ଗୃହ ବଣ୍ଟନରେ ।

ଯାହାକୁ ନେଇ ଫେବୃୟାରୀ ୨୪ ତାରିଖ ଦିନ ମହିଳାମାନେ ଏନ୍‌.ଏ.ସି ଅଫିସ୍ ଆଗରେ ଉପାଧକ୍ଷ ପ୍ରିୟବ୍ରତ ପ୍ରହରାଜଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଇତି ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଅର୍ଚ୍ଚନା ନାୟକଙ୍କର ବଦଳି ହୋଇଥିବାରୁ ସେ ଅଫିସ୍ ଆସୁନାହାନ୍ତି । ନୂତନ ଭାବେ ବଦଳି ହୋଇ ଆସିଥିବା ତାପସ କୁମାର ବିଶି ମଧ୍ୟ ଯୋଗଦାନ କରିନାହାନ୍ତି । ଏହି ଆନ୍ଦୋଳନ ବ୍ୟାପୀବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.