Home ଓଡ଼ିଶା ରାଜସୁନାଖଳା କପ୍ ଫୁଟ୍‌ବଲ୍ ଫାଇନାଲ୍ ରେ କୁଜଙ୍ଗ ଆଥଲେଟିକ୍ କ୍ଲବ ପାରାଦ୍ୱୀପ ଚମ୍ପିଆନ୍‌

ରାଜସୁନାଖଳା କପ୍ ଫୁଟ୍‌ବଲ୍ ଫାଇନାଲ୍ ରେ କୁଜଙ୍ଗ ଆଥଲେଟିକ୍ କ୍ଲବ ପାରାଦ୍ୱୀପ ଚମ୍ପିଆନ୍‌

71

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)୦୧/୦୩-ନୟାଗଡ ଜିଲ୍ଲା ରାଜସୁନାଖଳା ରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ରାଜସୁନାଖଳା କପ୍ ୨୦୨୦ ଫୁଟ୍‌ବଲ୍ ଖେଳ ଫାଇନାଲ୍ ହୋଇଯାଇଅଛି । ଏହି ମ୍ୟାଚ୍ ଜଗା ୟୁନାଇଟେଡ୍ କ୍ଲବ୍ ଭୁବନେଶ୍ୱର ଓ କୁଜଙ୍ଗ ଆଥଲେଟିକ୍ କ୍ଲବ୍ ପାରାଦ୍ୱୀପ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କୁଜଙ୍ଗ ଆଥଲେଟିକ୍ କ୍ଲବ ପାରାଦ୍ୱୀପ ୧-୦ ଗୋଲ୍ ରେ ବିଜୟୀ ହୋଇ ଚମ୍ପିଆନ୍ ହୋଇଛି । ଏହି ମ୍ୟାଚ୍ ରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜଗା ୟୁନାଇଟେଡ୍ କ୍ଲବ୍ ଭୁବନେଶ୍ୱରକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିବା ସହ କୁଜଙ୍ଗ ଆଥଲେଟିକ୍ କ୍ଲବ୍ ପାରାଦ୍ୱୀପ କୁ ଚମ୍ପିଆନ୍ ଟ୍ରଫି ପ୍ରଦାନ କରିଥିଲେ ।

ଚମ୍ପିଆନ୍ ଦଳକୁ ୧୦ହଜାର ଟଙ୍କାର ଚେକ୍ ପ୍ରଦାନ କରିବା ସହିତ ରନର୍ସ ଅପ୍ ଦଳକୁ ୭ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି ଅବସରରେ ରାଜସୁନାଖଳା ହାଇସ୍କୁଲ୍ ପଡିଆରେ ଏକ ମିନି ଷ୍ଟାଡିୟମ୍ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ରଣପୁର ବିଡିଓ ପଂଚାନନ ପଟ୍ଟାୟତ ଓ ଫ୍ରେଣ୍ଡସ୍ କ୍ଲବ୍ ର ସମସ୍ତ ସଦସ୍ୟଙ୍କ ସହ ଇଂ.ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ଫାଇନାଲ୍ ମ୍ୟାଚ୍ କୁ ପରିଚାଳନା କରିଥିଲେ ମିର୍ଜା ସିରାଜୁଦ୍ଦିନ୍ ବେଗ୍‌ ଓ ଲାଇନ୍ ରେ ସହଯୋଗ କରିଥିଲେ  ଲକ୍ଷ୍ମୀଧର ଚୌଧୁରୀ ଓ ରାଜୁ ମହାନ୍ତି । ଏହି ଖେଳ ଦେଖିବା ପାଇଁ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.