Home ଓଡ଼ିଶା ପୁରୀ ସହରହେବ ଭିକାରୀ ମୁକ୍ତ

ପୁରୀ ସହରହେବ ଭିକାରୀ ମୁକ୍ତ

228

ପୁରୀ, ୧/୩- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହର ତଥା ଏହାର ଆଖପାଖ ଅଂଚଳକୁ ଭିକାରୀ ମୁକ୍ତ କରି ସେମାନଙ୍କ ପୁନର୍ବାସ ପାଇଁ ପୁରୀ ଜିଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଛି ନୀଳାଦୀ ନିଳୟ ଯୋଜନା। ଏହି କ୍ରମରେ ଆଜି ସଂସ୍କୃତି ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୁରୀ ଜିଲାପାଳ ବଲଓନ୍ତ ସିଂ ଅଧ୍ୟକ୍ଷତା କରି ନୀଳାଦୀ ନିଳୟ ପ୍ରୋଜେକ୍ଟ ର ରୁପ ରେଖାର ସମୀକ୍ଷା କରିବା ସହିତ ଉପସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ର କର୍ମକର୍ତା ଓ ସରକାରୀ ଅଫିସର ମାନଙ୍କୁ ସମ୍ବେଦନ ଶୀଳତା ଓ ଧର୍ଯ୍ୟର ସହିତ ଏହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାରଙ୍କର ଭିନ୍ନକ୍ଷମ ଶସସ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାରେ ପୁରୀ ଜିଲାର ବିଭିନ୍ନ ସ୍ଥାନରେ ୮ଗୋଟି ନୀଳାଦୀ ନିଳୟ ଭିକାରୀ ପୁନର୍ବାସ ଗୃହ କାର୍ଯ୍ୟ କରିବ।

ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରୀ ଙ୍କ ରହିବା ଖାଇବା ପାଇଁ ବ୍ୟବସ୍ଥା ସହିତ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା ରହିବ। ଏପରିକି ସେମାନଙ୍କ ପରିବାର ସହିତ ଯୋଗାଯୋଗ କରି ସେମାନଙ୍କ ପୂର୍ଣ୍ଣ ଥୈଥାନର ବ୍ୟବସ୍ଥା କରାଯିବ। ଏଥିପାଇଁ ପୁରୀ ମ୍ୟୁନିସିପାଲଟି ତଥା ଆଖପାଖ ଅଂଚଳରେ ଭିକାରୀ ମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ କାଉନସେଲିଂ କରି ସେମାନଙ୍କ ପାଇଁ ସ୍ଥିରିକୃତ ନୀଳାଦ୍ରୀ ନିଳୟ ଗୃହକୁ ପଠାଯିବାର ବ୍ୟବସ୍ଥା କରାଯିବ। ଚିହ୍ନଟ ପ୍ରତ୍ୟେକ ଭିକାରୀ ଯଥା -ଦିବ୍ୟାଙ୍ଗ ମାନସିକ ଅନଗ୍ରସର ବୟସ୍କ ଓ କୃଷ୍ଠରୋଗୀ ବା କୃଷ୍ଠରୋଗ ମୁକ୍ତ ଭିକାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଗୃହ କାର୍ଯ୍ୟ କରିବ।

ଆଗାମୀ ୩ତାରିଖରୁ ପ୍ରଫୁଲ୍ଲ ଯୋଜନାର ପରାମର୍ଶ ଦାତା ମାନଙ୍କ ତଦାରଖରେ ପୁରୀ ମ୍ୟୁନିସିପାଲଟିର ୪ଜଣ କମ୍ୟୁନିଟି ଅରଗାନାଇଜର ଓ ଏହି କାର୍ଯ୍ୟ ପାଇଁ ଜିଲା ପ୍ରଶାସନ ସହିତ ସହ ବନ୍ଧିତ୍ୱ ହୋଇଥିବା ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କ ମିଳିତ ଟିମ ମ୍ୟୁନିସିପାଲଟି ଅଂଚଳରେ ବସୁଥିବା ଭିକାରୀ ମାନଙ୍କୁ ଚିହ୍ନଟ କରି ସାମନଙ୍କ ପୁନର୍ବାସର ବ୍ୟବସ୍ଥା କରିବେ। ଏହି କାର୍ଯ୍ୟକୁ ସଠିକ ଭାବରେ ପରିଚାଳିତ କରିବା ପାଇଁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କୁ ଜିଲାପାଳ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.