Home ଓଡ଼ିଶା ରାଜଲକ୍ଷ୍ମୀର ଅଙ୍ଗଦାନ କଲେ ପରିବାର ଲୋକ

ରାଜଲକ୍ଷ୍ମୀର ଅଙ୍ଗଦାନ କଲେ ପରିବାର ଲୋକ

469

କଟକ୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ : ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ(ବ୍ରେନ୍ ଡେଡ୍‌) ରାଜଲକ୍ଷ୍ମୀ ଦାସଙ୍କ କିଡ୍‌ନୀ ଅଣାଯାଇ ଏସ୍‍ସିବିରେ ଚିକିତ୍ସାଧୀନ ମୟୂରଭଜ୍ଞ ଜିଲାର ରୀତାରାଣୀ ମହନ୍ତଙ୍କ ଶରୀରରେ ପ୍ରତିରୋପଣ କରାଯିବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ମିଳିଛି। ଆଜି ଗୁରୁବାର ସକାଳେ ରୀତାରାଣୀଙ୍କ ଶରୀରରେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଯିବ ବୋଲି ଏସ୍‌ସିବି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

 

ସୁଚନାଯୋଗ୍ୟ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର ଅଭିମନ୍ୟୁ ଦାସଙ୍କ ପତ୍ନୀ ରାଜଲକ୍ଷ୍ମୀ ଗତ ୨ ତାରିଖରେ ସ୍କୁଟରରେ ବସି ଘରକୁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଥିଲେ। ପରିବାରଲୋକ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଚିକିତ୍ସା ସମ୍ଭବ ନ ହେବାରୁ ରାଜଲକ୍ଷ୍ମୀଙ୍କୁ ପରିବାର ଲୋକ ତାଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ସତ୍ତ୍ବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ବୁଧବାର ସକାଳେ ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍‌(ମସ୍ତିଷ୍କ ମୃତ) ଘୋଷଣା କରିଥିଲେ। ।ସୋଟୋର ନିୟମ ଅନୁଯାୟୀ ରାଜଲକ୍ଷ୍ମୀଙ୍କ ଗୋଟିଏ କିଡ୍‌ନୀ ଆପୋଲୋ ଏବଂ ଅନ୍ୟଟି ଏସ୍‌ସିବିରେ ଚିକିତ୍ସାଧୀନ ରୀତାରାଣୀଙ୍କ ଶରୀରରେ ପ୍ରତିରୋପଣ ପାଇଁ ଅଣାଯାଇଥିଲା। ଯଦି ସମସ୍ତ ପ୍ରକ୍ରିୟା ସଠିକ୍ ଭାବେ ସମ୍ପାଦିତ ହୁଏ, ଆଜି ରୀତାରାଣୀଙ୍କ ଶରୀରରେ କିଡ୍‌ନୀ ପ୍ରତିରୋପଣ କରାଯିବ ବୋଲି ଡା. କର ସୂଚନା ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.