Home ଜିଲ୍ଲା ପରିକ୍ରମା ଯାଜପୁର ଜିଲ୍ଲା ପ୍ରଶାସନ କେବେ କାର୍ଯ୍ୟକାରୀ କରିବେ ଏନ.ଜି.ଟି ନିଦ୍ଦେଶ

ଯାଜପୁର ଜିଲ୍ଲା ପ୍ରଶାସନ କେବେ କାର୍ଯ୍ୟକାରୀ କରିବେ ଏନ.ଜି.ଟି ନିଦ୍ଦେଶ

318

ଯାଜପୁର୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ଧର୍ମଶାଳା ତହସିଲ ଅଧୀନରେ ଥିବା ବେଆଇନ କ୍ରସର ୟୁନିଟ ଗୁଡିକ ଉଚ୍ଛେଦ କରାଯାଇଛି। ବିଛାଖଣ୍ଡି ଅଞ୍ଚଳରୁ ଏହି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଯାଜପୁର ଏଡିଏମ ,ଉପଜିଲ୍ଲାପାଳ , ଧର୍ମଶାଳା ତହସିଲଦାର, ଏସ୍ଡ଼ିପିଓ , ଅତିରିକ୍ତ ତହସିଲଦାର,  ଜେନାପୁର ଥାନା ଅଧିକାରୀଙ୍କ ସମେତ ୩ ସେକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ପୂର୍ବରୁ ଏହି ତହସିଲ ଅଧିନ ୪୨ଗୋଟି ବେଆଇନ କ୍ରସର ୟୁନିଟକୁ ଉଛେଦ କରିବା ପାଇଁ ଧର୍ମଶାଳା ତହସିଲ ପ୍ରଶାସନ ନୋଟିସ ଜାରି କରିଥିଲା। ତଦନୁଯାୟୀ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିନ୍ତୁ କୋରାଇ ବ୍ଲକ୍‌  ସାଆଁଳା,ମଥୁରାପୁର ଆଦି ସ୍ଥାନ ମାନଙ୍କରେ ବେଆଇନ ଲଘୁଖଣିଜ ପଦାର୍ଥ ଚୋର ଚାଲାଣ ଓ ବେନିୟମ ଚାଲଣକୁ ନେଇ ମାମଲା National Green Tribunal ନଂ-୧୬୨/୨୦୧୬ଇ.ଜେଡ୍ ମସିହାରେ କୋରେଇ ବ୍ଲକ ଇଚ୍ଛାପୁର ଗ୍ରାମର ଅନନ୍ତଚରଣ ଦାସ, ସାଆଁଳ ଗ୍ରାମର ଶରତଚନ୍ଦ୍ର ମହାପାତ୍ର ଓ ମାନସ ମହାପାତ୍ର ବେଆଇନ ବାଲି ଘାଟ ଉପରେ ଅଭିଯୋଗ କରି ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ମାମଲା ର ଶୁଣାଣି କରି  ଗ୍ରୀନ ଟ୍ରିବ୍ୟୁନାଲ ୭ା୨ା୨୦୧୭ରେ ତୁରନ୍ତ ମେଶିନ ଓ ଅନ୍ୟାନ୍ୟ ଯାନବାହାନକୁ ଜବତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ ଏସ.ପି. ୱାଙ୍ଗଡି ଯାଜପୁର ଏସ୍‌ପି ଓ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜିଲ୍ଲା ପ୍ରଶାସନ ନିଦ୍ଦେଶ କାର୍ଯ୍ୟକାରୀ ନକରି ବାଲିମାଫିଆଙ୍କ ସହ ହାତ ମେଳାଇ ଆଜି ପର‌୍ୟ୍ୟନ୍ତ ନିରବ ରହି ଉକ୍ତ ଅଞ୍ଚଳକୁ ବୈତରଣୀ ନଦୀ ଗର୍ଭରେ ସାମିଲ କରିବାକୁ ଯୋଜନା କରିବା ଅଭିଯୋଗ ହେଉଛି ।

 

ସୁଚନାଯୋଗ୍ୟ- ଯାଜପୁର ଜିଲ୍ଲାର କୋରାଇ ,ଯାଜପୁର ଓ ସୁକିନ୍ଦା ଓ ଦାନଗଦୀ ଆଦି ବ୍ଲକ ଅଞ୍ଚଳରେ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବାର ପ୍ରମାଣ  ୨୦୧୭ ଏପ୍ରିଲ ୨୮ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ପକ୍ଷରୁ ଜିଲ୍ଲା ପ୍ରଶାସନକୁ ତାଗିଦ୍ କଲାପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି ନଜର ନଦେବା ଦ୍ୱାରା ବହୁ ମୂଲ୍ୟବାନ ଜୀବନ ଗାଡି ଦୁର୍ଘଟଣାରେ ହାନି ହେବା ସହ   ଜନବସତି ଗୁଡିକ ନଦୀ ଗର୍ଭରେ  ମିଶିବା ନେଇ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ ବୋଲି ପ୍ରଶାସନ ବାଲି ମାଫିଆ ମାନଙ୍କ ସହ ଚୁକ୍ତି କରିଥିଲେ ହେଁ ପ୍ରଶାସନିକ ଅଧିକାରୀ ମାନେ ମୋଟା ଅଙ୍କରେ ଟଙ୍କା ପାଇ ଏପରି ବେଆଇନ କାର୍ଯ୍ୟକୁ ପଶ୍ରୟ ଦେଉଥିବା ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହାପରେ   ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ ବୋଲି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଜାରି କରିଥିଲେ ହେଁ ତାହାକୁ ପ୍ରଶାସନ ତଦାରଖ ନକରିବାକୁ ନେଇ ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି ।ଯାଜପୁର ଜିଲା ଦେଇ କୋରେଇ ବ୍ଲକ ସାଆଁଳା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ମାମଲା (ନଂ.୧୬୨/୨୦୧୬/ଇଜେଡ)ର ଶୁଣାଣି କରି ଏନ୍‌ଜିଟି ୨୦୧୭ ଏପ୍ରିଲ ୨୮ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ପକ୍ଷରୁ ।ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ନିର୍ଦ୍ଦେଶକୁ ବାଲି ମାଫିଆମାନେ ଖାତିର କରୁ ନ ଥିବା ଦେଖିବାକୁ ମିଳିଛି।ବୈତରଣୀ ନଦୀ କୋରେଇ ବ୍ଲକ ଇଚ୍ଛାପୁର ଗ୍ରାମର ଅନନ୍ତଚରଣ ଦାସ, ସାଆଁଳ ଗ୍ରାମର ଶରତଚନ୍ଦ୍ର ମହାପାତ୍ର ଓ ମାନସ ମହାପାତ୍ର ବେଆଇନ ବାଲି ଘାଟ ଉପରେ ଅଭିଯୋଗ କରି ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ସେମାନେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ସାଆଁଳ ବାଲିଘାଟକୁ ମାନୁଆଲ (ହସ୍ତଚାଳିତ) ମାଇନିଂ ଲିଜ ପ୍ରଦାନ କରାଯାଇଛି। ହେଲେ ଲିଜଧାରୀ ଏହାର ଉଲ୍ଲଂଘନ କରି ମେକାନିକାଲ (ଯନ୍ତ୍ରଚାଳିତ) ଖଣିରେ ପରିଣତ କରିଛନ୍ତି। ଯାହାକି ବୈତରଣୀ ନଦୀରେ ସାଂଘାତିକ କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି। ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ ହେବା ପରେ ୭ା୨ା୨୦୧୭ରେ ତୁରନ୍ତ ମେଶିନ ଓ ଅନ୍ୟାନ୍ୟ ଯାନବାହାନକୁ ଜବତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ ଏସ.ପି. ୱାଙ୍ଗଡି ଯାଜପୁର ଏସ୍‌ପି ଓ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.